୨୩ରୁ ବିଜେପି କରିବ “କୁଶଭଦ୍ରା ବଞ୍ଚାଅ” ଆନ୍ଦୋଳନ

ଭୁବନେଶ୍ୱର(ଦେବଦତ୍ତ ରଥ): ମୋଦୀଙ୍କ ଗସ୍ତ ପୂର୍ବରୁ ୨୩ରୁ ବିଜେପି କରିବ “କୁଶଭଦ୍ରା ବଞ୍ଚାଅ” ଆନ୍ଦୋଳନ।ବିଜେଡି “ମହାନଦୀ ବଞ୍ଚାଅ” ଆନ୍ଦୋଳନ କରୁଥିବା ବେଳେ ବିଜେପି ଏବେ କରୁଛି “ମହିଳା ସୁରକ୍ଷା ଯାତ୍ରା”।ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହୋଇଥିବା “ମହିଳା ସୁରକ୍ଷା ଯାତ୍ରା” ମଧ୍ୟରୁ ୨୬ରେ ମୋଦୀଙ୍କ ଗସ୍ତ କାରଣରୁ ୩ଟି ସ୍ଥାନରେ ଯାତ୍ରାକୁ ଏବେ ସ୍ଥଗିତ ରଖା ଯାଇଛି।କିନ୍ତୁ ବିଜେପି ଯେ ବିଜେଡିକୁ ଘେରିବାକୁ ଭିର୍ଣ୍ଣ ଭିର୍ଣ୍ଣ ଯୋଜନା ଆପଣଉଥିବା ଦେଖା ଯାଉଛି।ମୋଦୀଙ୍କ ଗସ୍ତ ଠିକ୍ ପୂର୍ବରୁ ୨୩ରୁ ବିଜେପି କରୁଛି “କୁଶଭଦ୍ରା ବଞ୍ଚାଅ” ଆନ୍ଦୋଳନ।

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଆଜି ଯାଇ କୁଶଭଦ୍ରା ନଦୀବନ୍ଧ ବୁଲି ଦେଖିଛନ୍ତି।ସେ ଅଭିଯୋଗ କରିଛନ୍ତି ଯେ ନଦୀବନ୍ଧ ପ୍ୟାକିଙ୍ଗ ଭୁଶୁଡି ଗଲାଣି।ନଦୀ ପୋତି ହେବାକୁ ବସଲାଣିି।କାମ ବହୁତ୍ ନିମ୍ନ ମାନର ହୋଇଛି,୬୦ ଲକ୍ଷ ଟଙ୍କାର କାମ ଅଧାରେ ପଡ଼ିଛି।ଏଥିରେ ୧୦-୧୫ଟି ପଞ୍ଚାୟତ ଅତ୍ୟାଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେବେ।ସେହିପରି ଗଣେଶ୍ୱରପୁର ବ୍ରିଜ କାମ ମଧ୍ୟ ଏପର୍ଯ୍ୟନ୍ତ ସରି ପାରିଲାନାହିଁ ଆଗକୁ ବର୍ଷା ଦିନ ଆସୁଛି।ସେଥିପାଇଁ ଆସନ୍ତା ୨୩ ତାରିଖରେ ବିଜେପି ପକ୍ଷରୁ “କୁଶଭଦ୍ରା ବଞ୍ଚାଅ ଆନ୍ଦୋଳନ” ମଦରଙ୍ଗ ଠାରୁ ଗୋପ ଯାଏଁ ବାହାରିବ ଏବଂ ସମସ୍ୟାର ସ୍ଥାୟୀ ସମାଧାନ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।

Leave a Reply

Your email address will not be published. Required fields are marked *