ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ

ଭୁବନେଶ୍ୱର(ଦେବଦତ୍ତ ରଥ): ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୭ଟି ସ୍ଥାନରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି।
କାକଟପୁରରୁ ମା’ ମଙ୍ଗଳା ମନ୍ଦିରରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା,

ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିରୁ ଡଃ: ଲେଖାଶ୍ରୀ ସାମନ୍ତସିଂହାର,

କଟକର ମା’ ଚଣ୍ଡୀ ମନ୍ଦିରରୁ ଉପ ସଭାନେତ୍ରୀ ସୁକେଶୀ ଓରାମ,ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା,

ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ସଂଗୀତା ସିଂହଦେଓ,

ସୋରଡାର ମା’ କନ୍ଧୁଣୀ ଦେବୀ ମନ୍ଦିରରୁ କୁମୁଦିନୀ ପଟ୍ଟନାୟକ,ଭୁବନେଶ୍ୱରର ମା’ ଶିଖରଚଣ୍ଡୀ ମନ୍ଦିରରୁ ସୁରମା ପାଢୀଙ୍କ

ନେତୃତ୍ୱରେ ଏହି ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି।ମହିଳା ସୁରକ୍ଷା ଯାତ୍ରା ମାଧ୍ୟମରେ ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଞ୍ଚାଇବାର ଯୋଜନା ରହିଛି।ଏହି ୧୧ ଦିନ ମଧ୍ୟରେ ୪୫୦ଟି ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *