ଶବ ଯାତ୍ରା ଦେଖିବା ସମୟରେ ଏପରି କରନ୍ତୁ ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ମିଛ ଦୁନିଆରେ ଗୋଟିଏ ସତ ହେଉଛି ମୃତ୍ୟୁ I କଥାରେ ଅଛି ମର୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ I ସ୍ୱୟଂ ପ୍ରଭୁ ରାମଚନ୍ଦ୍ର ଏବଂ କୃଷ୍ଣ ମଧ୍ୟ ଦେହ ତ୍ୟାଗ କରିଥିଲେ I ମନୁଷ୍ୟ ମୃତ୍ୟୁ ହେବାପରେ ଶବ କୁ ଦାହ ନିମନ୍ତେ କୋକେଇରେ ଶୁଆଇ ରାମ ନାମ ହରିବୋଲ ପକାଇ ନିଆଯାଇଥାଏ I ଏହାକୁ ଶବଯାତ୍ରା କୁହାଯାଏ I

ଦୁନିଆରେ ଏମିତି କିଛି ଅଦୃଶ୍ୟ ଶକ୍ତି ଅଛି ଯାହାକୁ ଆମେ ନିଜେ ଉପଲବ୍ଧ ନକଲେ ବିଶ୍ୱାସ କରିପାରିବା ନାହିଁ I ହୁଏତ ଆଜିକା ଯୁଗରେ ଅନ୍ଧବିଶ୍ୱାସ ବୋଲି କହି ଏଡେଇ ଦେଲେ ମଧ୍ୟ ଶାସ୍ତ୍ର ଏବଂ ପୁରୁଣାକଥା ର କିଛି ମହତ୍ୱ ଅଛି I

ଯଦି ଆପଣ ଯାତ୍ରା କରୁଥିବା ସମୟରେ ହଠାତ ଶବଯାତ୍ରା ଦେଖନ୍ତି ତେବେ ତୁରନ୍ତ ହାତଯୋଡ଼ି ସ୍ୱୟଂ ଶିବ ଙ୍କୁ ପ୍ରାଥନା କରନ୍ତୁ I

କୁହାଯାଏ ସ୍ୱୟଂ ଶିବ ହିଁ ସଂହାର କର୍ତା Iଶବ ଯାତ୍ରା ସମୟରେ ସ୍ୱୟଂ ଶିବ ଙ୍କୁ ପ୍ରାଥନା କରିବା ଦ୍ୱାରା ଆପଣଙ୍କର ସବୁ ଖରାପ ସମୟ ସେହି ଠାରେ ବିଲୀନ ହେଇଯାଇଥାଏ ଏବଂ ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ I

ଶବ ଯାତ୍ରା ସମୟରେ ଯେଉଁ କଉଡ଼ି ଏବଂ ପଇସା ପକାଯାଇଥାଏ ତାହାକୁ ସଂଗ୍ରହ କରି ଘରେ ରଖିବା ଦ୍ୱାରା ଘରେ କୌଣସି ନକାରାତ୍ମକ ଶକ୍ତି ର ପ୍ରଭାବ ବୃଦ୍ଧି ହେଇନଥାଏ I

ଯଦି ଆପଣଙ୍କ ଘରପାଖରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଇଯାଏ ଏବଂ ଶବ ଉଠୁଥାଏ , ତେବେ ପାଖରେ ଥିବା ଯେ କୌଣସି ଅଫଳନ୍ତି ଗଛ

(ଯାହାକି ଦୀର୍ଘ ବର୍ଷ ଧରି ଗଛରେ ଫଳ ଫଳୁନଥାଏ ) କୁ ଏକ ଲୁହା କଟୁରୀ ଦ୍ୱାରା ହାଲକା ଭାବରେ ସାତ ଚୋଟ ଦିଅନ୍ତୁ ଦେଖିବେ ଅଳ୍ପ କିଛିଦିନ ପରେ ସେହି ଗଛରେ ଫଳ ଫଳିବ I

Leave a Reply

Your email address will not be published. Required fields are marked *