ଓଡ଼ିଶାର ରାଜ୍ୟପାଳ ଭାବରେ ଏସ ସି ଜମୀରଙ୍କ କାର୍ଯ୍ୟକାଳ ଶେଷହେବା ପରେ ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ କିଛିଦିନ ପାଇଁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।ଏବେ ରାଷ୍ଟ୍ରପତି ବିଧିବଦ୍ଧ ଭାବରେ ପ୍ରଫେସର ଗଣେଶୀ ଲାଲ ଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତ କରିଛନ୍ତି I ତେବେ ଖୁବଶୀଘ୍ର ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ଭାବରେ ଯୋଗ ଦେବେ I ପ୍ରଫେସର ଗଣେଶୀ ଲାଲ ବିଜେପି ର ଜଣେ ବରିଷ୍ଠ ନେତା ଅଟନ୍ତି I