ଶିକ୍ଷକ ଦିଦିଙ୍କୁ ରଜ ଉପହାର : ଏଣିକି ପିନ୍ଧିବେ ବୟନିକା ଶାଢ଼ୀ

ଏଣିକି ଶିକ୍ଷକ ଦିଦି ମାନଙ୍କୁ ଆଉ ଗୋଲାପୀ ଶାଢ଼ୀ ପିନ୍ଧିବାକୁ ପଡିବ ନାହିଁ I ରଜ ଉପଲକ୍ଷେ ସରକାର ତାଙ୍କ ନୂଆ ଡ୍ରେସ କୋଡ଼ ସ୍ଥିର କରିଛନ୍ତି I ଚଳିତ ଶିକ୍ଷାବର୍ଷ ଠାରୁ ଦିଦି ମାନେ ବୟନିକା ଶାଢ଼ୀ ପିନ୍ଧିବେ I ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏବଂ ହାଇସ୍କୁଲ ର ଶିକ୍ଷୟିତ୍ରୀ, ମାନେ ବୟନିକା ଶାଢ଼ୀ ପିନ୍ଧିବେ I ଏନେଇ ହସ୍ତତନ୍ତ, ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଘୋଷଣା କରିଛନ୍ତି I

ଏହାପରେ ଶିକ୍ଷକ ମାନେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ବୟନିକା ୟୁନିଫର୍ମ ଯୋଗାଇଦିଆଯିବ I ଏହାଦ୍ୱାରା ଓଡ଼ିଶାର ବୁଣାକାରଙ୍କୁ ବର୍ଷ ସାରା କାମ ଯୋଗାଇଦିଆଯାଇପାରିବ I ଫଳରେ ସେମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିପାରିବ

Leave a Reply

Your email address will not be published. Required fields are marked *