ପତଞ୍ଜଳି ଆଣିଲା ନୂଆ ସିମ୍ : ଏମିତି ଅଫର ଦେଲେ ବାବା ଅନ୍ୟ କମ୍ପାନୀ ଟେନସନ ରେ

ବାବା ରାମଦେବ ଯୋଗ ବା ବ୍ୟାୟାମ ରେ ସାରା ବିଶ୍ୱରେ ଏକ ଚର୍ଚିତ ନାମ I ପିଲାଠାରୁ ବୃଦ୍ଧ ଯାଏଁ ସମସ୍ତେ ତାଙ୍କ ଶ୍ରଦ୍ଧା ଏବଂ ଭକ୍ତି କରନ୍ତି I ତେବେ ବାବା ବ୍ୟବସାୟିକ କ୍ଷେତ୍ରରେ ଖୁବ ଅଳ୍ପ ଦିନରେ ପ୍ରବେଶ କରି ସାରା ଭାରତ ରେ ଏକ ବୈପ୍ଲବିକ ସୃଷ୍ଟି କରିଥିଲେ I ନାମିଦାମୀ କମ୍ପାନୀ କୁ ପଛରେ ପକାଇଦେଇଥିଲେ ବାବା ରାମଦେବ I ତାଙ୍କ ଆୟୁର୍ବେଦ ସଂସ୍ଥାନ ପତଞ୍ଜଳି ରେକର୍ଡ କରିଥିଲା ବ୍ୟବସାୟିକ କ୍ଷେତ୍ରରେ I

ତେବେ ବାବା ଏବେ ଟେଲିକମ ସେକ୍ଟର ରେ ପ୍ରଵେଶ କରିଛନ୍ତି I BSNL ସହିତ ମିଶି ‘ସ୍ୱଦେଶୀ ସମୃଦ୍ଧି ” ନାମରେ ଏକ ସିମ କାର୍ଡ ବଜାର କୁ ଛାଡିଛନ୍ତି I ତେବେ ବଜାର କୁ ପତଞ୍ଜଳି ର ଏହି ସିମ ଆସୁ ଆସୁ ଅନ୍ୟ କମ୍ପାନୀ ମାନେ ଟେନସନ ହେଇସାରିଲେଣି I
କାହିଁକିନା ବାବା ଏମିତି ଅଫର ଘୋଷଣା କରିଛନ୍ତି ଯାହାକି ସବୁ ବର୍ଗକୁ ଛୁଇଁ ପାରିବା ସହିତ ଟେଲିକମ ରେ ଏକ ବିପ୍ଳବ ସୃଷ୍ଟି କରିପାରେ I ଏହାକୁ ଏବେ ପତଞ୍ଜଳି କର୍ମଚାରୀ ମାନଙ୍କ ପାଇଁ ଘୋଷଣା କରାଯାଇଛି I ଖୁବ ଶୀଘ୍ର ସାଧାରଣ ଜନତା ମାନଙ୍କ ପାଇଁ ବଜାର ପ୍ରବେଶ କରାଯିବ ବୋଲି ବାବା କହିଛନ୍ତି I

କଣ ରହିଛି ସୁବିଧା ?
ପ୍ରାଥମିକ ସ୍ତରରେ Monthly 144 ଟଙ୍କାରେ ଦୈନିକ, ୨ ଜିବି 4g ଡାଟା , 100 ଏସଏମଏସ ଏବଂ ଦେଶର ଯେ କୌଣସି ଜାଗାକୁ ଅନଲିମିଟେଡ କଲିଙ୍ଗର ସୁବିଧା ଉଠାଇପାରିବେ ଉପଭୋକ୍ତା I ଆପଣ ଯଦି ପତଞ୍ଜଳୀ ର ଯେକୌଣସି ସାମଗ୍ରୀ କିଣୁଛନ୍ତି ତେବେ ଆପଣଙ୍କୁ ଏହି ସିମ୍ ଦେଖାଇବା ଦ୍ୱାରା ନଗଦ ୧୦ % ଛାଡ ମିଳିବ I

ପତଞ୍ଜଳି ସିମ୍ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କୁ ସ୍ୱାସ୍ଥ୍ୟ/ମେଡିକାଲ ବୀମା ଆକାରରେ ୨.୫ ଲକ୍ଷ ଏବଂ ଜୀବନ ବୀମା ପାଇଁ ୫ ଲକ୍ଷ ଟଙ୍କାର ବୀମା ଦିଆଯିବ ।ଏହାକୁ ନେଇ ଏବେଠାରୁ ସବୁ ଉପଭୋକ୍ତା ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେଲାଣି I ସମସ୍ତେ ଅପେକ୍ଷା କରିଛନ୍ତି ଏହା ସାଧାରଣ ଉପଭୋକ୍ତା ମାନଙ୍କ ପାଇଁ ବଜାର କୁ କେବେ ଆସିବ I

Leave a Reply

Your email address will not be published. Required fields are marked *