ନିପା ଆତଙ୍କ: ୟୁଏଇ ରୁ କେରଳ ଆସିବା ମନା

କେରଳ ରେ ଦିନକୁ ଦିନ ଯେପରି ଭାବରେ ନିପା ଭୁତାଣୁ ର ଆତଙ୍କ ବଢ଼ିବାରେ ଲାଗିଛି ଏହାକୁ ନେଇ କେବଳ ଭାରତ ନୁହେ ସମ୍ପୂର୍ଣ୍ଣ ବିଶ୍ଵ ଚିନ୍ତିତ ଅଛି।

ତେବେ ଏହି ଭୁତାଣୁ କିପରି ଭାବରେ ଅନ୍ୟ ଦେଶ କୁ ନ ଯିବ ସେଥି ପାଇଁ ୟୁଏଇ ଆଗରୁ ଏକ ପାଦ କଢ଼ିଚି।

ୟୁଏଇ ର ସରକାର ନିଜର ଦେଶ ବାସୀ ମାନଙ୍କୁ କେରଳ ଗସ୍ତ ମନା କରି କେରଳ ଗସ୍ତ ଉପରେ କଟକଣା ଲଗାଇଛନ୍ତି। ୟୁଏଇ ସ୍ବାସ୍ଥ୍ୟ ମନ୍ତରଣାଳୟ ମଧ୍ୟ ଏହି ଭୁତାଣୁ ଉପରେ ଯାଞ୍ଚ୍ କରୁଛି।

ଏହି ଭୁତାଣୁ ପ୍ରଥମେ ବଦୁଡି,ଘୁଷୁରୀ,ଘୋଡ଼ା ଆଦି ପଶୁ ପକ୍ଷୀ ଙ୍କୁ ସଂକ୍ରମିତ ହୋଇ ପରେ ମଣିଷ କୁ ସଂକ୍ରମିତ ହୋଇଥାଏ।

ନିପ୍ପା ଭୁତାଣୁ ରେ ଏ ଯାବତ୍ ୧୧ ଜଣ ମୃତ୍ୟୁ ବରଣ କରିସାରିଲେଣି।

Leave a Reply

Your email address will not be published. Required fields are marked *