ମୋଦି ବିଭ୍ରାନ୍ତିକର ଭାଷଣ ଦେଇଛନ୍ତି : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ନିଜର ରୋକଠୋକ କଥା ପାଇଁ ସବୁବେଳେ ଚର୍ଚିତ ତଥା କାହାକୁ ସାଲିସ କରିନଥିବା ବିଜୟ ମହାପାତ୍ର ନିଜର ସ୍ୱାଭିମାନ ବଞ୍ଚାଇ ବିଜେଡି ଛାଡିଥିଲେ ଏବଂ ବିଜେପି ରେ ଯୋଗ ଦେଇଥିଲେ I ୟା ମଧ୍ୟରେ ବିଜେଡି ରୁ ବାରମ୍ବାର ବିଜୟ ଙ୍କୁ ଡାକରା ଯାଇଥିଲେ ମଧ୍ୟ ସେ ଯୋଗ ଦେଇନଥିଲେ I ତେବେ ଓଡିଶା ବିଜେପି ରେ ନେତୃବୃନ୍ଦ ମାନଙ୍କ ଏକଚାଟିଆ ଅଧିକାର କୁ ବିରୋଧ କରିଥିଲେ ବିଜୟ I ଯେଉଁଥିପାଇଁ ସେ ଦଳରୁ କୋଣଠେସା ହେଇ ରହିଛନ୍ତି I ତେବେ ସବୁବେଳେ ରୋକଠୋକ କହୁଥିବା ବିଜୟ ଦଳରେ ରହି ମଧ୍ୟ ଏଥର ବି ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରିଛନ୍ତି I

କଟକ ରେ ଆୟୋଜିତ ବିଜେପି ଜନକଲ୍ୟାଣ ସମାବେଶ ରେ ମୋଦିଙ୍କ ଭାଷଣ କୁ ଅବାନ୍ତର ଏବଂ ବିଭ୍ରାନ୍ତିକର ବୋଲି ବିଜୟ ମହାପାତ୍ର କହିଛନ୍ତି। ତାଙ୍କ କହିବା ଅନୁଯାଇ ମହାନଦୀ ଓଡ଼ିଶାବାସୀଙ୍କର ଜୀବନ I ମହାନଦୀ ରେ ଯେପରି ଭାବେ ଛତିଶଗଡ଼ ବେଆଇନ ବ୍ୟାରେଜ କରିଛି ସେ ନେଇ ପ୍ରଧାନମନ୍ତ୍ରୀ ପଦଟିଏ ବି ନ କହିବା ଅତି ଦୁଃଖର କଥା I ମୋଦିଙ୍କ ଭାଷଣ ରୁ ଏପରି ଲାଗୁଚି ଓଡ଼ିଶାକୁ ନ୍ୟାୟ ମିଳିବାରେ ଯଥେଷ୍ଟ ବିଳମ୍ବ ହେବ।

Leave a Reply

Your email address will not be published. Required fields are marked *