ଭଗବାନ ଶିବ ଙ୍କ ଜନ୍ମ କିପରି ହୋଇଥିଲା: ଶିବ ଲିଙ୍ଗ ର ପୂଜା କଣ ପାଇଁ ହୁଏ,ବ୍ରହ୍ମା ଙ୍କ ପୂଜା କଣ ପାଇଁ ହୁଏ ନାହିଁ।

ବହୁତ୍ ଲୋକ ଏହାକୁ ନେଇ ବହୁତ୍ କଥା କହିଥାନ୍ତି ଆଉ କିଛି ଲୋକ ଅଧା ଜାଣି ମନ ଗଢା କାହାଣୀ ମଧ୍ୟ କହିଥାନ୍ତି।

କାହିଁକି ନା କେଉଁ ବି ବେଦ ପୂରଣ ରେ ଭଗବାନ ଶିବ ଙ୍କ ଜନ୍ମ ବିଷୟରେ କିଛି ବିଶେଷ ବର୍ଣ୍ଣନା ନାହିଁ।

ଶିବ ଙ୍କୁ ନିରାକାର୍ କୁହା ଯାଏ। ଭଗବାନ ଙ୍କ କିଛି ଆକାର ନଥାଏ।ମଣିଷ ପରି ସେ କୌଣସି ଶରୀର ଧାରଣ କରିଥାନ୍ତି।ଭଗବାନ ଗୋଟିଏ ଶକ୍ତି ବା ବିନ୍ଦୁ ଅଟନ୍ତି।

ଯେବେ ସୃଷ୍ଟି ର ରଚନା ହେବାର ଥିଲା ସେବେ ଭଗବାନ ଶିବ ବିଷ୍ଣୁ ଙ୍କୁ ଜନ୍ମ ଦେଲେ ଓ

ବିଷ୍ଣୁ ଙ୍କ ଗର୍ଭ ରୁ ବ୍ରହ୍ମା ଜାତ ହେଲେ।

କିନ୍ତୁ ବିଷ୍ଣୁ ଓ ବ୍ରହ୍ମା ଙ୍କ ଜନ୍ମ।ପରେ ସେମାନଙ୍କୁ ଯାନ ଥିଲା ସେମାନେ କେଉଁଠୁ ଜନ୍ମ ନେଲେ ଓ ସେମାନେ ପରମ ଶକ୍ତିଶାଳୀ ଥିଲେ।ତେବେ ଏହି ପାଇଁ ଦୁଇ ଜଣ କ ମଧ୍ୟ ରେ ମତାନ୍ତର ରହୁଥିଲା ଯାହାକି ପାଖା ପାଖି ୧୦,୦୦୦ ବର୍ଷ ଯାଏ ଚାଲିଥିଲା।

ଏହା ପରେ ଥାଏ ନେବେ ଦୁଇ ଜଣଙ୍କ ମଧ୍ୟରେ କଳହ ହେଉଥିଲା ସେବେ ଭଗବାନ ଶିବ ଏକ ପଥର ରୂପ ନେଇ ଦୁଇ ଜଣଙ୍କ ମଝିରେ ରହିଗଲେ। ତେବେ ଏହି ପଥର ରୁ ବହୁତ୍ ଜ୍ଵାଳା ବାହାରୁଥିଲା। ଏହି ସମୟରେ ଶୂନ୍ୟ ରୁ ବାଣୀ ହେଲା ଯେ ଯିଏ ଏହି ପଥର ର ଅନ୍ତ ପାଇଯିବ ସେହି ଶକ୍ତିଶାଳୀ।

ତେବେ ଅନ୍ତ ଖୋଜିବାକୁ ଭଗବାନ ବିଷ୍ଣୁ ତଳକୁ ଗଲେ ଓ ବ୍ରହ୍ମା ଉପରକୁ।

ଭଗବାନ ବିଷ୍ଣୁ ଙ୍କୁ ଲିଙ୍ଗ ର ଅନ୍ତ ମିଳିଲା ନାହିଁ ତେଣୁ ସେ ଯାଏ ମହାଦେବ ଙ୍କୁ କହିଲେ ଯେ ହେ ପ୍ରଭୁ ମୁଁ ଲିଙ୍ଗ ର ଅନ୍ତ ପାଉନାହିଁ, କିନ୍ତୁ ବ୍ରହ୍ମା ଙ୍କୁ ଲିଙ୍ଗ ର ଅନ୍ତ ମିଳିନଥିଲା ମଧ୍ୟ ସେ ଭାବିଲେ ମୁଁ ଯାଇ କହିବି ଯେ ମୋତେ ଅନ୍ତ ମିଳିଗଲା ଓ ମୁଁ ବିଷ୍ଣୁ ଙ୍କ ଠୁ ଅଧିକ ଶକ୍ତିଶାଳୀ ବୋଲାଇବି।

ତେବେ ବ୍ରହ୍ମା ଙ୍କ ଏହି ମିଛ କହିବା ଶୁଣି ଶୂନ୍ୟ ରୁ ବାଣୀ ହେଲା ଯେ ମୁଁ ନିରାକାର ତେଣୁ ଶିବଲିଙ୍ଗ ର କୌଣସି ଆକାର ନାହିଁ ଓ ଅନ୍ତ ମଧ୍ୟ ନାହିଁ।ସେଥି ପାଇଁ ଶିବ ବ୍ରହ୍ମା ଙ୍କୁ ଅଭିଶାପ ଦେଲେ ଯେ ତୁମର କେବେ ବି ପୂଜା ହେବ ନାହିଁ।

ଏହା ପରେ ବ୍ରହ୍ମା କ୍ଷମା ମାଗିଲେ ଏବଂ ସେହି ଶିବ ଲିଙ୍ଗ କୁ ପୂଜା କରାଯାଏ। ଏବଂ ବିଷ୍ଣୁ ମହାଦେବ ଙ୍କୁ କହିଲେ କି ହେ ପ୍ରଭୁ ଆପଣ ଆକାର ନେଇ ଆସନ୍ତୁ ଓ

ଆମ ସହ ବସବାସ କରନ୍ତୁ।ଏହା ପରେ ଭଗବାନ ଶିବ ଶଙ୍କର ଆକାର ନେଇ ଆସିଲେ।

Leave a Reply

Your email address will not be published. Required fields are marked *