ଡାକଘରେ ପଇଠ କରିପାରିବେ ବିଜୁଳି ବିଲ୍

ଏଣିକି ଆପଣଙ୍କୁ ଆଉ ବିଦ୍ୟୁତ ବିଲ୍ ପୈଠ କରିବାକୁ ବିଦ୍ୟୁତ ଅଫିସ ରେ ଧାଡି ରେ ଠିଆ ହେଇ ଅପେକ୍ଷା କରିବାକୁ ପଡ଼ିବନାହିଁ I ନିକଟସ୍ଥ ପୋଷ୍ଟ ଅଫିସ ରେ ଆପଣ ବିଦ୍ୟୁତ ବିଲ୍ ଅର୍ଥ ଦାଖଲ କରି ରସିଦ ପାଇପାରିବେ I ମୁଖ୍ୟତଃ ଗାଁ ମାନଙ୍କରେ ବିଦ୍ୟୁତ ଉପଭୋକ୍ତା ମାନେ ଅଫିସ କୁ ଯାଇ ବିଦ୍ୟୁତ ବିଲ୍ ଦେବାରେ ଅସୁବିଧାରେ ହେଇଥାଏ , ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତବିଭାଗ ଏବଂ ଡାକ ବିଭାଗ ସହିତ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହେଇଚି I

ବର୍ତମାନ ସୁଦ୍ଧା ନେସ୍କୋ ୱେସ୍କୋ ଏବଂ ସାଉଥକୋ ଡାକ ବିଭାଗ ସହିତ ବୁଝାମଣା ପତ୍ର ସ୍ଵାକ୍ଷରିତ ହେଇସାରିଛି ଏବଂ ଉପଭୋକ୍ତା ମାନଙ୍କର ବିଦ୍ୟୁତ ଶୁକ୍ଳ ଡାକଘରେ ସଂଗ୍ରହ କରାଯାଉଛି I ସେସୁ ସହିତ ଆଗାମୀ 22 ମେଁ ରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ I

ଏହା ଦ୍ୱାରା ଉପକୂଳ ଓଡିଶା ତଥା ସେସୁ ର ଉପଭୋକ୍ତା ମାନେ ଏହାର ଲାଭ ଉଠାଇ ପାରିବେ I ଏନେଇ ଏକ ପ୍ରେସ୍ ମିଟ ରେ ଓଡିଶା ମହାଡାକପାଳ ଡ଼.ସନ୍ତୋଷ କୁମାର କାମିଲା ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *