ଖରାପ ପ୍ରଦର୍ଶନ ରେ ସମଗ୍ର ଭାରତ ବର୍ଷର ବିଦ୍ୟୁତ ବିଭାଗରେ ବିରଳ ଇତିହାସ ରଚିଲା ଫ୍ରାଞ୍ଚାଇଜ SUPL /RUPL

ସ୍ୱେସୁର 20 ଟି ଡିଭିଜନ ମଧ୍ୟରୁ 60% ରୁ ଉର୍ଧ ATC ଲସ ଥିବା ରୁ ୨୦୧୨ ରେ ୩ଟି କମ୍ପାନୀ ଏନ୍‌ଜେନ୍‌, ଆରୟୁପିଏଲ ଆଣ୍ଡ ଏସ୍‌ୟୁପିଏଲ ଏବଂ ଫେଡ୍‌କୋକୁ ୫ ବର୍ଷ ପାଇଁ ସେସୁର ୧୪ଟି ଡିଷ୍ଟ୍ରିବ୍ୟୁଶନ ଡିଭିଜନର କାର୍ଯ୍ୟ ତୁଲାଇବାକୁ ଦିଆଯାଇଥିଲା I ଉଦେଶ୍ୟ ଥିଲା ATC ଲସ 5 ବର୍ଷ ଭିତରେ 15% କମାଇବା ପାଇଁ I 15% ATC ଲସ କମାଇବା ପରେ ଯାହା ଲାଭ ହେବ ତାହାର 50% ସ୍ୱେସୁ ଏବଂ ଅବଶିଷ୍ଟ 50% ଫ୍ରାଞ୍ଚାଇଜ ନେବ ଯାହାକୁ ସେ କର୍ମଚାରୀ ଙ୍କ ଦରମା , ଅଫିସଖର୍ଚ୍ଚ, ମେଟନାନ୍ସ ବାବଦରେ ବ୍ୟବହାର କରିବ I ୟା ମଧ୍ୟରେ ଫ୍ରାଞ୍ଚାଇଜ ର ଚୁକ୍ତି ଅନୁଯାଇ କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ଅହେତୁକ ଅନୂକମ୍ପା ଦେଖାଇ 6 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି I

5 ବର୍ଷ ର କାର୍ଯ୍ୟକାଳ ର ସରକାରୀ ସମୀକ୍ଷା ଅନୁଯାଇ କେଉଁ କମ୍ପାନୀ କେତେପରିମାଣରେ ATC ଲସ କରିଛନ୍ତି ସେ ନେଇ ସ୍ୱେସୁ ସର୍ବସାଧାରଣ ନିମନ୍ତେ ଜାରି କରିଛି I
1) Enzen ର Base year 63.7% avg ATC ଲସ ଥିଲାବେଳେ ମାର୍ଚ୍ଚ 2018 ସୁଦ୍ଧା 53.5% ରେ ପହଞ୍ଚାଇଛି ଅର୍ଥାତ ନିର୍ଧାରିତ ଧାର୍ଯ୍ୟ ଅନୁଯାଇ 15% ବଦଳରେ ହାରାହାରି 10.2% ATC ଲସ କମାଇଛି I

2) ସେହିପରି fedco ର Base year 56.4% avg ATC ଲସ ଥିଲାବେଳେ ମାର୍ଚ୍ଚ 2018 ସୁଦ୍ଧା 36% ରେ ପହଞ୍ଚାଇଛି ଅର୍ଥାତ ନିର୍ଧାରିତ ଧାର୍ଯ୍ୟ ଅନୁଯାଇ 15% ରୁ ହାରାହାରି 5% ଅଧିକ , 20% ATC ଲସ କମାଇଛି I

3) ଏ କ୍ଷେତ୍ରରେ କିନ୍ତୁ ଏକ ବିରଳ ସଫଳତା ପାଇଛି ଫ୍ରାଞ୍ଚାଇଜ SUPL & RUPL I Base year 67.9 % avg ATC ଲସ ଥିଲାବେଳେ ମାର୍ଚ୍ଚ 2018 ସୁଦ୍ଧା 67.4 % ରେ ପହଞ୍ଚାଇଛି ଅର୍ଥାତ ନିର୍ଧାରିତ ଧାର୍ଯ୍ୟ ଅନୁଯାଇ 15% ବଦଳରେ 0.5% ATC ଲସ କମାଇଛି I

ଯାହାକି ସାରା ଭାରତ ବର୍ଷରେ ବିରଳ I ଅର୍ଥାତ ସ୍ୱେସୁର ATC ଲସ କମାଇବା ବଦଳରେ ବଢ଼ିବାରେ SUPL & RUPL ସାହାଯ୍ୟ କରିଛନ୍ତି I ତେବେ କଥା ଉଠୁଛି ଏହା କଣ ବିଗତ 5 ବର୍ଷ ଭିତରେ କାହା ନଜର କୁ ଆସିନଥିଲା ? କ୍ଷତି କମାଇବା ବଦଳରେ ବଢାଇଥିବା ଫ୍ରାଞ୍ଚାଇଜ ର ଚୁକ୍ତି କାହିଁକି ବରଖାସ୍ତ କରାଗଲାନାହିଁ ? ଏହା କଣ ବୁଝିନେବାକୁ ହେବ ଯେ ବିଦ୍ୟୁତ ବିଭାଗର ବରିଷ୍ଠ କର୍ମଚାରୀ ମାନେ SUPL & RUPL ଫ୍ରାଞ୍ଚାଇଜ ମିଳିମିଶି ହରିଲୁଟ କରିଦେଇଛନ୍ତି I ଦ୍ୱିତୀୟତଃ SUPL & RUPL ଫ୍ରାଞ୍ଚାଇଜ ବିଗତ 5 ବର୍ଷ ଭିତରେ .5% କମାଇଛି ଯାହାକି ଅତି ଲଜ୍ୟା ର ଘଟଣା ,

ତେବେ ଏଥିପାଇଁ SUPL & RUPL ଫ୍ରାଞ୍ଚାଇଜ କୌଣସି ଅର୍ଥ ସ୍ୱେସୁ ରୁ ପାଇନାହାନ୍ତି , ତେବେ ପାଖାପାଖି 1200 କର୍ମଚାରୀ ଏବଂ ବଡ ବଡ ଅଫିସର ମାନଙ୍କୁ ବିଗତ 5 ବର୍ଷ ଧରି କେଉଁ ପରିମାଣରେ ଏବଂ କାହାଠୁ ଅର୍ଥ ଆଣି ଭରଣା କରିଛି SUPL & RUPL ଫ୍ରାଞ୍ଚାଇଜ ? ଏହା କଣ ଧରିନିଆଯିବ କି , ଉପଭୋକ୍ତା ମାନଙ୍କର ପଇସା ହରିଲୁଟ ଚାଲିଛି I ଅବଶ୍ୟ ଏନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରେ ବାରମ୍ବାର ତଥ୍ୟ ଏବଂ ପ୍ରମାଣ ସହିତ ପ୍ରକାଶ କରାଯାଇଛି I ଚଂଚକତା କରାଯାଇ SUPL & RUPL ଫ୍ରାଞ୍ଚାଇଜ ଉପଭୋକ୍ତା ଙ୍କ ଠାରୁ ହରିଲୁଟ କରିଛି ? ତେବେ କିଏ ଭରଣା କରିବ ଏ ହରିଲୁଟ କୁ ? 15% କମାଇବା ବଦଳରେ .5% କମାଇଥିବା କ୍ଷତି କୁ ?

One Comment on “ଖରାପ ପ୍ରଦର୍ଶନ ରେ ସମଗ୍ର ଭାରତ ବର୍ଷର ବିଦ୍ୟୁତ ବିଭାଗରେ ବିରଳ ଇତିହାସ ରଚିଲା ଫ୍ରାଞ୍ଚାଇଜ SUPL /RUPL”

Leave a Reply

Your email address will not be published. Required fields are marked *