ହସ୍ପିଟାଲ ରେ ଏମିତି ଜନ୍ମଦିନ ପାଳିଲେ କମେଡି କିଙ୍ଗ୍ ପପୁ

ଓଡ଼ିଆ କମେଡି କିଙ୍ଗ୍ ପପୁ ପମ ପମ ଙ୍କର ଗତକାଲି ଜନ୍ମଦିନ ଥିବାବେଳେ ସେ ହସ୍ପିଟାଲରେ ଚିକିସ୍ତିତ ହେଉଥିବାରୁ ଓଡ଼ିଆ ସିନେ ଜଗତ ପରିବାର ତରଫରୁ ହସ୍ପିଟାଲ ରେ ପହଂଚି କେକ୍‌ କାଟିଥିଲେ ଏବଂ ପପୁଙ୍କ ଜନ୍ମଦିନ ନିରାଡ଼ମ୍ବର ଭାବେ ମନାଇଥିଲେ I ଏହା ସହିତ ମନ୍ଦିର ରେ ଠାକୁରଙ୍କ ପାଖରେ ଦୀପ ଜାଳି ପପୁ ଙ୍କ ଆରୋଗ୍ୟ କାମନା କରିଥିଲେ Iବହୁ ନାମିଦାମୀ କଳାକାର ଙ୍କ ସହିତ ସୁନିଲ କୁମାର , ବୁଦ୍ଧାଦିତ୍ୟ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ I ପପୁଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ I ତେବେ ପପୁ ଭଲ ଅଛନ୍ତି ଏବଂ ଖୁବ ଶୀଘ୍ର ଓଡିଶା ଫେରିବେ ବୋଲି ଡାକ୍ତର ସୂଚନା ଦେଇସାରିଛନ୍ତି I

ସୂଚନା ଥାଉ କି କିଛିଦିନ ତଳେ ପାନକ୍ରିଆସରେ ଇନଫେକସନ୍ ରେ ଗୁରୁତର ଭାବେ ଅସୁସ୍ଥ ହେଇ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତି ହୋଇଥିଲେ ହାସ୍ୟ ଅଭିନେତା ପପୁ ପମପମ୍ ।ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ଉର୍ନ୍ନତି ନହେବାରୁ ଏବଂ ଛାତିରେ ଯନ୍ତ୍ରଣା ବୃଦ୍ଧି ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ AIMS ନିଆଯାଇଥିଲା I

Leave a Reply

Your email address will not be published. Required fields are marked *