ଧୋକା ଖାଇଗଲେ ପଲସର ଲୁଟେରା : ସାବିତ୍ରୀ ବ୍ରତରେ ମହିଳା ଙ୍କ ଠାରୁ ଲୁଟ କରିଥିବା ସୁନାଚେନ୍ ର ଦାମ୍ 200 ଟଙ୍କା …..

ଗତକାଲି ଢେଙ୍କାନାଳ ରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା I ସାବିତ୍ରୀ ବ୍ରତ ସାରି ଜଣେ ମହିଳା ଫେରୁଥିବା ବେଳେ ରାସ୍ତାରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ I ଯୁବକ ଦୁଇଜଣ ଏକ କଳା ପଲସର ରେ ଆସିଥିଲେ Iମହିଳା ଜଣଙ୍କ ବେକରେ ପିନ୍ଧିଥିବା ବଡ ଆକାରର ଚେନ୍. ଉପରେ ଦୁହିଁଙ୍କ ନଜର ପଡିଥିଲା I

ମହିଳାଙ୍କୁ ଆଗ ରେ ଥିବା ଏକ ଛକ ର ନାମ ପଚାରିଥିଲେ ,ମହିଳା ଠିକଣା ବତାଉଥିବା ବେଳେ ଅକସ୍ମାତ ଜଣେ ଯୁବକ ମହିଳାଙ୍କ ବେକରୁ ଚେନ୍ ଟିକୁ ଝାମ୍ପିନେଇ ଅତି ଦ୍ରୁତ ବେଗରେ ପଳାଇଥିଲେ I

ତେବେ ସବୁଠାରୁ ରୋଚକ କଥା ହେଲା ସୁନା ଚେନ୍. ଭାବି ଦୁର୍ବୁତ୍ତ ଲୁଟି ନେଇଥିବା ଚେନ୍ ଟି ଅସଲରେ ସୁନା ନଥିଲା , ସୁନା ପରି ଚିକ ଚିକ କରୁଥିବା ନକଲି ଇମିଟେସନ I

ଯାହାର ମୂଲ୍ୟ ମାତ୍ର 200 ଟଙ୍କା I ତେବେ ଢେଙ୍କାନାଳ ରେ ଦୁର୍ବୁତ୍ତ ମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ସ୍ଥାନୀୟ ବାସିନ୍ଦା ପୋଲିସ ପାଖରେ ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *