ଏଠାରେ ଦର୍ଶନ ଦେଇ ଅଦୃଶ୍ୟ ହେଇଯାଆନ୍ତି ମନ୍ଦିର ସହିତ ସ୍ୱୟଂ ପ୍ରଭୁ ଶିବ :-ଶିବଙ୍କ ଆଶ୍ଚର୍ଯ୍ୟ ମହିମା

ଦିନରେ ମାତ୍ର ଥରେ ନିଜର ଦର୍ଶନ ଦେଇ ଅଦୃଶ୍ୟ ହୋଇଯାଏ ଶିବ ମନ୍ଦିର , କଣ ଆଜ୍ଞା ବିଶ୍ୱାସ ହେଉନାହିଁ ନା , କିନ୍ତୁ ହଁ ଆଂଜ୍ଞା ଏହା ସମ୍ପୂର୍ଣ୍ଣ ସତ୍ୟ I ସମୁଦ୍ର ମଧ୍ୟରେ ଏହି ଶିବ ମନ୍ଦିର ଅବସ୍ତିତ I ଏହା ସମ୍ବେଶ୍ୱର ମନ୍ଦିର ନାମରେ ବିଖ୍ୟାତ I ସମୁଦ୍ର ର ଲହରୀ / ଢେଉ ସ୍ୱୟଂ ପ୍ରାକୃତିକ ଭାବରେ ଜଳାଭିଷେକ କରେ ପ୍ରଭୁ ଙ୍କର I

ଗୁଜରାଟ ର ଭଦୋଦରା ରୁ 85 କିଲୋମିଟର ଦୂର ବାରୂଦ ଜିଲା ଅନ୍ତର୍ଗତ ସାମ୍ବେଶ୍ୱର ତହସିଲ ର କାବି ଗ୍ରାମରେ ଆରବ ସାଗରରେ ସ୍ୱୟଂ ପ୍ରଭୁ ଶିବ ଅବସ୍ଥାପିତ I ଏହା ସମୁଦ୍ର କୂଳରେ ଥିବାରୁ ସମୁଦ୍ର ଲହଡି ଆସିବା ଦ୍ୱାରା ଶିବ ଲୁଚିଯାନ୍ତି ଏବଂ ଲହଡି ଦ୍ୱାରା ଜଳାଭିଷେକ ହେଇଥାନ୍ତି I

ସମୁଦ୍ର ଲହଡି ଆସିବାଦ୍ୱାରା ମନ୍ଦିର କିଛି ସମୟ ପାଇଁ ଲହଡିରେ ବୁଡି ଯାଇଥାନ୍ତି , ଏବଂ ଲହଡି ର ପ୍ରତ୍ୟାବର୍ତନ ପରେ ଦୃଶ୍ୟମାନ ହେଇଥାନ୍ତି I

ଶିବଙ୍କର ଏହି ପ୍ରାକୃତିକ ଜଳାଭିଷେକ ଦେଖିବାକୁ ଲକ୍ଷ ଲକ୍ଷ ଲୋକ ଭିଡ ଜମାଇଥାନ୍ତି I

ତେବେ ସମୁଦ୍ର ର ଲୁଣିପାଣି ମନ୍ଦିରରେ ସବୁବେଳେ ଲହଡି ଭାଙ୍ଗୁଥିଲେ ମଧ୍ୟ ମନ୍ଦିର ର କିଛି ବି କ୍ଷତି ହେଇନଥାଏ I

କୁହାଯାଏ ପୁରାଣ ଅନୁଯାଇ ତାଡେଶ୍ଵର ର ଉତ୍ପାତ ରେ ସାରା ବ୍ରହ୍ମାଣ୍ଡ ତ୍ରାହି ତ୍ରାହି ଡାକିଲା I ସବୁ ଦେବା ଦେବୀ ଶିବଙ୍କର ଶରଣ ପଶିଲେ , ଶିବ ଙ୍କର ଆଶୀର୍ବାଦରୁ କାର୍ତିକ ଜନ୍ମ ନେଇଥିଲେ ଏବଂ ତାଡେଶ୍ଵର କୁ ବଧ କରିଥିଲେ I

ଏହି ଜାଗାରେ ତାଡେଶ୍ଵର ର ବଧ ହେଇଥିଲା କିନ୍ତୁ ତାଡେଶ୍ଵର ଶିବଙ୍କ ପରମ ଭକ୍ତ ଥିଲା ଏବଂ ଶିବଙ୍କୁ ବର ମାଗିଥିଲା କି ସେହି ସ୍ଥାନରେ ଶିବ କିଛି ସମୟ ପାଇଁ ସମୟ ଅତିବାହିତ କରିବା ପାଇଁ I

ପ୍ରଭୁ ଶିବ ତାଡେଶ୍ଵର ର ପ୍ରାଥନାରେ ସେହି ସ୍ଥାନରେ କିଛି ସମୟ ଅତିବାହିତ କରିଥିଲେ ଏବଂ ସେହି ସ୍ମୃତି କୁ ଉଜ୍ଜୀବିତ କରିବା ପାଇଁ ସେହିଠାରେ ଶିବଙ୍କୁ ପୂଜା କରାଯାଏ I

Leave a Reply

Your email address will not be published. Required fields are marked *