ବିଦ୍ୟୁତ କର୍ମଚାରୀ ଙ୍କୁ ଅତି ନିର୍ମମ ଭାବେ ହତ୍ୟା ,4 ଦିନ ବିତିଯାଇଥିଲେ ମଧ୍ୟ ,ଚୁପ ବସିଛି ପୋଲିସ୍

ବାଲେଶ୍ୱର ତାଳସାରି ରେ ଘଟିଛି ଏକ ଅଭାବନୀୟ ଘଟଣା I ତାଳସାରି ବେଳାଭୂମି ନିକଟରେ ଥିବା ଏକ ହୋଟେଲ ସାଗର ସୈକତ ରେ ଜଣେ ଯୁବକ ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି I ଖବର ରୁ ଜଣାପଡିଛି ଯୁବକ ଜଣକ ନାମ ସପନ ପ୍ରଧାନ , ଘର ଚୁଡ଼ାମଣିପୁର , ଜଳେଶ୍ୱର ବ୍ଲକ I ସେ ବାଲେଶ୍ୱର ନେସ୍କୋ ଅଧିନସ୍ଥ ଜଳେଶ୍ୱର ବ୍ଲକ ନାମପୋ ବିଦ୍ୟୁତ କାର୍ଯ୍ୟାଳୟ ରେ କାମ କରୁଥିଲେ I ଘଟଣା ଦିନ( ସୋମବାର ) ତାଙ୍କର ଦୁଇଜଣ ବନ୍ଧୁ ଦୀନେଶ ଏବଂ ଜ୍ୟୋତି ପ୍ରକାଶ ଙ୍କ ସହିତ ହୋଟେଲ ସାଗର ସୈକତ ରେ ରହିଥିଲେ I ତେବେ ତିନିଜଣ ବନ୍ଧୁ ଛାତ ଉପରେ ସୋଇଥିଲେ I ସହଯୋଗୀ ଦୀନେଶ ଙ୍କ କହିବା ଅନୁଯାଇ ରାତି ପ୍ରାୟ ଦୁଇଟା ବେଳେ ଏକ ସବ୍ଧ ରେ ତାଙ୍କ ନିଦ ଭାଙ୍ଗିଯାଇଥିଲା , ଦୀନେଶ ଏବଂ ଜ୍ୟୋତି ଥିବା ବେଳେ ସପନ ଙ୍କୁ ପାଇନଥିଲେ I

ଖୋଜାଖୋଜି ପରେ ଛାତ ର ଡାହାଣ ଭାଗରେ ଏକ ଆଜବେଷ୍ଟସ ଘର ଉପରେ ସପନ ଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡିଥିବାର ଦେଖି ହସ୍ପିଟାଲ ନେଇଥିଲେ , କିନ୍ତୁ ସେତେବେଳକୁ ସପନ ଙ୍କ ପ୍ରାଣ ଚାଲିଯାଇଥିଲା I ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବା ପରେ ହୋଟେଲ ରେ କୌଣସି କର୍ମଚାରୀ ନଥିଲେ , ତାଲା ପକାଇ ସମସ୍ତେ ଫେରାର ହେଇଯାଇଥିଲେ ,ଏକ ଅପମୃତୁ ମାମଲା ୠଜୁକରି ତଦନ୍ତ ଚଳାଇଛି କିନ୍ତୁ ଘଟଣାର ଚାରି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅପରାଧୀ ଙ୍କୁ ଠାବ କରିବାରେ ବିଫଳ ହେଇଚି Iକେବଳ ନାମକୁ ମାତ୍ର ଜଣେ ଯୁବକ କୁ ସନ୍ଦେହ ରେ ଭୋଗରାଇ ଥାନାରେ ଅଟକ ରଖିଥିବା ବେଳେ ମୁଖ୍ୟ ଅପରାଧୀ ଙ୍କ ପାଖରେ [ପହଞ୍ଚିପାରୁନି ପୋଲିସ I ଘରେ ସପନ ଙ୍କର ଏକ ଚାରି ବର୍ଷ ଝିଅ ଏବଂ ପରିବାର I ବାପାଙ୍କ ଫେରିବା ବାଟ କୁ ଚାହିଁ ରହିଛି ଚାରି ବର୍ଷର ଝିଅ I

ପୁଅର ଏ ଅକାଳ ବିୟୋଗ ରେ ଭାଙ୍ଗିପଡିଛନ୍ତି ପରିବାର ଲୋକେ , ପୁଅ ତ ଆଉ ଫେରିବନି ଅନ୍ତତ ତାଙ୍କ ପୁଅର ହତ୍ୟାକାରୀ କୁ ପୋଲିସ ଧରିବାରେ ଚେଷ୍ଟା କରୁ ଏବଂ କଠୋର ଦଣ୍ଡ ଦେଉ ସେତିକି ରେ ହିଁ ତାଙ୍କୁ ନ୍ୟାୟ ମିଳିଯିବ I ତେବେ ଘଟଣାଟିକୁ ଯଦି ତର୍ଜମା କରାଯାଏ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଜଣାପଡୁଥିବା ବେଳେ ଅପରାଧୀ ଙ୍କୁ ନଧରି ପୋଲିସ ଚୁପ ବସିବା , ପୋଲିସ ର ଭୂମିକା କୁ ସନ୍ଦେହ ଘେର କୁ ନେଇ ଆସୁଛି I
ଘଟଣା ଦିନ ତିନି ବନ୍ଧୁ ହୋଟେଲ ରେ ରହିଥିଲେ ମଧ୍ୟ ରେଜିଷ୍ଟାର ରେ ଲେଖାଯାଇନଥିଲା I

ତିନିଜଣ ଛାତ ଉପରେ ଶୋଇବା ଏକ ରହସ୍ୟ ଜନକ ଘଟଣା , ହୋଟେଲ ଥାଉ ଥାଉ ଛାତ ଉପରେ କାହିଁକି ସୋଇଥିଲେ ଏମାନେ ?
ଯଦି ତିନିଜଣ ଏକାଠି ସୋଇଥିଲେ ସପନ ଙ୍କୁ ତାଙ୍କ ପାଖରୁ ନେବାବେଳେ ଅନ୍ୟ ଦୁଇଜଣ ଜାଣିପାରିଲେ ନାହିଁ କିପରି ?
ଘଟଣା ପରେ ହୋଟେଲ ରେ କୌଣସି କର୍ତ୍ତୃପକ୍ଷ ନରହିବା ସନ୍ଦେହ କୁ ଆହୁରି ଦୃଢ଼ୀଭୁତ କରୁଛି I ପାରିପାର୍ଶିକ ଘଟଣା ଏବଂ ଘଟଣାର ତଥ୍ୟାବଳୀ କୁ ତର୍ଜମା କଲେ ଏହା ନିର୍ଚିନ୍ତ ଭାବରେ ଏକ ସୁପରିକଳ୍ପିତ ଷଡଯନ୍ତ୍ର ଜନିତ ହତ୍ୟା Iଘର ଲୋକେ ଦାବି କରିଛନ୍ତି ଯେ ତାଙ୍କ ପୁଅକୁ ଘରୁ ଡ଼ାକିନେଇ ହତ୍ୟା କରି ଛାତ ଉପରୁ ତଳକୁ ଫୋପାଡିଦିଆଯାଇଛି I ତେବେ ଦେଖିବାର ଅଛି ପୋଲିସ କେବେ ଅପରାଧୀ ଙ୍କ ପାଖରେ ପହଁଚୁଛି I

Leave a Reply

Your email address will not be published. Required fields are marked *