ସଜନା ଶାଗ ଏବଂ ଛୁଇଁ ର ଆଶ୍ଚର୍ଯ୍ୟ ଜନକ ଫାଇଦା

ସଜନା ଶାଗ ଏବଂ ଛୁଇଁ ପ୍ରାୟତ ସମସ୍ତଙ୍କର ପ୍ରିୟ ହେଇଥାଏ ଏହାର ସ୍ୱାଦ ପାଇଁ ତେବେ ଏହାର ଉପକାରିତା ଜାଣିଲେ ଆପଣ ଚକିତ ହେଇଯିବ I ସଜନା ଶାଗ ଏବଂ ଛୁଇଁ ସାଧାରଣତଃ ଅତି ଶସ୍ତା ଏବିଂ ସହଜରେ ସମସ୍ତଙ୍କ ଘର ବାଡ଼ିରେ ମିଳିଯାଇଥାଏ Iସଜନା ଶାଗ ଏବଂ ଛୁଇଁରେ ଭିଟାମିନ -A , ଭିଟାମିନ -B କମ୍ପ୍ଲେକ୍ସ ଭିଟାମିନ C , ଫସଫରସ , ଆଇରନ ,ପୋଟାସିଅମ , କାର୍ବୋହାଇଡ୍ରେଟ ,ସୋଡିଅମ , ପ୍ରୋଟିନ ପ୍ରଚୁର ପରିମାଣରେ ରହିଥାଏ I1) ସଜନା ଶାଗ ଖାଇବା ଦ୍ୱାରା ଭିଟାମିନ -A ବହୁପରିମାଣରେ ମିଳିଥାଏ I ଯାହାଦ୍ୱାରା ଦୃଷ୍ଟିଶକ୍ତି ଜନିତ ରୋଗ ଦୂର ହେଇ ଆଖିକୁ ଭଲଭାବରେ ଦେଖାଯାଇଥାଏ I

2)ସଜନା ଛୁଇଁ ଖାଇବା ଦ୍ୱାରା ପାଚନ କ୍ରିୟା ସୁଚାରୁ ରୂପେ ହେଇଥାଏ I ରକ୍ତଚାପ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ I
3) ସଜନା ପତ୍ର ର ରସକୁ ଅଳ୍ପ ଉଷୁମ କରି ଯେ କୌଣସି ଫୁଲା କିମ୍ବା ବ୍ୟଥା କରୁଥିବା ସ୍ଥାନରେ ମାଲିସ କରିବା ଦ୍ୱାରା ତୁରନ୍ତ ଆରାମ ଲାଗିଥାଏ ଏବଂ ଫୁଲା କମିଥାଏ I

4) ସଜନା ଶାଗ ଏବଂ ଛୁଇଁ ଖାଇବା ଦ୍ୱାରା ଶରୀରରେ ଥିବା ସମସ୍ତ ବିଷାକ୍ତ ତଥା ଅଦରକାରୀ ପଦାର୍ଥ ନିଷ୍କାସିତ ହେଇଥାଏ I 5) ସଜନା ମଞ୍ଜି କୁ ଶୁଖାଇ ଗୁଣ୍ଡକରି ଅଧକପାଳୀ ହେଉଥିବା ରୋଗୀକୁ ଶୁଙ୍ଘାଇଲେ ମୁଣ୍ଡ ବ୍ୟଥା ତୁରନ୍ତ ଭଲ ହେଇଥାଏ I 6) ସଜନା ଛେଲି କୁ ପାଣିରେ ଘୋରି ବଥ , ବାରମୂଳିଆ , କାଖଗୋଲି ରେ ଲେପ ଦେବାଦ୍ଵାରା ଭଲହେଇଥାଏ

Leave a Reply

Your email address will not be published. Required fields are marked *