ଏହି ଫଳ କୁ ଖାଇବା ଦ୍ୱାରା ଲିଭର ଜନିତ ସମସ୍ୟା ସହିତ ଅନେକ ଫାଇଦା ମିଳିଥାଏ

ଜାମୁକୋଳି ଏକ ସ୍ୱାଦିଷ୍ଟ ଫଳ ଜାତୀୟ ଅଟେ I ଏହା ସାମାନ୍ୟ କସା ଲାଗୁଥିଲେ ମଧ୍ୟ ବହୁତ ସ୍ୱାଦିଷ୍ଟ ହେଇଥାଏ I ମୁଖ୍ୟତ ଏହା ଓଡିଶା ଜଳବାୟୁ ରେ ଖରାଦିନେ ଫଳିଥାଏ I ଏହି ଫଳ ଖାଇବା ଦ୍ୱାରା ବହୁତ ଉପକାର ମିଳିଥାଏ I

1) ମନୁଷ୍ୟ ଶରୀର ର ଲିଭର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ I ହଜମ ଶକ୍ତିରେ ସହାୟକ ଏବଂ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ ରେ ଲିଭର ର ଭୂମିକା ଗୁରୁତ୍ୱପୂର୍ଣ୍ଣ I କିନ୍ତୁ ଅଧିକାଂଶ ସମୟରେ ଆମ ଶରୀର ର ଲିଭର ଖରାପ ହେଇଥାଏ ଏବଂ ଆମେ ବହୁତ କଷ୍ଟ ଅନୁଭବ କରିଥାଉ I କିନ୍ତୁ ଆପଣ ଜାଣି ଚକିତ ହେବେଯେ ଜାମୁକୋଳି ଖାଇବା ଦ୍ୱାରା ଲିଭର ସମସ୍ୟା ଦୂର ହେଇଥାଏ I

2) ବେଳେବେଳେ ଆମ ଅଜାଣତରେ ହୁଏତ ଆମେ ଚୁଟି ବା ତନ୍ତୁଜାତୀୟ କିଛି ଦ୍ରବ୍ୟ ଖାଇଦେଇଥାଉ I

ଯାହାକି ଶରୀର ପାଇଁ କ୍ଷତିକାରକ I କିନ୍ତୁ ଜାମୁକୋଳି ଖାଇବା ଦ୍ୱାରା ଆମ ପେଟଭିତରେ ଥିବା ଏହି ସବୁ ବର୍ଜ୍ୟବସ୍ତୁ ବାହାରିଯାଇଥାଏ I
3) ଜାମୁକୋଳି ଖାଇବା ଦ୍ୱାରା ଏହା କିଡ଼ନୀ ରେ ପଥର ଜମିବାକୁ ଦେଇନଥାଏ I

Leave a Reply

Your email address will not be published. Required fields are marked *