ଦୁଷ୍କର୍ମ ପିଡ଼ୀତାଙ୍କୁ ଗାଡ଼ି ଚଢ଼େଇ ଦେବାକୁ ଧମକ! ପୋଲିସ ଯାଚୁଛି ପଇସା

ଭୁବନେଶ୍ୱର(ଦେବଦତ୍ତ ରଥ):ଜଣେ ଦୁଷ୍କର୍ମ ପିଡ଼ୀତାଙ୍କୁ ଗାଡ଼ି ଚଢ଼େଇ ଦେବାକୁ ଧମକ ଦିଆ ଯାଇଛି।ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ।ଜଣେ ଗରୀବ ତଥା ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି।କିନ୍ତୁ ପୋଲିସ ଅପରାଧୀଙ୍କୁ ଧରିବା ଜାଗାରେ ଓଲଟି କଥା ଚପାଇ ଦେବାକୁ ପଇସା ଯାଚିଛି।ମୁହଁ ବନ୍ଦ ରଖିବାକୁ କହିଛି।ଏପରିକି ଗାଡି ଚଢ଼େଇ ଦେବାକୁ ଧମକ ଦେଇଛି।ଏପରି ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଡଃ:ଲେଖାଶ୍ରୀ ସାମନ୍ତସିଂହାର।

ଭଦ୍ରକ ଜିଲ୍ଲାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା “ମହିଳା ସୁରକ୍ଷା ଯାତ୍ରା” ଅବସରରେ ଦୁଷ୍କର୍ମ ପିଡ଼ୀତା ଏବଂ ତାଙ୍କ ପରିବାର ଲେଖାଶ୍ରୀଙ୍କୁ ଭେଟି ଏପରି ଅଭିଯୋଗ କରିଛନ୍ତି ବୋଲି ଲେଖାଶ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *