ଭୁବନେଶ୍ୱର(ଦେବଦତ୍ତ ରଥ):
ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।କଟକ ମହାନଦୀ କୂଳ ବାଲିଯାତ୍ରା ପଡ଼ିଆରେ ଉଦବୋଧନ ଦେବେ ନରେନ୍ଦ୍ର ମୋଦୀ।ସରକାରଙ୍କର ୪ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କର ଉପଲବ୍ଧି ଗୁଡିକୁ ଦେଶବାସୀଙ୍କ ଆଗରେ ରଖିବେ ମୋଦୀ।ତାହା ପୁଣି ଓଡ଼ିଶାର କଟକ ବାଲିଯାତ୍ରା ପଡ଼ିଆରୁ।
ମୋଦୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ପ୍ରବଳ ଉତ୍ସାହ ଦେଖାଦେଇଛି।ରାଜ୍ୟର କୋଣ ଅନୁକୋଣରୁ କଟକ ଆସିବା ପାଇଁ ପ୍ରସ୍ତୁତ ହୋଇ ଗଲେଣି ନେତା ଆଉ କାର୍ଯ୍ୟକର୍ତ୍ତା।ତେବେ କିଛି ଦିନ ହେଲା ବିଜେପିଠାରୁ ଦୂରେଇ ରହିବାର ଦେଖାଯାଉଥିବା ବିଧାୟକ ଦିଲ୍ଲୀପ ରାୟ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ର କାର୍ଯ୍ୟକ୍ରମକୁ ଆସିବେ ନାଁ ନାହିଁ ତା’ ଉପରେ ଅନେକଙ୍କର ନଜର ରହିଛି।
କୁହାଯାଉଛି ବସନ୍ତ ପଣ୍ଡା ସିନା ରାଜ୍ୟ ବିଜେପି ସଭାପତି,କିନ୍ତୁ ରାଜ୍ୟ ବିଜେପିରେ ସବୁ କିଛି ଧର୍ମେନ୍ଦ୍ରଙ୍କ ଇସାରାରେ ଚାଲିଛି।
ଯିଏ ଧର୍ମେନ୍ଦ୍ରଙ୍କ ବଶତା ସ୍ୱୀକାର କରିଛି ସେ ରାଜ୍ୟ ବିଜେପିରେ ତିଷ୍ଠିଛି।ଯିଏ ସ୍ୱୀକାର କରିନି ସେ ଅଣଦେଖା ହେଇଛି।ସାଙ୍ଗଠନିକ ଦାୟିତ୍ୱରେ ଥିବା ନେତାଙ୍କ ଠାରୁ ଆରମ୍ଭ କରି ମିଶ୍ରଣ ପର୍ବରେ ଯୋଗ ଦେଉଥିବା ନେତା ମାନଙ୍କ ମନ୍ତବ୍ୟରୁ ମଧ୍ୟ ଏହା ଜଣାପଡ଼େ।ନାଁ ରାଜ୍ୟ ସଭାପତି ବସନ୍ତ ପଣ୍ଡା,ନାଁ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ,ନାଁ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
।ସମସ୍ତେ କେବଳ ମୋଦୀ, ଶାହାଙ୍କ ବାଦେ ଧର୍ମେନ୍ଦ୍ରଙ୍କ ନାଁ କୁହନ୍ତି।ବିଭିର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ ଧର୍ମେନ୍ଦ୍ରଙ୍କ ଢଙ୍ଗଢାଙ୍ଗରୁ ସେ ହିଁ ସବୁ କିଛି କରୁଥିଲା ପରି ବ୍ୟବହାର କରନ୍ତି।ତେଣୁ ଏସବୁକୁ ବିଚାରକୁ ନେଲେ ବିଜୟ ଏବଂ ଦିଲ୍ଲୀପ ରାୟ ସଭାସ୍ଥଳୀକୁ ଆସିବା କ୍ଷୀଣ ମନେ ହେଉଛି।ତଥାପି ଅପେକ୍ଷା କରିବାକୁ ପଡିବ କାଲିର କାର୍ଯ୍ୟକ୍ରମକୁ,କୁଆଡ଼ ପାଣି କୁଆଡ଼େ ଯାଉଛି?