କୃଷି ଋଣ ଛାଡ଼ କରି ନ ପାରିଲେ ୭ଦିନରେ ଇସ୍ତଫା ଦେବେ ବୋଲି ଘୋଷଣା କଲେ କୁମାରସ୍ୱାମୀ

ବହୁ ନାଟକୀୟ ଢଙ୍ଗରେ କର୍ଣ୍ଣାଟକ ର କିଙ୍ଗ୍ ମେକର ରୁ କିଙ୍ଗ୍ ଵନିଯାଇଥିବା କୁମାରସ୍ୱାମୀ ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି ଏକ ବଡ ପ୍ରତିଶୃତି I ସମସ୍ତ ଚାଷୀଙ୍କୁ ଅନୁରୋଧ କରିଛନ୍ତି ଋଣଭାର ରେ ବୁଡିଯାଇଥିବା ଚାଷୀ ମାନେ କୌଣସି ଭୁଲ କାମ ଯଥା ଆତ୍ମହତ୍ୟା କରନ୍ତୁ ନାହିଁ I 7 ଦିନ ଭିତରେ ସମସ୍ତ କୃଷି ଋଣ ଛାଡ କରିବା ପାଇଁ ସେ ଜୋରଦାର ଉଦ୍ୟମ ଜାରିରଖିଛନ୍ତି I ଯଦି 7 ଦିନ ଭିତରେ ସେ କୃଷି ଋଣ ଛାଡ କରିନପାରିଲେ ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ I ଏହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି I

ସୂଚନା ଥାଉ କି I ସବୁଠାରୁ ଅଧିକ ସଂଖ୍ୟାରେ 104 ରେ ବିଜେପି ଜିତିଥିଲେ ମଧ୍ୟ ଆବଶ୍ୟକ ମ୍ୟାଜିକ ସଂଖ୍ୟା 112 ନଥିବାରୁ ମାତ୍ର 8 ଟି ସିଟ୍ ପାଇଁ ନିଜର ଅଢେଇଦିନ ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ୟେଦୁରପ୍ପା ଏବଂ ସବୁଠାରୁ କମ ଆସନ ( 37) ଜିତିଥିବା ଜେଡିଏସ୍‌ କଂଗ୍ରେସ ର ସମର୍ଥନ ରେ କର୍ଣ୍ଣାଟକ ରେ ସରକାର ଗଢ଼ିଥିଲା I ଏବଂ ଜେଡିଏସ ର ମୁଖ୍ୟ କୁମାରସ୍ବାମୀ କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ ହେଇଥିଲେ I

Leave a Reply

Your email address will not be published. Required fields are marked *