ରୁଦ୍ରାକ୍ଷ ର ଚମତ୍କାର ଉପକାରିତା :-ସବୁ ସମସ୍ୟାର ସମାଧାନ I

ହିନ୍ଦୁ ଶାସ୍ତ୍ର ଅନୁଯାଇ ରୁଦ୍ରାକ୍ଷ କୁ ସାକ୍ଷାତ ଶିବ ଙ୍କ ଅଂଶ ବୋଲି ମନାଯାଏ I ଶିବ ଙ୍କ ଅନ୍ୟନାମ ରୁଦ୍ର ରୁ ଏହା ର ନାମକରଣ ରୁଦ୍ରାକ୍ଷ ହେଇଛି I ଏହା ଏକ ପବିତ୍ର ଫଳ ଅଟେ I ତେବେ ରୁଦ୍ରାକ୍ଷ ଏକ ମୁଖି ରୁ ପ୍ରାୟତ 21 ମୁଖି ଯାଏଁ ଦେଖାଯାଏ I

କୁହାଯାଏ ଯେଉଁଠି ରୁଦ୍ରାକ୍ଷ କୁ ପୂଜା କରାଯାଏ ସେଠାରେ ସାକ୍ଷାତ ମା ଲକ୍ଷ୍ମୀ ବାସ କରିଥାନ୍ତି I I ରୁଦ୍ରାକ୍ଷ କୁ ପିନ୍ଧିବା ଦ୍ୱାରା ଶରୀର ରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହେଇଥାଏ I ବିଭିର୍ଣ୍ଣ ସମସ୍ୟାର ସମାଧାନ ହେଇଥାଏ I 21 ପ୍ରକାର ରୁଦ୍ରାକ୍ଷ ଥିଲେ ମଧ୍ୟ ସାଧାରଣତଃ 12 ମୁଖି ରୁଦ୍ରାକ୍ଷ ଯାଏଁ ବ୍ୟବହାର କରାଯାଏ I

କେଉଁ ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା କେଉଁ ଫଳ ମିଳିଥାଏ :
1) ଏକ ମୁଖି ରୁଦ୍ରାକ୍ଷ :- ଏହା ସ୍ୱୟଂ ଶିବ ଙ୍କ ସ୍ୱରୂପ ବୋଲି ମନାଯାଏ I ଏହା ଅତ୍ୟନ୍ତ ଦୁର୍ଲଭ ଏବଂ ମୂଲ୍ୟବାନ Iଏହାକୁ ଧାରଣ କରିବା ଦ୍ୱାରା ମହାପାପ ରୁ ମୁକ୍ତି ମିଳିଥାଏ I ସର୍ବ ମନସ୍କାମନା ପୂର୍ଣ୍ଣ ହେଇଥାଏ I

2) ଦୋ ମୁଖି ରୁଦ୍ରାକ୍ଷ କୁ ସାକ୍ଷାତ ଶିବ ଏବଂ ପାର୍ବତୀ ଙ୍କ ଅଂଶ କୁହାଯାଏ I ଏହାକୁ ଧାରଣ କରିବା ଦ୍ୱାରା ବୁଦ୍ଧି ଏବଂ ବିବେକ , ଆଧ୍ୟାତ୍ମିକ ଜ୍ଞାନ ର ଜାଗ୍ରତ ହେଇଥାଏ I

3) ତିନି ମୁଖି ରୁଦ୍ରାକ୍ଷ କୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଙ୍କ ସ୍ୱରୂପ କୁହାଯାଏ I ଏହାକୁ ଧାରଣ କରିବା ଦ୍ୱାରା ବିଦ୍ୟା ଏବଂ ଶରୀରରେ ଶକ୍ତି ର ସଂଚାର ହେଇଥାଏ I

4) ଚାରି ମୁଖି ରୁଦ୍ରାକ୍ଷ କୁ ସାକ୍ଷାତ ବ୍ରହ୍ମା ଙ୍କ ଅଂଶ କୁହାଯାଏ I ଏହାକୁ ଧାରଣ କରିବା ଦ୍ୱାରା ମାନସିକ ରୋଗରୁ ମୁକ୍ତି ମିଳିଥାଏ I

5) ପାଞ୍ଚ ମୁଖି ରୁଦ୍ରାକ୍ଷ କୁ ସାକ୍ଷାତ ଶିବ ଙ୍କ ପଞ୍ଚାନନ ସ୍ୱରୂପ କୁହାଯାଏ I ଏହାକୁ ଧାରଣ କରିବା ଦ୍ୱାରା ମନସ୍କାମନା ପୂରଣ ହେଇଥାଏ I

6) ଛ ମୁଖି ରୁଦ୍ରାକ୍ଷ କୁ ସାକ୍ଷାତ କାର୍ତିକ ଦେବ ଙ୍କର ସ୍ୱରୂପ ମନାଯାଏ I ଏହାକୁ ଧାରଣ କରିବା ଦ୍ୱାରା ଚର୍ମ ରୋଗ , ଆଖି ରୋଗ ଦୂର ହେଇଥାଏ I ସବୁ ପାପ ନଷ୍ଟ ହେଇଯାଇଥଏ I

7) ସାତ ମୁଖି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ସଂସାରରେ ଯଶ , କୀର୍ତି ,ସୁନାମ ମିଳିଥାଏ I

8) ଆଠ ମୁଖି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମାଲି ମକଦ୍ଧମା ରେ ବିଜୟ ହେଇଥାଏ I

9) ନଅ ମୁଖି ରୁଦ୍ରାକ୍ଷ କୁ ସାକ୍ଷାତ ମା ନବଦୁର୍ଗା ଙ୍କ ସ୍ୱରୂପ କୁହାଯାଏ I ଏହାକୁ ଧାରଣ କରିବା ଦ୍ୱାରା ପାପ ନଷ୍ଟ ହେଇଥାଏ ଏବଂ ମା ଦୁର୍ଗା ନ୍କ ଆଶିର୍ବାର ମିଳିଥାଏ I

10) ଦଶ ମୁଖି ରୁଦ୍ରାକ୍ଷ କୁ ସାକ୍ଷାତ ବିଷ୍ଣୁ ଙ୍କ ଦଶାବତାର ସ୍ୱରୂପ କୁହାଯାଏ I ଏହାକୁ ଧାରଣ କରିବା ଦ୍ୱାରା
ଭୁତ ପ୍ରେତ ଆଦି ନକାରାତ୍ମକ ଶକ୍ତିର ର ବିଲୟ ଘଟିଥାଏ I

11) ଏଗାର ମୁଖି ରୁଦ୍ରାକ୍ଷ କୁ ସାକ୍ଷାତ ଶିବ ଙ୍କ ଅଂଶ କୁହାଯାଏ I ଏହାକୁ ଧାରଣ କରିବା ଦ୍ୱାରା ବିଜୟ ମିଳିଥାଏ I ସୌଭାଗ୍ୟ , ଯଶ କୀର୍ତି ମିଳିଥାଏ I

12) ବାର ମୁଖି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଆର୍ଥିକ ସମସ୍ୟାର ଦୂରଭାବ ଘଟି ସମସ୍ୟାରେ ସୁଧାର ଆସିଥାଏ I

ରୁଦ୍ରାକ୍ଷ କୁ ସୋମବାର ଦିନ ସ୍ନାନ ସାରି ଅତ୍ୟନ୍ତ ପବିତ୍ର ସହକାରେ ଗାୟତ୍ରୀ ମନ୍ତ୍ରରେ ଅଭିମନ୍ତ୍ରିତ କରି ଲାଲ୍‌ କିମ୍ବା କଳା ସୂତାରେ ଧାରଣ କରନ୍ତୁ ସମସ୍ତ ସମସ୍ୟା ଦୁରିଭିତ ହେଇ ସଫଳତା ମିଳିବ ।

ରାଶି ଅନୁଯାଇ କେଉଁ ରାଶିର ବ୍ୟକ୍ତି କେଉଁ ରୁଦ୍ରାକ୍ଷ ବ୍ୟବହାର କରିବା ଉଚିତ :-
1) ମେଷ ଓ ବିଛା ରାଶି : ତିନିମୁଖୀ ରୁଦ୍ରାକ୍ଷ
2) ବୃଷ ଓ ତୁଳା ରାଶି: ୬ମୁଖୀ ରୁଦ୍ରାକ୍ଷ
3) ମିଥୁନ ଓ କନ୍ୟା ରାଶି: ୪ମୁଖୀ ରୁଦ୍ରାକ୍ଷ
4) କର୍କଟ ରାଶି: ଦୁଇମୁଖୀ ରୁଦ୍ରାକ୍ଷ
5)ସିଂହ ରାଶି:-ଏକମୁଖୀ ରୁଦ୍ରାକ୍ଷ
6)ଧନୁ ଓ ମୀନ ରାଶି:-୫ମୁଖୀ ରୁଦ୍ରାକ୍ଷ 7)ମକର ଓ କୁମ୍ଭ ରାଶି:- ସାତମୁଖୀ ରୁଦ୍ରାକ୍ଷ

କେମିତି ଚିନ୍ହିବେ ଅସଲି ରୁଦ୍ରାକ୍ଷ :

ରୁଦ୍ରାକ୍ଷ କୁ ଏକ ପାତ୍ର ରେ ପାଣି ନେଇ ପକାନ୍ତୁ , ଯଦି ତଳକୁ ବୁଡ଼ିଯିବ ତେବେ ଅସଲି ଏବଂ ପାଣିରେ ଭାସିଲେ ନକଲି I

ଏହାକୁ SHARE କରି ଅନ୍ୟ ମାନଙ୍କ ସହିତ ଜଣାନ୍ତୁ ଏବଂ ଅଧିକ ବିଷୟରେ ଜାଣିବାକୁ ଆମ କୁ FACEBOOK ରେ OdishaExclusive follow କରନ୍ତୁ
Copyright @OdishaExclusive -18

Leave a Reply

Your email address will not be published. Required fields are marked *