ଚତୁର୍ଥୀରାତିର ବାସରଶଯ୍ୟାରେ ନୂଆ ବୋହୁ ଜନ୍ମ ଦେଲେ ସନ୍ତାନ

ଶାସ୍ତ୍ରମତେ ରୀତିନୀତି ନିୟମ ଅନୁଯାଇ ବାହାଘର ହେଲା I ବରଘର ପକ୍ଷରୁ ରୋଷଣୀ , ବରଯାତ୍ରୀ ନେଇ କନ୍ୟାକୁ ନିଜ ଘରକୁ ଆଣିଲେ ନବବଧୂ ସଜେଇ I ଧୁମ୍‌ଧାମ୍‌ରେ ଭୋଜିଭାତ ଦିଆଗଲା ସାହିପଡିଶାଙ୍କୁ I ଶେଷରେ ପହଁଚିଲା ସବୁ ପୁଅ ଝିଅଙ୍କର ବହୁ ପ୍ରତିକ୍ଷିତ ଚତୁର୍ଥୀ ରାତି I ଅତି ଉତ୍ସାହ ସହିତ ବର ପହଞ୍ଚିଥିଲା କନ୍ୟା ପାଖରେ I କିନ୍ତୁ କନ୍ୟାକୁ ସେ ଅବସ୍ଥାରେ ଦେଖି ବର ର ହୋସ୍ ଉଡିଯାଇଥିଲା I କନ୍ୟା ପ୍ରସବ ବେଦନାରେ ଆକୁଳ ଚିତ୍କାର କରୁଥିଲେ I କିଛି ସମୟ ପରେ ନବବଧୂ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ I

ଏନେଇ ବରପକ୍ଷ କନ୍ୟାଘରକୁ ଖବର ଦେଇଥିଲେ କିନ୍ତୁ କନ୍ୟା ଘର ଏନେଇ କିଛି ଜବାବ ଦେଇନଥିଲେ , ବରଂ କହିଥିଲେ ଝିଅର ବାହାଘର ସରିଛି ଏବେ ତୁମ ଘରର ସେ ବୋହୁ ଆମେ ସେଥିରେ ମୁଣ୍ଡ ପୁରାଇବୁ ନାହିଁ I କନ୍ୟାଘର ପକ୍ଷରୁ ଏପରି ଶୁଣିବା ପରେ ବାଧ୍ୟ ହେଇ ବରଘର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା I ଶେଷରେ ପୋଲିସ ଆସି ଘଟଣାର ସମାଧାନ କରି ଝିଅଏବଂ ନବଜାତକ ସନ୍ତାନକୁ ତା ବାପଘରେ ଛାଡି ଦେଇଛି I ଘଟଣାକୁ ନେଇ ସାରା ଅଂଚଳରେ ଚର୍ଚ୍ଚା ଚାଲିଛି I ଘଟଣାଟି ଉତ୍ତରପ୍ରଦେଶ ଉନ୍ନାଓ ଅଞ୍ଚଳର I

Leave a Reply

Your email address will not be published. Required fields are marked *