ଜୟ ସର୍ବ ଶିକ୍ଷା ଅଭିଯାନ ଶିକ୍ଷା ତାଲିମ ନୁହଁ,ଚାଲିଛି ଗୀତିନାଟ୍ୟ ତାଲିମ…

ଭୁବନେଶ୍ୱର(ଦେବଦତ୍ତ ରଥ): ଓଡ଼ିଶା ହେବ ୧ ନମ୍ବର।ତାହା ପୁଣି ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ?
ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାଥମିକ ଶିକ୍ଷାକୁ ସବୁ ଶିଶୁଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି।ଏବଂ ଏହାକୁ କାର୍ଯ୍ୟକାରୀ କରିବା ସହିତ ଅଭିଭାବକ,ଶିକ୍ଷକ ସଂଗଠନ,ଶ୍ରେଣୀଗୃହ ନିର୍ମାଣ,ପୁସ୍ତକ ପ୍ରକାଶନ ଓ ବିତରଣ ପ୍ରଭୃତି ଅନେକ କାର୍ଯ୍ୟ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ହୋଇଥାଏ।ପ୍ରାଥମିକ ଶିକ୍ଷା ପରି ଯୋଜନା ପ୍ରାଥମିକ ସ୍ତରରେ ବାଳିକାମାନଙ୍କ ପାଇଁ ଜାତୀୟ ଯୋଜନା ପ୍ରଭୃତି ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ।”ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ପରି ଯୋଜନା ୨୦୦୧-୦୨ ମସିହାରୁ ଆରମ୍ଭ ହୋଇଛି।

୬ରୁ ୧୪ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ଯେପରି ଶିକ୍ଷା ପାଇବାକୁ ବଞ୍ଚିତ ନହୁଅନ୍ତି ତାହା ଏହି ଯୋଜନାର ମୂଳ ଲକ୍ଷ୍ୟ ।ଏହି ସବୁ ଯୋଜନାରେ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା)ଙ୍କ ତରଫରୁ ବିଭିନ୍ନ ଆର୍ଥିକ ସୁବିଧାମାନ ଯୋଗାଇ ଦିଆଯାଉଛି,ଯାହାକି ସର୍ବସାଧାରଣ ଅନେକ ସମୟରେ ଜାଣିବାକୁ ବଞ୍ଚିତ ହେଉଛନ୍ତି।ଗ୍ରାମ ଶିକ୍ଷା କମିଟି ମାଧ୍ୟମରେ ଅଧିକାଂଶ ଯୋଜନା କାର୍ଯ୍ୟକାରୀ ହେଉଛି।ଏବଂ ଏସବୁ ବାବଦରେ ଅବଗତ ପାଇଁ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ “ଉଥାନ” ପରି ଟ୍ରେନିଂ କ୍ୟାମ୍ପ ମାଧ୍ୟମରେ ପ୍ରଶିକ୍ଷିତ କରାଯାଉଛି।

ତେବେ ଏହିପରି ଏକ ଟ୍ରେନିଂ କ୍ୟାମ୍ପର ଭିଡିଓ ଦେଖି ସର୍ବ ଶିକ୍ଷା ପରି ଯୋଜନାର କାର୍ଯ୍ୟକାରିତା ନେଇ ସନ୍ଦେହ ସୃଷ୍ଟି ହେଉଛି।ଶିକ୍ଷକ/ଶିକ୍ଷୟତ୍ରୀ ଶିକ୍ଷା ପ୍ରଣାଳୀ ଉପରେ ପ୍ରଶିକ୍ଷିତ ହେବା ବଦଳରେ ଗୀତିନାଟ୍ୟ ଶିଖୁଛନ୍ତି।ସର୍ବ ଶିକ୍ଷା ଅଭିଯାନ ପରି ସରକାରୀ ଯୋଜନାର କାର୍ଯ୍ୟକାରୀ କରିବା ବଦଳରେ ଶିକ୍ଷକ/ଶିକ୍ଷୟତ୍ରୀ ଯୋଜନାର ପ୍ରଚାର ପାଇଁ ପ୍ରଶିକ୍ଷିତ ହେଉଛନ୍ତି।ପାଠ ପଢାଇବାର ପଦ୍ଧତି ଶିଖିବା କ’ଣ?ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ବର୍ଗରେ ନାଚ/ଗୀତ ଶିଖୁଛନ୍ତି।

ଓଡ଼ିଶା ନମ୍ବର ୧ ହେବାର ନ୍ୟାରା ଶିଖୁଛନ୍ତି।ଏହିପରି କଥା ଦେଖିବାକୁ ମିଳିଛି ଏକ ଭିଡିଓରେ।”ଉଥାନ” ଟ୍ରେନିଂ କ୍ୟାମ୍ପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ନୃତ୍ୟ/ଗୀତ ଶିଖିବାର ଦେଖିବାକୁ ମିଳୁଛି।ଏବଂ ଏହାକୁ ଦେଖିଲେ ମନକୁ ଆସୁଛି ଶିକ୍ଷକ/ଶିକ୍ଷୟତ୍ରୀ ଶିକ୍ଷା ଦାନ ପାଇଁ ଅଛନ୍ତି,ନାଁ ଏପରି ଗୀତିନାଟ୍ୟ କରି ସରକାରୀ ଯୋଜନା ବାବଦରେ ଜନ ସାଧାରଣଙ୍କୁ ସଚେତନ କରାଇବାକୁ?

Leave a Reply

Your email address will not be published. Required fields are marked *