ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ହେଲେ କୁନା ତ୍ରିପାଠୀ : ନବୀନ ଙ୍କ ଗୋଟିଏ ଗୁଳିରେ ଦୁଇଟି ଶିକାର

ଅଭିନେତା କୁନା ତ୍ରିପାଠୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି I ତାଙ୍କ ସ୍ଥାନରେ ପୂର୍ବରୁ ଥିବା ମୁନ୍ନା ଖାଁ ଙ୍କୁ ଅଚାନକ ଭାବରେ ଏହି ପଦରୁ ବିଦା କରିଦିଆଯାଇଛି I ଶୁଣାଯାଉଛି କଳିଙ୍ଗ ସ୍ଟୁଡ଼ିଓ କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ପାଲଟା ଜବାବ ମାଗିଥିଲେ ମୁନ୍ନା ଖାଁ ଏବଂ ସ୍ପୋର୍ଟ୍ସ ଷ୍ଟାଡିଅମ ପାଇଁ କଳିଙ୍ଗ ସ୍ଟୁଡ଼ିଓ ରୁ ଇଞ୍ଚେ ବି ଜାଗା ଦିଆଯିବନାହିଁ ବୋଲି ଅଡ଼ି ବସିଥିଲେ , ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ କ୍ରୋଧିତ ହେଇଥିଲେ ବୋଲି ଚର୍ଚା ଚାଲିଛି I

ଅନ୍ୟପଟରେ ଓଟିଭି କୁ ବିଜେଡି ବୟ କଟ୍ କରିବା ପରେ ମଧ୍ୟ କୁନା ତ୍ରିପାଠୀ ନିଉଜ ଫିଉଜ ରେ ସକ୍ରିୟ ତଥା ପ୍ରଭାବଶାଳୀ ଅଛନ୍ତି , କୁନା ତ୍ରିପାଠୀ ଙ୍କ ପ୍ରଭାବୀ ତଥା ଦମଦାର ଆଙ୍କରିଂ ପାଇଁ ଓଟିଭି ନିଉଜ ଫିଉଜ ଘରେ ଘରେ ପରିଚିତ, ସମିକ୍ଷକମାନଙ୍କ ମତ ଅନୁଯାଇ କୁନାତ୍ରିପାଠୀ ଙ୍କୁ ନିଗମ ଅଧ୍ୟକ୍ଷ ଲୋଭ ଦେଖାଇ ଓଟିଭି ରୁ ଓହରିଯିବାକୁ ବୋଧହୁଏ ଏ ପ୍ରୟାସ , ଯାହା ଫଳରେ ଓଟିଭି ର TRP ଖସିବ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଙ୍କୁ ବିରୋଧ କରି ମୁନ୍ନା ଖାଁ ମଧ୍ୟ ପାନେ ପାଇବେ I

Leave a Reply

Your email address will not be published. Required fields are marked *