ସେସୁ ରେ ଫ୍ରାଞ୍ଚାଇଜ କୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା

ଉପସ୍ଥାପନା :-ଗୋପାଳ ଚନ୍ଦ୍ର
2012 ରେ ସେସୁ ର 20 ଟି ଡିଭିଜନ ମଧ୍ୟରୁ 14 ଟି ଡିଭିଜନ କୁ ଫ୍ରାଞ୍ଚାଇଜ ଆକାରରେ ଦିଆଯାଇଥିଲା ସେଥିପାଇଁ ଏକ ବେସ ଲାଇନ ATC ଲସ ସ୍ଥିର କରାଯାଇଥିଲା ଏବଂ ଫ୍ରାଞ୍ଚାଇଜ ର କାର୍ଯ୍ୟ ଥିଲା ATC ଲସ ଲେଭେଲ 5 ବର୍ଷ ପରେ 15% ରେ ପହଞ୍ଚାଇବ I ସେହି ଲସ କମାଇବା ଫଳରେ ସେସୁ ର ଯେଉଁ ଲାଭ ହେବ ତାହାର ଅଧା ଅର୍ଥାତ 50% ସେସୁ ନେବ ଏବଂ ଅବଶିଷ୍ଟ 50% ରେ ଫ୍ରାଞ୍ଚାଇଜ ରେ ନିୟୋଜିତ କର୍ମଚାରୀ ଙ୍କ ଦରମା , ମିଟର ବସାଇବା କାର୍ଯ୍ୟ , LT ମେଣ୍ଟେନାନ୍ସ ରେ ବ୍ୟବହୃତ ହେବ I

ଫ୍ରାଞ୍ଚାଇଜ ବିଷୟରେ ସଠିକ ତଥ୍ୟ ଶତକଡା 90% ଭାଗ ଉପଭୋକ୍ତା ଜାଣିନାହାନ୍ତି ଯାହାର ଫାଇଦା ନେଇ ସମ୍ୟକ ଜ୍ଞାନ ନଥିବା କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଦଲାଲ ମାନେ ନିଜର ସ୍ୱାର୍ଥ ହାସଲ ନିମନ୍ତେ ଫ୍ରାଞ୍ଚାଇଜ ହଟାଇବାର ମିଛ ସ୍ଲୋଗାନ ଦେଉଛନ୍ତି I
ତେବେ ଆସନ୍ତୁ ଜାଣିବା ପ୍ରକୃତ ତଥ୍ୟ କଣ ?
ଫ୍ରାଞ୍ଚାଇଜ ଦିଆଗଲା କାହିଁକି ?
2000 ମସିହାରେ AES କମ୍ପାନୀ ଯେତେବେଳେ ସେସୁ ର ମାଲିକାନା ଛାଡି ଚାଲିଗଲା , ସେତେବେଳେ OERC ସେସୁ ର ସମସ୍ତ ଦାୟିତ୍ୱ ନିଜ ପାଖରେ ରଖି ଏକ ପରିଚାଳନା ବୋର୍ଡ ଦ୍ୱାରା ଏହାକୁ ପରିଚାଳନା କରିଆସୁଥିଲା I ଏହି କାରଣରୁ ରାଜ୍ୟ ସରକାର ସେସୁ ଏକ ଘରୋଇ କମ୍ପାନୀ ବୋଲି AFFIDAVIT କରି କହିଛନ୍ତି I

ସେହିଦିନ ଠାରୁ 2018 ପର୍ଯ୍ୟନ୍ତ ଯଦି ସମୀକ୍ଷା କରି ଦେଖାଯିବ , OERC ବିଭିର୍ଣ୍ଣ ବଡ଼ପଣ୍ଡା ମାନଙ୍କୁ ସେସୁ ର ଦାୟିତ୍ୱ ଦେଇଥିଲେ ମଧ୍ୟ ଆଶା ଜନକ ଭାବରେ ସେସୁରେ କ୍ଷତି କମିବା ପରିବର୍ତେ ବଢିଚାଲିଲା I ଏହି କ୍ଷତି କମାଇବା ପାଇଁ OERC ଏକ ପ୍ରୟାସ କରି ଯେଉଁ ଡିଭିଜନ ଗୁଡିକ ATC ଲସ 60% ରୁ ଉର୍ଧ ସେଗୁଡିକୁ ଫ୍ରାଞ୍ଚାଇଜ ଦେବାପାଇଁ ସ୍ଥିର କରି ତିନୋଟି କମ୍ପାନୀ ଯଥା ଫେଡ଼କୋ , ଏଂଜେନ ଏସୟୁପିଏଲ ଏବଂ ଆରୟୁପିଏଲ କୁ ଦେଲେ I

ଏହି କର୍ମଚାରୀ ନିଜ ନିଜ ଅର୍ଥରୁ 6600 କର୍ମଚାରୀ ଙ୍କୁ ନିଯୁକ୍ତ ଦେଇଛନ୍ତି ଏବଂ ସେମାନଙ୍କ ଦ୍ୱାରା ବିଲିଂ , କଲେକ୍ସନ , ମେଣ୍ଟେନାନ୍ସ ଇତ୍ୟାଦି କାମ 2013 ମସିହାରୁ କରିଆସୁଛନ୍ତି I କଥା ଉଠୁଛି ବର୍ତମାନ ପରିସ୍ଥିତିରେ ସେସୁ ର ଏପରି ଅବସ୍ଥାରେ 6600 କର୍ମଚାରୀ କରିବେ କଣ ? ଯେଉଁ ମାନେ ଫ୍ରାଞ୍ଚାଇଜ ହଟାଓ ସ୍ଲୋଗାନ ଦେଉଛନ୍ତି ସେମାନେ ଥରଟେ ଏମାନଙ୍କର କଥା ଭାବିଛନ୍ତି କି ? କଣ ହେବ ଏମାନଙ୍କର ଭବିଷ୍ୟତ ? ପ୍ରଥମେ 6600 କର୍ମଚାରୀ ଙ୍କୁ ନିଯୁକ୍ତି ଦେବାପରେ ଫ୍ରାଞ୍ଚାଇଜ ହଟାଓ ସ୍ଲୋଗାନ ଟା ଦେଲେ ଭଲ ହୁଅନ୍ତା ବୋଧହୁଏ I
ଗତ 5 ବର୍ଷ ଭିତରେ ଫ୍ରାଞ୍ଚାଇଜ ମାନଙ୍କର କାର୍ଯ୍ୟ ଦକ୍ଷତା :-

ଗତ 5 ବର୍ଷ ଭିତରେ 15% ATC ଲସ କମାଇବା କୁ କମ୍ପାନୀ ମାନେ ଚୁକ୍ତି କରିଥିଲେ ମଧ୍ୟ ସେସୁ ଏବଂ ସରକାରୀ ସହଯୋଗ ନରହିବାରୁ ଏହା ସମ୍ଭବପର ପ୍ରାୟତ ହେଲା ନାହିଁ I ଯାହାଫଳରେ ସେମାନଙ୍କର କାର୍ଯ୍ୟଦକ୍ଷତା ଚୁକ୍ତି ଅନୁଯାଇ ବଢି ପାରିଲା ନାହିଁ I ହେଲେ ଏଇଥିରେ ସେସୁ ର କିଛି କ୍ଷତି ହେଲା ନାହିଁ I କ୍ଷତି ସେହି କମ୍ପାନୀ ମାନେ ସହିଲେ I ଏ ବିଷୟରେ ସରକାରୀ ସମୀକ୍ଷା ବେଳେ ଜଣାପଡିଲା କେନ୍ଦ୍ର ସରକାର ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା ରେ ପ୍ରତ୍ୟକ ଡ଼ିସକମ ମାନେ ପ୍ରତିବର୍ଷ ଅନ୍ୟୁନ 3% ATC ଲସ କମାଇବାର ନିର୍ଦେଶ ଥିଲା , ଯେଉଁ ବିତରଣ କମ୍ପାନୀ ମାନେ 3% ATC ଲସ କମାଇନପାରିବେ ଏବଂ ତାହାଠାରୁ କମ କମାଇବେ ସମସ୍ତ ଅର୍ଥ ଗ୍ରାଣ୍ଟ ଆକାରରେ ଦିଆନଯାଇ ଲୋନ ହେଇଯିବ ବୋଲି ନିର୍ଦେଶ ଥିଲା I ସେହିପରି 2010 ମସିହାରେ ରାଜ୍ୟ ସରକାର ଯେଉଁ କାପେକ୍ସ ଅର୍ଡର ପ୍ରକାଶ କଲେ ସେଥିରେ ମଧ୍ୟ ଜଣାଇଲେ ଯେ ଡ଼ିସକମ ମାନେ 3% ATC ଲସ କମେଇବେ I

OERC ପ୍ରତିବର୍ଷ ତାରିଫ ସ୍ଥିର କଲାବେଳେ ATC ଲସ 22% ରୁ 23% କମାଇବାକୁ ନିର୍ଦେଶ ଦେଉଥିଲେ ମଧ୍ୟ କୌଣସି ଡ଼ିସକମ 1% ରୁ 2% ATC ଲସ କମାଇପାରୁନଥିଲେ I ସେହିଦୃଷ୍ଟିରୁ ଫ୍ରାଞ୍ଚାଇଜ ନେଇଥିବା କମ୍ପାନୀ ମାନଙ୍କୁ OERC/Govt ./CESU 15% ATC ଲସ କମାଇବାକୁ ଜୋର ଦେଇ ପାରିଲେ ନାହିଁ I ଏହା ସତ୍ୱେ ମାର୍ଚ୍ଚ 2018 ସୁଦ୍ଧା କେଉଁ କେଉଁ ଫ୍ରାଞ୍ଚାଇଜ କେତେ ATC ଲସ କମାଇଛି ତାହା ଏକ ସମୀକ୍ଷାରୁ ଜଣାପଡିଛି I

1) Enzen ର Base year 63.7% avg ATC ଲସ ଥିଲାବେଳେ ମାର୍ଚ୍ଚ 2018 ସୁଦ୍ଧା 53.5% ରେ ପହଞ୍ଚାଇଛି ଅର୍ଥାତ ନିର୍ଧାରିତ ଧାର୍ଯ୍ୟ ଅନୁଯାଇ 15% ବଦଳରେ ହାରାହାରି 10.2% ATC ଲସ କମାଇଛି I

2) ସେହିପରି fedco ର Base year 56.4% avg ATC ଲସ ଥିଲାବେଳେ ମାର୍ଚ୍ଚ 2018 ସୁଦ୍ଧା 36% ରେ ପହଞ୍ଚାଇଛି ଅର୍ଥାତ ନିର୍ଧାରିତ ଧାର୍ଯ୍ୟ ଅନୁଯାଇ 15% ରୁ ହାରାହାରି 5% ଅଧିକ , 20% ATC ଲସ କମାଇଛି I

3) ଫ୍ରାଞ୍ଚାଇଜ SUPL & RUPL I Base year 67.9 % avg ATC ଲସ ଥିଲାବେଳେ ମାର୍ଚ୍ଚ 2018 ସୁଦ୍ଧା 67.4 % ରେ ପହଞ୍ଚାଇଛି ଅର୍ଥାତ ନିର୍ଧାରିତ ଧାର୍ଯ୍ୟ ଅନୁଯାଇ 15% ବଦଳରେ 0.5% ATC ଲସ କମାଇଛି I

ସେହିପରି ସେସୁ ରେ ଅନ୍ୟ 6 ଟି ନନ ଫ୍ରାଞ୍ଚାଇଜ ଏରିଆରେ କର୍ମଚାରୀ ମାନେ Base year 27.9% avg ATC ଲସ ଥିଲାବେଳେ ମାର୍ଚ୍ଚ 2018 ସୁଦ୍ଧା 19.8% ରେ ପହଞ୍ଚାଇଛନ୍ତି ଅର୍ଥାତ ହାରାହାରି 8.1% ATC ଲସ କମାଇଛନ୍ତି I
ସେହିପରି ହିସାବକୁ ନିଆଗଲେ Base year ଟାର୍ଗେଟ ଫେବୃଆରୀ -2018 ସୁଦ୍ଧା 3986 କୋଟି ଟଙ୍କା ସ୍ଥିର ହେଇଥିବା ବେଳେ ଟୋଟାଲ ଫ୍ରାଞ୍ଚାଇଜ 4400 କୋଟି ଆଦାୟ କରିଛନ୍ତି I ଅର୍ଥାତ 414 କୋଟି ସେସୁ ର ଆଦାୟ କରି ଦେଇଛନ୍ତି I ଏବଂ ସେସୁ ଏ ବାବଦରେ ଫ୍ରାଞ୍ଚାଇଜ ଙ୍କୁ ଗୋଟିଏ ବି ପଇସା ଦେଇନାହିଁ I ସେମାନେ ସେମାନଙ୍କର ଲାଭାଂଶ 185 କୋଟି ପାଇଛନ୍ତି I

ଅନ୍ୟ ବିଷୟରେ ଦେଖିବାକୁ ଗଲେ 6600 କର୍ମଚାରୀ ଙ୍କୁ ନିଯୁକ୍ତି ଦେଇ ମାସିକ ହାରାହାରି 18 କୋଟି ଦରମା ବାବଦ ସେସୁ ପାଇଁ ଖର୍ଚ୍ଚ କରିଛନ୍ତି I
ଏହି ସବୁ ଜିନିଷ କୁ ବିଚାରକୁ ନେଇ ସେସୁ ବିଭିର୍ଣ୍ଣ ସମୟରେ ଏହି 14 ଟି ଡିଭିଜନ ର ନିର୍ବାହୀଯନ୍ତ୍ରୀ ମାନଙ୍କୁ ବୈଠକ କୁ ଡାକି ଫ୍ରାଞ୍ଚାଇଜ ହଟାଇ ନିଜେ କାର୍ଯ୍ୟ ପରିଚାଳନା କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କେବଳ ଆଠଗଡ ନିର୍ବାହୀ ଯନ୍ତ୍ରୀ ଙ୍କ ବ୍ୟତୀତ ଅନ୍ୟ ନିର୍ବାହୀ ଯନ୍ତ୍ରୀ ମାନେ ବିନା ଫ୍ରାଞ୍ଚାଇଜ ରେ କାମ କରିପାରିବେ ନାହିଁ ବୋଲି ଦର୍ଶାଇ ଥିଲେ I

ଏସବୁ ସତ୍ୱେ ସେସୁ ରେ ଥିବା 22 ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ସେସୁରେ ହାତ ଟେକିଦେଇଥିବା ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ଯନ୍ତ୍ରୀ ମାନେ କେତେ ପାରଙ୍ଗମ ଏବଂ ଦକ୍ଷ ତାହା ସ୍ପଷ୍ଟ ପ୍ରମାଣିତ ହେଉଅଛି I
ଏ ପରିସ୍ଥିତିରେ ଫ୍ରାଞ୍ଚାଇଜ ହଟାଇବାକୁ ଶସ୍ତା ସ୍ଲୋଗାନ ଦେଉଥିବା ସ୍ୱାର୍ଥାନ୍ୱେଷୀ ନେତା , କର୍ମଚାରୀ ,ଯନ୍ତ୍ରୀ ମାନେ 6600 କର୍ମଚାରୀ ଙ୍କୁ ସେସୁ ରେ ସ୍ଥାୟୀ ନିଯୁକ୍ତି ଦେଇପାରିବେ ତ ? ନା ପ୍ରତି ଥର ( ବିଶେଷ କରି 2000 ରୁ 2018) ପରି ନିଜର ସ୍ୱାର୍ଥ ହାସଲ ପରେ ଏ କର୍ମଚାରୀ ମାନଙ୍କ ସହିତ ସେହି ପୁରୁଣା ସାଙ୍ଘାତିକ ଷଡଯନ୍ତ୍ର ରଚନା କରିବେ ? I ଫ୍ରାଞ୍ଚାଇଜ ବିଷୟରେ ସାମାନ୍ୟ ଧାରଣା ନଥିବା ବ୍ୟକ୍ତି ମାନେ ଏ 6600 କର୍ମଚାରୀ ଙ୍କର ଉତ୍ତରଦାୟୀ ରହିବେ ତ ? ଏବେ ସମୟ ଆସିଛି ସେହି ସ୍ୱାର୍ଥ ନ୍ୱେଷୀ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କର ଅସଲ ଉଦଶ୍ୟ ବୁଝିବାର I

Copyright @ଓଡିଶାExclusive

Leave a Reply

Your email address will not be published. Required fields are marked *