୪୦ ବିଜେଡି ବିଧାୟକ ଙ୍କ ମୁଣ୍ଡ କିଣିସାରିଲାଣି ବିଜେପି : କର୍ଣ୍ଣାଟକ ପରେ ଏବେ ଓଡିଶା କୁ ଆଖି

କୁହାଯାଏ ଯେତେବେଳେ ସେ ତୁଣ୍ଡ ଖୋଲନ୍ତି ଓଡ଼ିଶା ରାଜନୀତି ରେ ଭୂକମ୍ପ ସୃଷ୍ଟି ହୁଏ , ଆଉ ଏହାକୁ ପୁଣିଥରେ ସତ୍ୟ ପ୍ରମାଣିତ କରିଛନ୍ତି ଦାମ ରାଉତ I ଅନେକ ଦିନ ଚୁପ ରହିବା ପରେ ପୁଣିଥରେ ନିଜର ମୁଁହ ଖୋଲିଛନ୍ତି ଦାମୋଦର ରାଉତ Iଏବଂ କହୁ କହୁ ସାଙ୍ଘାତିକ ସତ୍ୟ ବଖାଣିଦେଲେ ଦାମ ରାଉତ I

କର୍ଣ୍ଣାଟକ ପରେ ଏବେ ଓଡିଶା କୁ ଟାର୍ଗେଟ କଲେଣି ଅମିତ ସାହା ଏବଂ ମୋଦି I ପାଖାପାଖି ୪୦ ବିଜେଡି ବିଧାୟକ ଙ୍କୁ ଅଗ୍ରିମ ଆଡ଼ଭାନ୍ସ ଦେଇଛି ବିଜେପି 2019 ପାଇଁ I ଅବଶ୍ୟ ସିଧାସଳଖ ନକହି ନିଜର ଜଣେ ବନ୍ଧୁ ଙ୍କ ଠାରୁ ସେ ଶୁଣିଲେ ବୋଲି କହିଛନ୍ତି I

ତେବେ ଏହା ଏକ ଗୁରୁତର ଏବଂ ସଂଗୀନ ବିଷୟ ନିହାତି ଯଦି ଏହାକୁ ବିଚାର କରାଯାଏ କର୍ଣ୍ଣାଟକ ରେ ଆବଶ୍ୟକ ସଂଖ୍ୟା ନଥିଲେ ମଧ୍ୟ ବିଜେପି ସରକାର ଗଢ଼ିଥିଲା I ଏବେ ସେହି ଢଙ୍ଗରେ ଓଡିଶା କୁ ନଜର ପକାଇଛନ୍ତି ଅମିତ ସାହା I

ରାଜନୀତିରେ ନିଜର ବିଚକ୍ଷଣ ଗୋଟି ଚାଳନା ରେ ସଫଳ ହେଉଥିବା ଅମିତ ଶାହା ଭଲକି ବୁଝିଯାଇଛନ୍ତି ଯେ ଓଡ଼ିଶାରେ ବର୍ତମାନର ପରିସ୍ଥିତିରେ ବିଜେପି କ୍ଷମତା କୁ ଆସିବା ଏତେ ସହଜ ନୁହେଁ I

ନବୀନ ଙ୍କ ଲୋକପ୍ରିୟତା ସାମ୍ନାରେ ବିଜେପି ର ସରକାର ଗଠନ କେବଳ ଦିବା ସ୍ବପ୍ନ ହେଇଯିବ I

ତେଣୁ କଳେ ବଳେ କୌଶଳେ ଅଲଗା ରଣନୀତି ପ୍ରସ୍ତୁତ କରି ନବୀନ ଙ୍କୁ ଚେକ ଦେବେ ଅମିତ ସାହା I ତେବେ କୌଣସି ମତେ ବିଜେଡି ଏବଂ କଂଗ୍ରେସ ର ଭୋଟ କୁ ବିଭାଜିତ କରି 35-40 ଆସନ ଦଖଲ କରିବାକୁ ପ୍ଲାନ କରିଛି ବିଜେପି I ଅବଶ୍ୟ ଏହା ଅସମ୍ଭବ ନୁହେଁ I କାହିଁକିନା ବିଜେପୁର ଉପନିର୍ବାଚନ ରେ ଦଳ ବିଜୟ ପାଇନଥିଲେ ମଧ୍ୟ ବହୁତ ଭଲ କରିଥିଲା I ବାକି ବିଜେଡି ଏବଂ କଂଗ୍ରେସ ର ଅସନ୍ତୁଷ୍ଟ ଥିବା ହେଭି ୱେଟ ନେତା ମାନଙ୍କୁ ମୋଟା ଅଙ୍କର ଲୋଭ ଦେଖାଇ ନିଜ ଆଡକୁ ଅକ୍ତିଆର କରି ଦଳରେ ବିଭାଜନ ସୃଷ୍ଟି କରି ବିଜେଡି କୁ ଦିଫାଳ କରିଦିଆଯିବ ଯାହାର ଫାଇଦା ବିଜେପି କୁ ଯିବ I

ଏବଂ ଆବଶ୍ୟକ ବେଳେ ଏହି ନେତା ମାନେ ବିଜେପି କୁ ଖୋଲାଖୋଲି ସମର୍ଥନ କରିବେ I କର୍ଣ୍ଣାଟକ ପରି ଝୁଲା ଅବସ୍ଥା ଓଡ଼ିଶାରେ ସୃଷ୍ଟି ହେଇଯିବ ଯେଉଁଥିରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇବାକୁ ବିଜେପି ପ୍ରୟାସ କରିବ I ତେବେ ଏନେଇ ବରିଷ୍ଟ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି ଏହା ଅସମ୍ଭବ ନୁହେଁ I

ବିଜେପି ପାଇଁ ସବୁ ସମ୍ଭବ , ତେବେ ଏପରି ସ୍ତିତି ଉପୁଜିଲେ ଆମ`କଂଗ୍ରେସ ତରଫରୁ ବିଜେପି ର ସ୍ବପ୍ନ ପୂରଣ କରାଇଦିଆଯିବ ନାହିଁ I ଅବଶ୍ୟ ଏନେଇ ବିଜେଡି ବରିଷ୍ଠ ନେତା ଶଶୀଭୂଷଣ କହିଛନ୍ତି ଯେ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି I ଏବଂ ବିଜେଡି ଆଗୁଆ ସତର୍କ ଅଛି I ତେବେ ଦେଖାଯାଉ ଆଗାମୀ ନିର୍ବାଚନ ରେ କେଉଁ ପାଣି କୁଆଡେ ଯାଉଛି ….

Leave a Reply

Your email address will not be published. Required fields are marked *