କର୍ଣ୍ଣାଟକ :କଳେ ବଳେ କୌଶଳେ ସରକାର ଗଠନ କଲା ବିଜେପି : ଗଣତନ୍ତ୍ର ର ହତ୍ୟା କରାଯାଇଛି : କଂଗ୍ରେସ

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ବିଜେପି ନେତା ବି.ଏସ୍‌. ୟେଦୁରପ୍ପା ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବି.ଏସ୍‌. ୟେଦୁରପ୍ପା I ଆସନ୍ତା ୧୫ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ ରାଜ୍ୟପାଳ ନିର୍ଦେଶ ଦେଇଛନ୍ତି ବିଜେପି କୁ I

ଏହାକୁ କିନ୍ତୁ କଂଗ୍ରେସ ଏବଂ ଜେଡିଏସ ବିରୋଧ କରିଛନ୍ତି I ଯେହେତୁ ତାଙ୍କର ସଂଖ୍ୟା ଗରିଷ୍ଠତା ଅଛି ବିଜେପି କିପରି ସରକାର ଗଠନ କରିବ ବୋଲି ପ୍ରଶ୍ନ ଉଠାଇ ବିକ୍ଷୋଭ ଜାରି ରଖିଛନ୍ତି I ସୂଚନା ଥାଉ କି ଗତ ଦୁଇଦିନ ତଳେ କର୍ଣ୍ଣାଟକ ନିର୍ବାଚନ ର ଫଳାଫଳ ଘୋଷଣା ହେଇଥିଲା ଏବଂ ବିଜେପି କୁ 104 , କଂଗ୍ରେସ 77 ଏବଂ ଜେଡିଏସ କୁ 38 ମିଳିଥିଲା I

କଂଗ୍ରେସ ଘୋଷଣା କରିଥିଲା ସରକାର ଗଠନ ରେ ଜେଡିଏସ କୁ ନିସର୍ତ୍ତ ସମର୍ଥନ କରିବା ପାଇଁ I ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା 112 ହେଉଥିଲେ ମଧ୍ୟ ବିଜେପି ପାଖରେ 104 ଥିଲା କଂଗ୍ରେସ ଏବଂ ଜେଡିଏସ ପାଖରେ 115 ଥିଲା I ତଥାପି ରାଜ୍ୟପାଳ ବିଜେପି କୁ ଡାକିଛନ୍ତି I

Leave a Reply

Your email address will not be published. Required fields are marked *