ସନ୍ତାନ କରାଇଦେବାକୁ କହି ମହିଳା ଙ୍କୁ ଘରେ ବନ୍ଦ କରି ୩ ଦିନ ଧରି ଧର୍ଷଣ କଲେ ଭଣ୍ଡ ବାବା I

ଜଣେ ମହିଳାଙ୍କ ବହୁଦିନ ଧରି କୌଣସି ପିଲା ଛୁଆ ହେଉନଥିଲା Iବାର ମାସରେ ତେର ପର୍ବ ପରେ ବି ଭଗବାନ ତାଙ୍କ ପ୍ରତି ନିଷ୍ଠୁର ଥିଲେ I ଗାଁ ଲୋକେ ସାହି ପଡିଶା ସମସ୍ତେ ବନ୍ଧ୍ୟା କହି ଛିଗୁଳାଉଥିଲେ I ମହିଳାଙ୍କ ପାଇଁ ଏହା ସହ୍ୟ କରିବା ଥିଲା ଅତ୍ୟନ୍ତ କଠିନ I ସୌଭାଗ୍ୟ କୁ ମହିଳା ଜଣଙ୍କ ଶୁଣିବାକୁ ପାଇଲେ ଯେ ପାଖରେ ଜଣେ ମହାଶକ୍ତି ଶାଳୀ ବାବା ରହୁଛନ୍ତି ଯିଏକି ତ୍ରିକାଳ ଦ୍ରଷ୍ଟା I ନିଃସନ୍ତାନ ନାରୀକୁ ସନ୍ତାନ ଦାନ କରିପାରନ୍ତି I ତନ୍ତ୍ର ମନ୍ତ୍ର ରେ ସେ ସିଦ୍ଧ ବାବା I ମହିଳା ଜଣଙ୍କ କାହାକୁ କିଛି ନକହି ଚାଲିଯାଇଥିଲେ ସେ ବାବା ଙ୍କ ପାଖକୁ ଏକ ସନ୍ତାନ ପ୍ରାପ୍ତିର ଆଶାରେ I

ମହିଳା ଜଣଙ୍କ ପହଂଚିବା ପରେ ବାବା ଜଣକ ତାଙ୍କୁ ଆଶ୍ୱାସନା ଦେଇଥିଲେ I ଵ୍ୟସ୍ତହେବାର କିଛି ନାହିଁ I ତାଙ୍କ ପାଖକୁ ଆସିଛ ମାନେ ସନ୍ତାନ ପ୍ରାପ୍ତି ନିଚୟ ହେବ I ଏହା କହି ମହିଳାଙ୍କୁ ବନ୍ଦ ଘର କୋଠରୀ ଭିତରକୁ ନେଇଯାଇଥିଲେ I ଜୋରଜବରଦସ୍ତ ମହିଳାଙ୍କ ସହିତ ବଳାତ୍କାର କରିଥିଲେ I ମହିଳା ଜଣଙ୍କ ଯେତେ କାକୁତି ମିନତୀ ହେଲେ ମଧ୍ୟ ଭଣ୍ଡ ବାବା ଛାଡ଼ିନଥିଲେ I

ବାହାରୁ ଚାବି ପକାଇ ଲଗାତାର ତିନିଦିନ ଧରି ବଳାତ୍କାର କରିଥିଲେ I କୌଣସି କାରଣରୁ ଭଣ୍ଡ ବାବା ଜଣଙ୍କ ବାହାରକୁ ଯାଇଥିବା ବେଳେ ଚାବି ପକାଇବାକୁ ଭୁଲିଯାଇଥିଲେ I ମହିଳା ଜଣଙ୍କ କୌଶଳ କ୍ରମେ ଖସି ଆସି ଘରେ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ଭଣ୍ଡ ବାବା ଙ୍କ ନାମରେ I ପୋଲିସ ଭଣ୍ଡ ବାବା ଙ୍କୁ ଗିରଫ କରିଛି I ଘଟଣା ଟି ରାଜସ୍ତାନ ସବାଇ ମାଧୋପୁର ଜିଲା ଅନ୍ତର୍ଗତ ବାଟୈଦା ଗ୍ରାମର I ଭଣ୍ଡ ବାବା ର ନାମ ଶିବଲାଲ ମିଣା I

Leave a Reply

Your email address will not be published. Required fields are marked *