ଭୋଳାବାବା ଙ୍କ ଆଶ୍ଚର୍ଯ୍ୟ ମହିମା : ଏମିତି ଏକ ମନ୍ଦିର ଯାହା ବଙ୍କା ଭାବରେ ଠିଆ ହେଇଛି

ପ୍ରକୃତିରେ ଏପରି କିଛି ଆଶ୍ଚର୍ଯ୍ୟ ଅଛି ଯାହାକୁ ନଦେଖିଲେ ବିଶ୍ୱାସ କରିହେବନି , ସେଥିମଧ୍ୟରୁ ହୁମା ର ବାବା ବିମଳେଶ୍ଵର ମନ୍ଦିର ଅନ୍ୟତମ I ଏହା ଏମିତି ଏକ ମନ୍ଦିର ଯାହା ସଳଖ ସ୍ଥାପିତ ହେବା ବଦଳରେ ବକ୍ର ଭାବରେ ସ୍ଥାପିତ ହେଇଚି I ମନ୍ଦିର ଟି ସମ୍ପୂର୍ଣ୍ଣ ଭାବରେ ଭୁପୃଷ୍ଠ ଆଡକୁ ଢଳି ରହିଥିବା ଦେଖାଯାଏ I ଏହା ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ମନେଶ୍ଵର ବ୍ଲକ ର ହୁମା ଗ୍ରାମର ମହାନଦୀ କୂଳରେ ଅବସ୍ତିତ I

ବାବା ବିମଳେଶ୍ଵର ଙ୍କ ନାମରେ ଏହା ପ୍ରସିଦ୍ଧ ଅଟେ I ମନ୍ଦିର ପାଖ ନଦୀ ଘାଟରେ ଈଷତ ଲାଲ ରଙ୍ଗର ମାଛ ଦେଖାଯାନ୍ତି I ପୋଷା ଜୀବଜନ୍ତୁ ଙ୍କ ପରି ଏମାନେ ମଣିଷ ଙ୍କ ପାଖକୁ ଆସି ଖାଦ୍ୟ ଗ୍ରହଣ କରିଥାନ୍ତି I କୁହାଯାଏ ପ୍ରଭୁ ବିଷ୍ଣୁ ସ୍ୱୟଂ ଏହିଠାରେ ମସ୍ଥ୍ୟ ଅବତାରରେ ଅବସ୍ଥାପିତ I

ଏହି ମନ୍ଦିର ରେ ପ୍ରଭୁ ଶିବଙ୍କର ଲିଙ୍ଗ ପୂଜା ପାଇଥାନ୍ତି , କୁହାଯାଏ ଅନେକ ବର୍ଷ ତଳୁ ଏଠାରେ ଶିବଲିଙ୍ଗ ସ୍ୱୟଂ ମାଟିତଳୁ ଆବିର୍ଭାବ ହେଇଥିଲେ I

ଏହି ମନ୍ଦିର ର ନିର୍ମାଣ ଏବଂ ନିର୍ମାତା ଙ୍କୁ ନେଇ ବହୁ ବାଦବିବାଦ ଲାଗିରହିଥିଲେ ମଧ୍ୟ , ଇତିହାସ ର ତଥ୍ୟ ଅନୁଯାଇ 1545 ରୁ 1560 ମଧ୍ୟରେ ସମ୍ବଲପୁର ର ପ୍ରଥମ ରାଜା ବଳରାମ ଦେବ ଙ୍କ ଦ୍ୱାରା ଏହା ନିର୍ମିତ ହେଇଥିଲା I ମନ୍ଦିର ର ଦ୍ରଘ୍ୟ 200 ଫୁଟ ଏବଂ ପ୍ରସ୍ତ 120 ଫୁଟ I ଏହା ଉତ୍ତର ପୂର୍ବକୁ 46 ଡିଗ୍ରୀ ଢଳିକି ରହିଛି I

ତେବେ ମନ୍ଦିର ବକ୍ର ହେବାର ରହସ୍ୟ ଆଜି ପର୍ଯ୍ୟନ୍ତ ସଠିକ ଭାବରେ ଜଣା ପଡିନଥିଲେ ମଧ୍ୟ , କେହି କେହି କୁହନ୍ତି ମହାନଦୀ ର ପ୍ରବାହିତ ପ୍ରବଳ ସ୍ରୋତ ରୁ ରକ୍ଷା ପାଇବା ପାଇଁ ପ୍ରଥମରୁ ଏହି ମନ୍ଦିର କୁ ଏପରି ତିଆରି କରାଯାଇଥିଲା I ତ ଆଉ କେହି କେହି କୁହନ୍ତି ମହାନଦୀ କୁଳ ଘାଟ ଦବିଯିବାରୁ ମନ୍ଦିର ଏପରି ଗୋଟେ ପଟକୁ ଢଳିକି ରହିଛି I

Leave a Reply

Your email address will not be published. Required fields are marked *