ଶନି ବାରରେ ଘରକୁ ନେଇ ଆସନ୍ତୁ ଗୋଟିଏ ଘୋଡା ନାଲ ,ଆଉ ଦେଖନ୍ତୁ ଚମତ୍କାର ,ଶନିଦେବ ଙ୍କ ପ୍ରସନ୍ନତା ମିଳିବ

ଘୋଡା ନାଲ ବଦଳାଇଦେବ ଭାଗ୍ୟ : ଏପରି ବ୍ୟବହାର କରିବା ଦ୍ୱାରା ଆସିଥାଏ ସୌଭାଗ୍ୟ :ବାସ୍ତୁଶାସ୍ତ୍ର ଅନୁଯାଇ ଘୋଡାନାଲ ର ବହୁ ଆଶ୍ଚର୍ଯ୍ୟ ଜନକ ଶକ୍ତି ଥାଏ I ଘୋଡା ନାଲ ର ବ୍ୟବହାର ଦ୍ୱାରା ବହୁ ସମସ୍ୟା ର ହେଇଥାଏ I କୁହାଯାଏ ଘୋଡାନାଲ ର ବ୍ୟବହାର ଦ୍ୱାରା ପ୍ରଭୁ ଶନି ଙ୍କ ପ୍ରକୋପ ରୁ ମୁକ୍ତି ମିଳିଥାଏ ।1) ଯଦି ବାରମ୍ବାର ଅସଫଳତା ଲାଗି ରହୁଥାଏ , କୌଣସି ବି କାମ ସଫଳ ହେଉନାହିଁ ତେବେ ଘୋଡ଼ାନାଲରୁ ମୁଦି ତିଆରି କରି ଡାହାଣ ହାତର ମଧ୍ୟମା ଆଙ୍ଗୁଳି ରେ ଧାରଣ କରିବା ଦ୍ୱାରା କାମରେ ସଫଳତା ମିଳିଥାଏ I

2) କଳା ଘୋଡାର ନାଲକୁ ଏକ କଳା ବସ୍ତ୍ରରେ ରଖି ଗଡ଼ରେଜ ବା ଅଲମାରୀରେ ରଖନ୍ତୁ , ଅଯଥା ଅର୍ଥହାନୀ ହେବନାହିଁ I ଘରେ ମଧ୍ୟ ଧନ ର ଅଭାବ ରହିବନି I

3) ଯେଉଁ ବ୍ୟକ୍ତି ମାନଙ୍କର ଶନି ଦଶା ପଡିଥାଏ ସେମାନେ ଘୋଡ଼ାନାଲ ମୁଦି ପିନ୍ଧିବା ଦ୍ୱାରା ଶନି ଙ୍କ କୋପରୁ ରକ୍ଷା ପାଇଥାନ୍ତି I 4) ଦୋକାନ କିମ୍ବା ବ୍ୟବସାୟରେ ଯଦି ବାରମ୍ବାର କ୍ଷତି ହେଉଥାଏ ତେବେ ଘୋଡାନାଲ କୁ ଦୋକାନ ସାମ୍ନାରେ ଓଲଟା କରି ଟାଙ୍ଗନ୍ତୁ ( U ଭଳି )

5) ଘରେ ଯଦି ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ , ସବୁବେଳେ କଳହ ଲାଗିରହୁଥାଏ , ଋଣଭାର ବଢିବଢି ଯାଉଥାଏ ତେବେ କୌଣସି ମଙ୍ଗଳବାର, କିମ୍ବା ଶନିବାରେ ଘୋଡ଼ାନାଲ କୁ ସୋରିଷ ତେଲରେ ବୁଡ଼ାଇ ରଖି ଅନ୍ୟ ଏକ ଶନିବାରରେ ଘର ଦୁଆର ସାମ୍ନାରେ ଓଲଟା (ଇଂଲିଶ୍‌ ଅକ୍ଷର ୟୁ ଭଳି) ଟାଙ୍ଗିଦିଅନ୍ତୁ I ସମସ୍ତ ବାସ୍ତୁଦୋଷ ସହିତ ଲାଗିରହିଥିବା ସମସ୍ୟା ସମାଧାନ ହେଇଯିବ I

Leave a Reply

Your email address will not be published. Required fields are marked *