ମୋଦି ଓଡିଶା ଆସୁଛନ୍ତି କେବଳ ଭ୍ରଷ୍ଟାଚାର କରିବା ପାଇଁ : କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ

ଗତ କିଛି ଦିନ ତଳେ ଛତିଶଗଡ଼ ର ମହାନଦୀ ଉପରେ ଥିବା ବ୍ୟାରେଜ କୁ ବମ ରେ ଉଡାଇଦେବେ ବୋଲି ଚର୍ଚା ରେ ଥିବା ମହାରଥୀ ପୁଣିଥରେ ମୋଦିଙ୍କ ଓଡିଶା ଗସ୍ତକୁ କୁ ନେଇକି ଗୁଗୁଲି ଛାଡିଛନ୍ତି I ଓଡ଼ିଶାରେ ଗରିବୀ ଏବଂ ବେକାରୀ ଅଧିକ ଅଛନ୍ତି ବୋଲି ମୋଦି ଉତ୍ତରପ୍ରଦେଶ ର ଏକ ସଭାରେ କହିଥିଲେ ସେଥିପାଇଁ ପ୍ରଧାନମନ୍ତ୍ରୀ କଣ ପଦକ୍ଷେପ ନେଇଛନ୍ତି ଗରିବୀ ଏବଂ ବେକାରୀ ହଟେଇବାକୁ ତାହା ଓଡିଶା ଗସ୍ତରେ ଘୋଷଣା କରନ୍ତୁ ବୋଲି ପ୍ରଦୀପ ମହାରଥୀ କରିଛନ୍ତି I

ଯଦି ତାଙ୍କ ସରକାର ର ଚାରିବର୍ଷର ହିସାବ ଦେବାକୁ ଆସୁଛନ୍ତି ତାହା ଓଡିଶା ବାସି ଭଲରେ ଜାଣିଛନ୍ତି , କିଛି ହିସାବ ଦେବା ଆବଶ୍ୟକ ନାହିଁ I ବରଂ ଭଲ ହେବ ଯଦି ପ୍ରଧାନମନ୍ତ୍ରୀ ମହାନଦୀ ଉପରେ ମନ କି ବାତ କରନ୍ତେ I କେବଳ ରାଜନୈତିକ ଫାଇଦା ପାଇଁ ମୋଦି ଆସୁଛନ୍ତି ବୋଲି ଦୃଢ ଆକ୍ଷେପ କରିଛନ୍ତି ମହାରଥୀ I

Leave a Reply

Your email address will not be published. Required fields are marked *