ମୃତ୍ୟୁ ମୁଖରୁ ଫେରିଲେ ଶ୍ରମିକ : ଓଡ୍ରାଫ ଓ ଅଗ୍ନିଶମ ବିଭାଗର 7 ଘଣ୍ଟାର କଠିନ ପରିଶ୍ରମ

କଟକ ଓଡ଼ିଶା ପୋଲିସ ସିଗନାଲ୍ ମୁଖ୍ୟାଳୟ ନିକଟ ପମ୍ପ ଷ୍ଟେସନ ପାଇପ ରେ ଜଣେ ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲି କାମ କରୁଥିବା ବେଳେ ଭୁଲ ବଶତଃ ଜଣେ କର୍ମଚାରୀ ମଟର ଲଗାଇଦେଇଥିଲେ I ଫଳରେ ଉଞ୍ଚ ସ୍ରୋତରେ ଶ୍ରମିକ ଜଣଙ୍କ ପାଖାପାଖି 30 ଫୁଟ ଗଭୀର ଭିତରକୁ ଭାସିଯାଇଥିଲେ I

ପରେ ଶ୍ରମିକ ଜଣଙ୍କୁ ନପାଇବାରୁ ଅନ୍ୟ କର୍ମଚାରୀ ମାନେ ଖୋଜାଖୋଜି କରି ଜାଣିବାକୁ ପାଇଲେ ଯେ ପାଇପ ଭିତରେ ଶ୍ରମିକ ଜଣକ ରହିଯାଇଛନ୍ତି I ତୁରନ୍ତ ମଟର ବନ୍ଦ କରାଯାଇ ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ ଙ୍କୁ ଖବର ଦିଆଯାଇଥିଲା Iସେତେବେଳକୁ ଶ୍ରମିକ ଜଣଙ୍କ 30 ଫୁଟ ଗଭୀର କୁ ଭାସିଯାଇଥିଲେ I

ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ପ୍ରଥମେ ପାଇପ ଦ୍ୱାରା ଅକ୍ସିଜେନ୍‌ ଯୋଗାଇଦେଇଥିଲେ ଏବଂ ଆଶ୍ୱାସନା ଦେଇଥିଲେ ଶ୍ରମିକ ଜଣଙ୍କୁ ବ୍ୟସ୍ତ ବ୍ୟବ୍ରତ ନହେବା ପାଇଁ

Iତେବେ ପ୍ରାଣକୃଷ୍ଣ 30 ଫୁଟ ଗଭୀର ପାଇପ ର ଏକ ପାଣି ଚାମ୍ବର ମଧ୍ୟରେ ଫସିଯାଇଥିଲେ I

ସକାଳ 7 ଟାରୁ 3 ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ପାଇପ କୁ ଭାଙ୍ଗି ଶ୍ରମିକ କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଏବଂ ଅଗ୍ନିଶମ ଟିମ୍ I

ଖୋଦ ଓଡିଶା ଅଗ୍ନିଶମ ମୁଖ୍ୟ ସେଠାରେ ରହି କାର୍ଯ୍ୟକୁ ତଦାରଖ କରିଥିଲେ I

Leave a Reply

Your email address will not be published. Required fields are marked *