ସାବିତ୍ରୀ ବ୍ରତରେ ବିଦ୍ୟୁତ ଆଘାତ ରୁ ସ୍ତ୍ରୀ କୁ ବଞ୍ଚାଇ ବାକୁ ଯାଇ ସ୍ୱାମୀ ମୃତ

ଆଜି ସାବିତ୍ରୀ ବ୍ରତ , ସ୍ୱାମୀର ଆୟୁଷ ବୃଦ୍ଧି କାମନା କରି ସ୍ତ୍ରୀ ପାଳନ କରିଥାଏ ଏହି ବ୍ରତ Iକିନ୍ତୁ ଆଜି ପରି ଦିନରେ ସ୍ତ୍ରୀ କୁ ବିଦ୍ୟୁତ ଆଘାତ ରୁ ବଞ୍ଚାଇ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛନ୍ତି ସ୍ୱାମୀ I

ଘଟଣାଟି ସମ୍ବଲପୁର ର। ମିଳିଥିବା ଅନୁଯାଇ ସରୋଜିନୀ ପ୍ରଧାନ(୪୦ ବର୍ଷ) , ସାବିତ୍ରୀ ପୂଜା ସାରି ଛାତ ଉପରେ ଲୁଗା ସୁଖାଉଥିବା ବେଳେ ହଠାତ ଅସାବଧାନତାବଶତଃ ଅଜାଣତରେ ଓଦା ଲୁଗା ସର୍ଭିସ ତାର ସଂସ୍ପର୍ଶ ରେ ଆସି ବିଦ୍ୟୁତ ଆଘାତ ଲାଗିଥିଲା I ଫଳରେ ଜୋରରେ ଚିତ୍କାର କରିଥିଲେ ସରୋଜିନୀ I

ସ୍ତ୍ରୀ ଙ୍କ କରୁଣ ଚିତ୍କାର ଶୁଣି ଛାତ ଉପରକୁ ଦଉଡି ଯାଇଥିଲେ ସ୍ୱାମୀ ବୃନ୍ଦାବନ ପ୍ରଧାନ( ୪୬ ବର୍ଷ) I ଆଖି ସାମ୍ନାରେ ସ୍ତ୍ରୀ ଙ୍କୁ ଏପରି ଅବସ୍ଥାରେ ଦେଖି ମୁଣ୍ଡରୁ ବୁଦ୍ଧି ହଜିଯାଇଥିଲା ବୃନ୍ଦାବନ ଙ୍କର I ତରବର ଭାବରେ ସର୍ଭିସ ତାରଟିକୁ ଭିଡି ଦେଇଥିଲେ ସ୍ତ୍ରୀ କୁ ବଞ୍ଚାଇବା ପାଇଁ I

ଦୁର୍ଭାଗ୍ୟ ବଶତଃ ସର୍ଭିସ ତାର ଟି ଵୃନ୍ଦାବନ ଙ୍କ ଦେହରେ ଗୁଡ଼ାଇ ହେଇଯାଇଥିଲା I ବିଦ୍ୟୁତ ଆଘାତରୁ ସ୍ତ୍ରୀ ବଞ୍ଚି ଯାଇଥିବା ବେଳେ ସ୍ୱାମୀ ଗୁରୁତର ହେଇଥିଲେ I ଚିତ୍କାର ଶୁଣି ପାଖ ପଡୋଶୀ ପହଂଚି ଦୁହିଁଙ୍କୁ ଉଦ୍ଧାର କରି ସମ୍ବଲପୁର ସଦର ଡାକ୍ତରଖାନାରେ ଚିକିସ୍ଥା ପାଇଁ ଭର୍ତ୍ତି କରାଯାଇଥିଲା I କିନ୍ତୁ ସ୍ୱାମୀ ବୃନ୍ଦାବନ ଶେଷ ନିଶ୍ୱାସ ତ୍ୟାଗ କରି ଆର ପାରିକୁ ଚାଲିଯାଇଥିଲେ I

ସ୍ତ୍ରୀ ସରୋଜିନୀ ଗୁରୁତର ଭାବରେ ଚିକତ୍ସିତ ହେଉଛନ୍ତି। ବୃନ୍ଦାବନ ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ I

Leave a Reply

Your email address will not be published. Required fields are marked *