ଯୌତୁକ ପାଇଁ ବୋହୂକୁ ବିଷ ଦେଇ ମାରିଦେଲେ ଶଶୁର ଘର ଲୋକେ :ନ୍ୟାୟ ପାଇଁ ସୋସିଆଲ ମିଡ଼ିଆର ସାହାରା ନେଲେ ପରିବାର

ଯୌତୁକ ପାଇଁ ବୋହୁ କୁ ମାରିଦେଇଛନ୍ତି ଶଶୁର ଘର I ଏ ନେଇ ପୋଲିସ ରେ ଅଭିଯୋଗ କଲାପରେ ମଧ୍ୟ ପୋଲିସ ଶୁଣୁନି କି ଦୋଷୀ କୁ ଗିରଫ କରୁନି I ସେପଟେ 6 ମାସର ଶିଶୁକନ୍ୟା ବାହୁନି ବାହୁନି ମା କୁ ଖୋଜୁଛି I ପୋଲିସ ର ନିଷ୍କ୍ରିୟତା ପାଇଁ ବାଧ୍ୟ ହେଇ ସୋସିଆଲ ମିଡ଼ିଆର ସାହାଯ୍ୟ ନେଇଛନ୍ତି ପରିବାର ଲୋକେ I ଫେସବୁକ ରେ ପୋଷ୍ଟ ହେଇଥିବା ଖବର ଅନୁଯାଇ ଘଟଣାଟି ନୟାଗଡ ଜିଲ୍ଲାର I

ସାଜନ ପଡା ଗାଁର ସୁଭଦ୍ରା ସେଠି କୁ ତାର ସ୍ବାମୀ ଅରୁଣ ସେଠି,ଶଶୁର ମାଗୁଣି ସେଠି ଶାସୁ ସୁସମା ସେଠି,ନଣନ୍ଦ ଜଲି ଓ ଲିଲି ସମସ୍ତ ମିସି ବିଷ ଦେଇ ମାରିଛନ୍ତି ବୋଲି ଅଭିଯୋଗ କରାଯାଇଛି !

ସୁଭଦ୍ରା ସେଠି ଙ୍କର ୬ ମାସର ଏକ ଶିସୁ କନ୍ୟା ଅଛି ! ନୟାଗଡ ପୋଲିସ୍ ଏ ପର୍ଯ୍ୟନ୍ତ ଦୋଷୀକୁ ଗିରଫ କରୁନାହିଁ Iତେଣୁ ବାଧ୍ୟ ହେଇ ପରିବାର ସୋସିଆଲ ମିଡ଼ିଆର ସାହାଯ୍ୟ ନେଇଛନ୍ତି I

ଖାଲି ଏତିକି ନୁହେଁ ମୃତ୍ୟୁ ପୂର୍ବରୁ ସୁଭଦ୍ରା ଏକ ଚିଠି ଲେଖିଥିଲେ ,ଯେଉଁଥିରେ କି ଉଲ୍ଲେଖ କରିଛନ୍ତି ଯେ ଯଦି ଆଗାମୀ ଦିନରେ ମୋତେ ମାରିଦିଆଯାଏ ମୋ ଝିଅ କଥା କିଏ ବୁଝିବ ?ଯଦି ମୋର ମୃତ୍ୟୁ ହେଇଯାଏ ତେବେ ମୋ ଶଶୁର ଘର ଲୋକେ ସମସ୍ତେ ଦାୟୀ ରହିବେ I

Leave a Reply

Your email address will not be published. Required fields are marked *