ସୁନ୍ଦରଗଡ ର ସଲମାନ ଖାନ କୁ ନେଇ ଏପରି କହିଲେ ବାବୁସାନ

ଅଭିନୟରେ ସେ ମାଷ୍ଟର ବ୍ଲାଷ୍ଟର ସୁପରଷ୍ଟାର I ତାଙ୍କଫିଲ୍ମ ଦେଖିବାକୁ ଦର୍ଶକ ମାନେ ଚାତକ ଭଳି ଅନାଇରହିଥାନ୍ତି I ବିଶେଷ କରି ଯୁବଗୋଷ୍ଠୀ ମାନଙ୍କର ତାଙ୍କ ପ୍ରତି ଭଲପାଇବା ଢେର ଅଧିକ I କେତେବେଳେ ସେ ଲଭ୍ ଷ୍ଟେସନ ରେ ଟ୍ରେନ ଚଢ଼ନ୍ତି ତ ଆଉ କେତେବେଳେ ନିଜ ପ୍ରେମ କୁ ପାଇବାକୁ ସିଷ୍ଟର ଶ୍ରୀଦେବୀ ସାଜି ଅଣ୍ଟା ହଲାଇ ଠୁମକା ଦେଇ ନାଚନ୍ତି I ସେ ହେଉଛନ୍ତି ବାବୁଶାନ I ସବୁବେଳେ ଏକ ନିଆରା ବେଶରେ ଆସିଥାନ୍ତି ଦର୍ଶକ ଙ୍କ ପାଖକୁ I ରଜ ରେ ବାବୁସାନ ଙ୍କର ନୂଆ ଫିଲ୍ମ ସୁନ୍ଦରଗଡ ର ସଲମାନ ଖାନ ଆସୁଛି I

ଏନେଇ ବାବୁସାନ କହିଛନ୍ତି ଯେ ଏହା ଏକ ସମ୍ପୂର୍ଣ୍ଣ ଭିର୍ଣ୍ଣ ଧରଣର ଫିଲ୍ମ I ସେଥିପାଇଁ ଏହାର ନାମକରଣ ମଧ୍ୟ ସମ୍ପୂର୍ଣ୍ଣ ନିଆରା I ସିଷ୍ଟର ଶ୍ରୀଦେବୀ ପରି ଏହାକୁ ମଧ୍ୟ ଦର୍ଶକ ମାନେ ସେମିତି ଭଲପାଇବା ଦେବେ ବୋଲି ବାବୁସାନ କହିଛନ୍ତି I ଅଧିକ ଜାଣିବା ପାଇଁ ନିଚୟ ତାଙ୍କ ସିନେମା କୁ ରଜରେ ଦେଖିବାକୁ ଆସିବେ I ଜୁନ୍ 10 ରେ ଅଧିକାଂଶ ସିନେମା ହଲ ରେ ଏହା ମୁକ୍ତିଲାଭ କରିବ Iଏହା ଏକ ପ୍ରେମ ଏବଂ କମେଡି ସିନେମା ଅଟେ I

ତେବେ ରିଲିଜ ହେଇଥିବା ପୋଷ୍ଟର ଅନୁୟାଯୀ ଏଥିରେ ସେ ଦୁଇଟି ଭିର୍ଣ୍ଣ ଧରଣ ର ଚରିତ୍ର ହିନ୍ଦୁ ଏବଂ ମୁସଲମାନ ଭୂମିକା ରେ ଦେଖାଯାଉଛନ୍ତି I ଏହି ଫିଲ୍ମ ରେ ଓଡ଼ିଆ ଝିଅ ଦିବ୍ୟା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ଏଣ୍ଟ୍ରି କରୁଛନ୍ତି I ପୂର୍ବରୁ ଦିବ୍ୟା ତେଲୁଗୁ ସିନେମାରେ ବହୁ ଚଳଚିତ୍ର କରି ସାରିଛନ୍ତି I ଫିଲ୍ମ ଟି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନର ରେ ନିର୍ମିତ ହେଉଥିବା ବେଳେ ନିର୍ଦେଶନା ଦାୟିତ୍ୱ ରେ ଅଶୋକ ପତି ଅଛନ୍ତି I

Leave a Reply

Your email address will not be published. Required fields are marked *