କପିଳାସ ର ବାବା ଚନ୍ଦ୍ରଶେଖର ଙ୍କ ମହିମା !! ଜାଣନ୍ତୁ ଶିବଙ୍କ ଆଶ୍ଚର୍ଯ୍ୟ ବିଷୟରେ

ପୌରାଣିକ କିମ୍ବଦନ୍ତୀ :
ଯେତେବେଳେ ସୃଷ୍ଟି ତିଆରି ହେଲା ସେତେବେଳେ ସ୍ୱୟଂ ଶିବ ଙ୍କୁ ସଂହାର ଦାୟିତ୍ୱ ଦିଆଯାଇ ଥିଲା I ଆଉ ଏହି ଦାୟିତ୍ୱ କୁ ସୁଚାରୁରୂପେ ତୁଲାଇବାକୁ ପ୍ରଭୁ ଶିବ କୈଳାଶ ପର୍ବତରେ ନିଜର ଆସ୍ଥାନ ଜମାଇଥିଲେ I ତ୍ରେତୟା ଯୁଗରେ ଦଶାନନ ରାବଣ ର ତପସ୍ୟା ରେ ମୁଗ୍ଧ ହେଇ ପ୍ରଭୁ ଶିବ ରାବଣ କୁ ଅତ୍ୟନ୍ତ କ୍ଷମତା ର ବର ଦାନ କରିଥିଲେ I ଆଉ ଏହାର ଫାଇଦା ନେଇ ଶିବ ତପସ୍ୟା କରୁଥିବା ବେଳେ ମନ୍ଦବୁଦ୍ଧି ରାବଣ ପ୍ରଭୁ ଶିବଙ୍କର ଆସ୍ଥାନ କୈଳାଶ ପର୍ବତ ଗିରି କୁ ଅପହରଣ କରି ନେଉଥିଲା I

ସେ ଚାଁହୁଥିଲା ନିଜ ସାମ୍ରାଜ୍ୟ ଲଙ୍କାପୁରି ରେ ପ୍ରଭୁ ଶିବଙ୍କୁ ରଖିବାକୁ I ହରହର ମହାଦେବ ଙ୍କୁ ଲଙ୍କାପୁରି ରେ ପ୍ରତିଷ୍ଠା କରିବାକୁ I ହଠାତ ଯେତେବେଳ ପ୍ରଭୁ ଶିବ ଙ୍କର ତପସ୍ୟା ଭଗ୍ନ ହେଲା , ପ୍ରଭୁ ଜାଣିବାକୁ ପାଇଲେ ରାବଣ ତାଙ୍କ ଆସ୍ଥାନ କୁ ନେଇଯାଇଛି I ସେତେବେଳକୁ କୈଳାଶ ରୁ ଢେଙ୍କାନାଳ ପର୍ଯ୍ୟନ୍ତ ରାବଣ ନେଇସାରିଥିଲା I ପ୍ରଭୁ ତାଙ୍କ ମାୟାରେ ଗିରି ପର୍ବତ ରାଜା କୁ ଏତେ ଓଜନ କରିଦେଲେ ଯେ ଏହା ଭୂପତିତ ହେବାକୁ ଲାଗିଲା ,

ଏବଂ ରାବଣ ବାଧ୍ୟ ହେଇ ଏହାକୁ ଢେଙ୍କାନାଳ ର ପାହାଡ ପର୍ବତ ର ଶୀର୍ଷ ଭାଗରେ ସ୍ଥାପନ କରି ନିଜ ଦେଶକୁ ଫେରିଯାଇଥିଲେ I ସମୟକ୍ରମେ ପ୍ରଭୁ ଶିବ ନିଜ ଆସ୍ଥାନ ଥିବା ଢେଙ୍କାନାଳ ର ପର୍ବତ ଉପରେ ବାସ କଲେ , ସେଥିପାଇଁ ଢେଙ୍କାନାଳର କପିଳାସ କୁ ଦ୍ୱିତୀୟ କୈଳାସ କୁହାଯାଏ I

ଐତିହାସିକ କିମ୍ବଦନ୍ତୀ :ହିନ୍ଦୁଧର୍ମର ଏହା ସବୁଠାରୁ ପୁରୁଣା ମନ୍ଦିର ଅଟେ I
1246 ଖୀଷ୍ଟାବ୍ଦ ରେ ରାଜା ନରସିଂହଦେବ ଙ୍କ ଦ୍ୱାରା ମୁଖ୍ୟ ମନ୍ଦିର ତିଆରି ହେଇଥିଲା ବୋଲି ଇତିହାସ କୁହେ I ଏହାର ଅନ୍ୟନାମ ଚନ୍ଦ୍ରଶେଖର ମନ୍ଦିର ଅଟେ I ମୁଖ୍ୟ ମନ୍ଦିର 60 ଫୁଟ ଅଟେ I ଭୁପୃଷ୍ଠ ରୁ 2239 ଫୁଟ ଉଞ୍ଚରେ ପ୍ରଭୁ ଅବସ୍ଥାପିତ

ମନ୍ଦିର ଉପରକୁ କୁ ଆପଣ ଯିବାକୁ ହେଲେ , 1352 ପାହାଚ ଚଢି , ବIରବାଙ୍କ ରେ ଗାଡ଼ିରେ , କିମ୍ବା ରୋପ ୱେ ରେ ଯାଇପାରିବେ Iତେବେ ବାରବାଙ୍କ ର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମନଲୋଭା କରିଥାଏ Iପାଖରେ ଥିବା ହରିଣ ପାର୍କ ରେ ହରିଣ ମାନଙ୍କର ମୁକ୍ତ ବିଚରଣ ଅତ୍ୟଧିକ ମନଲୋଭା I

ଗମନାଗମନ : ରାଜଧାନୀ ଭୁବନେଶ୍ୱର ରୁ ବସ କିମ୍ବା ଟ୍ରେନ ରେ ଢେଙ୍କାନାଳ ରେ ଓଲ୍ହାଇବେ I ଢେଙ୍କାନାଳ ରୁ ପ୍ରାୟତ ପ୍ରତି 15/20 ମିନିଟ ରେ କପିଳାସ କୁ ବସ ଗମନା ଗମନ ସୁବିଧା ଅଛି I ଏହା ଢେଙ୍କାନାଳ ରୁ 24 କିଲୋମିଟର I ଉପସ୍ଥାପନା : ଗୋପାଳ ଚନ୍ଦ୍ର ପତି

Leave a Reply

Your email address will not be published. Required fields are marked *