ଆରପାରିକୁ ଚାଲିଗଲେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫା ର ପ୍ରତିଷ୍ଠାତା ବଂଶୀଧର ପଣ୍ଡା

ଆଉ ନାହାନ୍ତି ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫା ର ପ୍ରତିଷ୍ଠାତା ବଂଶୀଧର ପଣ୍ଡା I ଆଜି ସେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ରେ 87 ବର୍ଷରେ ଦେହ ତ୍ୟାଗ କରିଛନ୍ତି I ଓଡ଼ିଶାରେ ବେରୋଜଗାରୀ ହ୍ରାସ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ I ଇମ୍ଫା ପ୍ରତିଷ୍ଠା କରି ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ ବଂଶୀଧର ପଣ୍ଡା I ସେ ନାସା ର ଜଣେ ସଫଳ ବୈଜ୍ଞାନିକ ମଧ୍ୟ ଥିଲେ I କେନ୍ଦ୍ରାପଡା ସାଂସଦ ତଥା ଲୋକପ୍ରିୟ ନେତା ବୈଜୟନ୍ତ ପଣ୍ଡାଙ୍କ ର ସେ ବାପା ଅଟନ୍ତି I ତାଙ୍କ ମୃତ୍ୟୁରେ ଓଡିଶା ତଥା ସାରା ଶିଳ୍ପ ଜଗତ ରେ ଶୋକର ଛାୟା ଖେଳିଯାଇଛି I

Leave a Reply

Your email address will not be published. Required fields are marked *