ଏହାକୁ ପଢିଲା ପରେ ଆପଣ ଜୀବନରେ କେବେ ବି ରାଗିବେ ନାହିଁ

ଆଜି ଆମେ ଏମିତି ଗୋଟେ ଜିନିଷ ବିଷୟରେ କଥା ହେବା ଯାହା ଆମ ଜୀବନରେ ବହୁତ୍ ସାଧାରଣ ଅଟେ।ତାହା ହେଉଛି ରାଗ,କ୍ରୋଧ।ରାଗ ଆମ ଶରୀର କୁ ବହୁତ୍ କ୍ଷତି ପହଞ୍ଚେଇଥାଏ।ତ ସହ ଏହା ଆମ ସଂପର୍କ ପାଇଁ ଭଲ ନୁହେଁ। ଏବେ ଆମେ ଜାଣିବା ଆମେ ରାଗ କୁ କିପରି ନିୟନ୍ତ୍ରଣ କରିବା।ସେଥିପାଇଁ ଆମକୁ ଗୋଟିଏ ଛୋଟ ଗପ ଶୁଣିବାକୁ ପଡିବ।
ଗୋଟେ ପିଲାଟି ଥିଲା।ସେ ସବୁବେଳେ ବହୁତ୍ ରାଗୁ ଥିଲା।

ପୁଅର ବାପା ତାକୁ ସୁଧାରିବା ପାଇଁ ତାକୁ ଲୁହା କଣ୍ଟା ଭରା ବ୍ୟାଗ୍ ଦେଲା।ଏବଂ କହିଲେକି ଯେତେବେଳେ ତୋତେ ରାଗ ଲାଗିବ ସେତେବେଳେ ଆମ ଘରର ବାହାରେ ଥିବା କାଠର ବାଡ଼ରେ ଗୋଟେ କଣ୍ଟା ମାରିବୁ।ତୋତେ ଯେତେଥର ରାଗ ଲାଗିବ ସେତେଥର ଗୋଟେ ଗୋଟେ କଣ୍ଟା ମାରିବୁ।ପୁଅ କହିଲା ହଉ ଠିକ୍ ଅଛି।ପୁଅକୁ ଯେତେଥର ରାଗ ଲାଗୁଥିଲା ସେ ସେତେଥର ଗୋଟେ ଗୋଟେ ଲୁହା କଣ୍ଟା ମାରୁଥିଲା।ଏମିତି ବହୁତ୍ ଦିନ ଚାଲିଗଲା।ବହୁତ୍ ଦିନପରେ ଦେଖାଗଲା ସେହି ପୁଅର ରାଗିବା ବହୁତ୍ ମାତ୍ରାରେ କମିଯାଇଥିଲା ଓ କଣ୍ଟା ର ପରିମାଣ ମଧ୍ୟ କମିବାକୁ ଲାଗିଲା।

ଏବଂ ଏମିତି ଏକ ସମୟ ଆସିଲା ଯେତେବେଳେ ସେହି ପୁଅର ଆଉ ଜମା ବି ରାଗ ଆସିଲା ନାହିଁ।ସେ ଏହି କଥା ଖୁସି ହୋଇ ତା ବାପାଙ୍କୁ କହିଲା କି ତାକୁ ଆଉ ଜମା ବି ରାଗ ଆସୁନାହିଁ। ତା ବାପା ତାକୁ କହିଲେ କି ତୋତେ ଯେବେ ଯେଉଁ କଥାରେ ରାଗ ନ ଆସିବ ସେତେବେଳେ ଗୋଟେ ଗୋଟେ କଣ୍ଟା କାଢି ଦବୁ।ଏମିତି ଗୋଟେ ସମୟ ଆସିଲା କି ସେ ପିଲା ତା ବାପାକୁ କହିଲା କି ସେ ସବୁ କଣ୍ଟା କାଢି ଦେଲା।ବାପା ବହୁତ୍ ସ୍ନେହରେ ପୁଅର ହାତ ଧରି ସେହି କାଠ ବାଡ ପାଖକୁ ନେଇଗଲେ।

କହିଲେ ଦେଖ କାନ୍ଥରେ ଲାଗିଥିବା କଣ୍ଟା ଦ୍ବାରା ଯେଉଁ କଣା ହେଲା ତାକୁ ଧ୍ୟାନରେ ଦେଖ ଏହା କେବେ ବି ପୂର୍ବ ଅବସ୍ଥାକୁ ଫେରି ଆସିବ ନାହିଁ।ପୁଅ ବାପାଙ୍କ କଥାକୁ ବହୁତ୍ ଧ୍ୟାନରେ ଶୁଣିଲା।ବାପା କହିଲେ ଯେବେ ତୁମେ ରାଗରେ କାହାକୁ କିଛି କହିଦିଏ ତାହା ଏହିପରି ପକ୍କା ଆଉ ଅସ୍ଥାୟୀ ଘା ପରି ଚିହ୍ନ ହୋଇଯାଏ।ଏହା ପରେ କିଛି ଫରକ୍ ପଡେ ନାହିଁ କି ତୁମେ କେତଥରେ କ୍ଷମା ମାଗିଛ।ସେଇ ଘା ର ଚିହ୍ନ ସେମିତି ହିଁ ରହିଥାଏ।

ଯେବେ ଆମେ ଅଫିସ ରେ ଚାକିରି କରିଥାଉ ଛୋଟ ଛୋଟ କଥାରେ ବା ବିନା ଆମର କିଛି ଭୁଲରେ ବସ୍ ଆମକୁ ଗାଳି କରନ୍ତି।ସମସ୍ତଙ୍କ ଆଗରେ ଆମକୁ insult କରିଥାନ୍ତି।

Leave a Reply

Your email address will not be published. Required fields are marked *