ରାଜଧାନୀ ପୋଲିସ ର ଦବଂଗ : ବାଡେଇ ବାଡେଇ ମାଂସ ପଚେଇଦେଲା ଦୁଇ ଯୁବତୀଙ୍କର

ପୁଣିଥରେ ସାମ୍ନାକୁ ଆସିଛି ପୋଲିସ ର ବର୍ବରତା I ଘଟଣା ଟି ଖୋଦ ରାଜଧାନୀ ନୟାପଲ୍ଲୀ ର I ପୁରୀ ନିମାପଡା IIC ମୃତ୍ୟୁଞ୍ଜୟ ଙ୍କ ଘଟଣା ର ଦୁଇଦିନ ନଯାଉଣୁ ପୁଣି ସାମ୍ନାକୁ ଆସିଲା ଏପରି ଏକ ଘଟଣା I ଦୁଇଜଣ ଯୁବତୀ ଙ୍କୁ ପିଟି ପିଟି ମାଂସ ପୁରା ପଚେଇଦେଇଛି ନୟାପଲ୍ଲୀ ପୋଲିସ I

ଘଟଣା ର EXCLUSIVE ଭିଡ଼ିଓ ପ୍ରଥମେ odishaexclusive ହାତରେ ଲାଗିଥିଲା , ଏବଂ ଏହା ପୁରା ସୋସିଆଲ ମିଡିଆରେ ଭାଇରଲ ହେଇଛି I
ସୂଚନା ଥାଉ କି ଏକ ଜମି ମାମଲାରେ ଲାଗିରହିଥିବା ସମସ୍ୟାକୁ ନେଇ ଗତ ୬ ତାରିଖରେ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରୁ ଦୁଇ ଯୁବତୀଙ୍କୁ ଉଠାଇନେଇଥିଲା ।

ପୋଲିସ ର ଏପରି କାର୍ଯ୍ୟାନୁଷ୍ଠାନ କୁ ଗାଓଁ ଲୋକ ନିନ୍ଦା କରିବା ସହିତ ପୋଲିସ ସହିତ ଧସ୍ତାଧସ୍ତି କରିଥିଲେ , ପ୍ରତିଶୋଧ ପରାୟଣ ହୋଇ ନୟାପଲ୍ଲୀ ପୋଲିସ ଦୁଇ ଯୁବତୀଙ୍କୁ ଥାନା ଭିତରେ ନିର୍ଘାତ ପିଟିଥିଲା I ବିଧା ଗୋଇଠା ଯାହା ପାରିଲା ଛେଚିଲା ପୋଲିସ I

ପୋଲିସ ର ଧମକ : ଘଟଣା ପ୍ରଚାର ହେଲେ ସେକ୍ସ ସ୍କ୍ୟାଣ୍ଡଲ ରେ ଜୀବନ ସାରା ଭିତରେ ପୂରେଇଦେବି l

କିନ୍ତୁ ଅପରପକ୍ଷରେ ଏହାକୁ ଖଣ୍ଡନ କରିଛନ୍ତି ନୟାପଲ୍ଲୀ ର ଏସଆଇ ,ତାଙ୍କ କହିବାନୁଯାୟୀ ପୋଲିସ ଗିରଫ କଲାବେଳକୁ ସେମାନେ ପୋଲିସ ପଛରେ କୁକୁର ଲଗାଇଦେଇଥିଲେ I ପାଲଟା ଆକ୍ରମଣ କରିଥିଲେ I

କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପି ଓ କମିସନରେଟ ପୋଲିସକୁ ଟ୍ବିଟ୍ କରି ନିର୍ଦ୍ଦେଶ ଦେଲେ ଓଡ଼ିଶା ପୋଲିସ l

Leave a Reply

Your email address will not be published. Required fields are marked *