ନବୀନ ସରକାରଙ୍କ ଆଶୀର୍ବାଦ କାରଣରୁ ପୋଲିସର ଉଦଣ୍ଡତା ଦେଖି ପାରୁଛୁ -ପ୍ରତାପ ଷଢ଼ଙ୍ଗୀ

ଭୁବନେଶ୍ୱର(ଦେବଦତ୍ତ ରଥ): ବିଜେପିର ବରିଷ୍ଠ ନେତା ପ୍ରତାପ ଷଢ଼ଙ୍ଗୀ ଆଜି ବିଭିର୍ଣ୍ଣ ପ୍ରସଙ୍ଗ ଭିତରେ ବିଶେଷ କରି ମହିଳା ସୁରକ୍ଷା ଉପରେ ନବୀନ ସରକାର ଉପରେ ବର୍ଷିଛନ୍ତି।ଏଇ କିଛିଦିନ ହେଲା ବିଶେଷ କରି ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ପିଟିବା ଘଟଣାରେ ପୋଲିସର ବର୍ବରତାକୁ ନେଇ ନବୀନ ସରକାରଙ୍କ ଆଶୀର୍ବାଦ କାରଣରୁ ପୋଲିସର ଏପରି ଉଦଣ୍ଡତା ବୋଲି କହିଛନ୍ତି ପ୍ରତାପ ଷଢ଼ଙ୍ଗୀ।
ପ୍ରତାପ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।ଗାଁ’ କୁ କାମ ମା’ କୁ ସମ୍ମାନ କଥା କହୁଥିବା ସରକାର ପୂର୍ଣ୍ଣ ବିପରୀତ ଆଚରଣ ପ୍ରଦର୍ଶନ କରୁଛନ୍ତି।ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଇଥିଲେ।କିନ୍ତୁ ଆଜି ସେମାନଙ୍କୁ କେବଳ ବିଜେଡି ସଶକ୍ତିକରଣ ପାଇଁ ଭୋଟ ବ୍ୟାଙ୍କ ଆଧାରରେ ବ୍ୟବହାର କରାଯାଉଛି ବୋଲି କହିଛନ୍ତି ପ୍ରତାପ ଷଢ଼ଙ୍ଗୀ।୨୦୧୫ ବେଳକୁ ୫ ଲକ୍ଷ ୬୩ ହଜାର ୩୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥିବା ବେଳେ ୨୦୦୧୭ ମାର୍ଚ୍ଚ ବେଳକୁ ତାହା ୨ ଲକ୍ଷରୁ ଅଧିକ କମିଯାଇ ୩ ଲକ୍ଷ ୭ହଜାର ୪୮୦ରେ ପହଁଚିଲା।ସରକାର ଏମାନଙ୍କୁ ଯେଉଁ ରୃଣ ପ୍ରଦାନ କରୁଛନ୍ତି ତାହା ସେମାନେ ସୁଝି ପାରୁ ନାହାଁନ୍ତି ବ୍ୟବସ୍ଥାଗତ ତୃଟି ପାଇଁ।କାରଣ ସେମାନେ ଏହାକୁ କୌଣସି ଉତ୍ପାଦକ ପ୍ରକ୍ରିୟାରେ ବିନିଯୋଗ କରୁ ନାହାଁନ୍ତି।କାରଣ ସେମାନଙ୍କୁ ଯଥେଷ୍ଟ ପ୍ରଶିକ୍ଷଣ ଦିଆଯାଉ ନାହିଁ।ଉତ୍ପାଦିତ ସାମଗ୍ରୀ ବିକ୍ରୟର କୌଣସି ବ୍ୟବସ୍ଥା ନାହିଁ।ଏସଏମଏସ,ବନ୍ଦନା,ଅସ୍ମିତା ପରି ମାଇକ୍ରୋ ଫାଇନାନ୍ସ କମ୍ପାନୀ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ମହିଳା ମାନଙ୍କୁ ଲୁଟୁଛନ୍ତି।

ଏଇ ୧୮ ବର୍ଷ ଭିତରେ ବିଶେଷ କରି ଏଇ ୮/୧୦ ବର୍ଷ ହେଲା ମହିଳା ମାନଙ୍କ ପ୍ରତି ଅତ୍ୟାଚାର ସୀମା ଟପି ଯାଇଛି।ଇତିଶ୍ରୀ,ବେବିନା,କୁନ୍ଦୁଲି ପରି ଗୋଟିଏ ପରି ଗୋଟିଏ ଘଟଣା ଘଟି ଚାଲିଛି।ସରକାର ଫରେନ୍ସସିକ ରିପୋର୍ଟ ବଦଳାଇବାର ଦୁଃସାହସ କରୁଛନ୍ତି।ସରକାରୀ ଆଶ୍ରମ ସ୍କୁଲରେ ଅନୁସୂଚିତ ଜନଜାତି ଝିଅଙ୍କ ପ୍ରତି ଦୁଷ୍କର୍ମ ହେଉଛି।ମୁଖ୍ୟମନ୍ତ୍ରୀଙ୍କ ସଭାରୁ ମହିଳାଙ୍କ ମୁହଁରୁ ଓଢ଼ଣୀ କାଢ଼ି ଦିଆ ଯାଉଛି।ବିଜେଡି କାର୍ଯ୍ୟାଳୟରେ ଘର ଦେବାକୁ ଡାକି ଦୁଷ୍କର୍ମ କରାଯାଉଛି।

ଏବଂ ଏହା ସହ ନୟାପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ମାଡ଼ ଘଟଣାକୁ ନେଇ ବିଜେଡି କର୍ମୀଙ୍କ ଅତ୍ୟାଚାରରେ ପିଡ଼ୀତାକୁ ପୁଲିସ ନିର୍ମମ ଭାବରେ ପିଟିବାକୁ ଦେଖି ମାନବତା ହାହାକାର ହେଉଥିବ ବୋଲି କହିଛନ୍ତି ପ୍ରତାପ ଷଢ଼ଙ୍ଗୀ।ନବୀନ ସରକାରଙ୍କ ଆଶୀର୍ବାଦ ଥିବା କାରଣରୁ ପୋଲିସର ଏପରି ଉଦଣ୍ଡତା ଆମେ ଦେଖି ପାରୁଛୁ ବୋଲି ସେ କହିଛନ୍ତି।ନବୀନ ସରକାରଙ୍କ ଆଶୀର୍ବାଦରେ ଦୁର୍ନୀତିଗସ୍ତ ଅଫିସର ମାନେ ଶକ୍ତିଶାଳୀ ହୋଇଯାଇଛନ୍ତି।ଗଣତନ୍ତ୍ରର ହତ୍ୟା ହେଉଛି, ପ୍ରତିବାଦର ସ୍ବର ନାହିଁ।ତେଣୁ ଏ ସରକାରର ଅନ୍ତ ହେବା ବହୁ ଆବଶ୍ୟକ ବୋଲି କହିଛନ୍ତି ପ୍ରତାପ ଷଢ଼ଙ୍ଗୀ।

Leave a Reply

Your email address will not be published. Required fields are marked *