ସାମ୍ନାକୁ ଆସିଲା ସେସୁ କୁ ନେଇ ହେଇଥିବା ସାଙ୍ଘାତିକ ଷଡଯନ୍ତ୍ର : ସେସୁ ଏକ ସମ୍ପୂର୍ଣ୍ଣ ପ୍ରାଇଭେଟ କମ୍ପାନୀ

ଓଡ଼ିଶାରେ ଦିନକୁଦିନ ବିଗିଡ଼ିବାରେ ଲାଗିଛି ବିଦ୍ୟୁତ ଅବସ୍ଥା I ସମ୍ପୂର୍ଣ୍ଣ ବିଭାଗ ଭୁଶୁଡିପଡିଛି କହିଲେ ଭୁଲ ହେବନି ବୋଧହୁଏ I ସେସୁ ସମେତ ଓଡ଼ିଶାରେ ପାଖାପାଖି 25 ହଜାର ଠିକା କର୍ମଚାରୀ କାର୍ଯ୍ୟକରୁଛନ୍ତି ଯେଉଁମାନଙ୍କର ଭବିଷ୍ୟତ ଏବେ ଅନ୍ଧାରରେ ।ନା ଏମାନେ ସଠିକ ଭାବରେ ଦରମା ପାଉଛନ୍ତି , ନା ଏମାନଙ୍କର ଚାକିରୀ ର ସ୍ଥାୟୀ ସମାଧାନ ଅଛି ? ଏପରି ଅବସ୍ଥା ରେ ଶକ୍ତି ମନ୍ତ୍ରୀ ଙ୍କ ସବୁ ଘରକୁ ବିଜୁଳି ଏକ ପ୍ରହସନ ଏବଂ ହାସ୍ୟାସ୍ପଦ ଘଟଣା ମାନେ ହୁଏ I ଭୋକ ବିକଳରେ ଶ୍ରମିକ ମାନଙ୍କର ପେଟ ପୋଡିଯାଉଥିବା ବେଳେ ଗୁଣବତ୍ତା ସେବା ମିଳିବ କିପରି ? ତେଣୁ ଯଥାଶୀଘ୍ର ବିଦ୍ୟୁତ ବିଭାଗର ଫ୍ରାଞ୍ଚାଇଜ କର୍ମଚାରୀ ମାନଙ୍କୁ ତୁରନ୍ତ ଥଇଥାନ
କରାଯାଇ ଫ୍ରାଞ୍ଚାଇଜ ହଟାଯିବାକୁ ଦାବି କରି ଆଜି ଭୁବନେଶ୍ୱର କେଶରୀ ହୋଟେଲଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଶତପଥି
ଜଣାଇଛନ୍ତି I

କର୍ମଚାରୀ ଙ୍କ ସମସ୍ୟା ତୁରନ୍ତ ସମାଧାନ ନକରାଗଲେ ବିଦ୍ୟୁତ ବିଭାଗ ସମ୍ପୂର୍ଣ ଭୁଶୁଡି ପଡିବ ବୋଲି ସତର୍କ ସୂଚନା ଦେଇଛନ୍ତି I

୪ଟି ବିଦ୍ୟୁତ ବିତରଣ କମ୍ପାନୀର ୫୧ ପ୍ରତିଶତ ଅଂଶଧନକୁ ଗ୍ରୀଡ଼କୋ ଟେକଭର କରିବା ସହିତ ଠିକା କର୍ମଚାରୀ ମାନଙ୍କୁ ରେଗୁଲାର ନିଯୁକ୍ତି ଦେଇ କାର୍ଯ୍ୟ ଅରମ୍ଭକଲେ ଆଗାମୀ ଦିନରେ ବିଦ୍ୟୁତ ବିଭାଗରେ ସୁଧାର ଆସି ପାରିବ I

ମହାସଂଘର ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ଉପସଭାପତି ହେମନ୍ତ ଦାସ, ଯୁଗ୍ମ ସମ୍ପାଦକ ସଂଜୀବ ପ୍ରସାଦ ବେହେରା ଓ ପ୍ରଭାତ ଦାସ, ଅକ୍ଷୟ କୁମାର ନାୟକ, ସୂର୍ଯ୍ୟନାରାୟଣ ଦାସ, ଧିରେନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ l

ତେବେ ଆଳୁ ଖୋଳୁ ଖୋଳୁ ସାମ୍ନା କୁ ଆସିଛି ମହାଦେବ I ସେସୁ ଦ୍ୱାରା ପାଖାପାଖି 14 ଟି ଡିଭିଜନ କୁ ଫ୍ରାଞ୍ଚାଇଜ ହାତକୁ ଟେକି ଦିଆଯାଇଛି , ଯେଉଁଥିରେ କି 6600 କର୍ମଚାରୀ କାମ କରୁଛନ୍ତି I ଯଦିଓ ସେସୁ ରାଜ୍ୟ ସରକାର ଙ୍କ ଅଧିନସ୍ଥ 49 % ଅଂଶଧନ ଥିବାବେଳେ ଏହା ସରକାରୀ ସହବନ୍ଧିତ ଅଟେ , କିନ୍ତୁ 2012 ରେ ଏକ ସରକାରୀ ଆଫିଡେଭିଟ ରେ ଚଣ୍ଡିକା ପ୍ରସାଦ ମହାନ୍ତି (Additional Secretary -Energy Department )

ସିଧାସଳଖ ଦର୍ଶାଇଛନ୍ତି ଯେ ସେସୁ ଏକ ସମ୍ପୂର୍ଣ୍ଣ ପ୍ରାଇଭେଟ କମ୍ପାନୀ ଯାହାକି OERC ଦ୍ୱାରା ପରିଚାଳିତ I ତେବେ ଏଠି କଥା ଉଠୁଛି Additional Secretary ମହୋଦୟ ଙ୍କୁ ସେସୁ ବିଷୟରେ ଜଣା ନାହିଁ ନା ଜାଣିଶୁଣି ସେସୁ କୁ ସମ୍ପୂର୍ଣ୍ଣ ଶେଷ କରିଦେଇ ଘରୋଇକରଣ ପାଇଁ ଏ ଷଡଯନ୍ତ୍ର ?

Leave a Reply

Your email address will not be published. Required fields are marked *