ନିଜ ଦବଂଗ ଗିରି କୁ ଲୁଚାଇବାକୁ ବିରୋଧୀ ଙ୍କ ମୁଣ୍ଡରେ ଅଠା ବୋଳିଲେ ଅରୁଣ

ଗତକାଲି ଛାତ୍ର ନେତା ତୁଷାର କୁମାର ନାୟକ ଅରୁଣ ଙ୍କ ନାମରେ ସଂଗୀନ ଅଭିଯୋଗ ଆଣିବା ପରେ I ଅରୁଣ ଙ୍କୁ ସମସ୍ତେ ନିନ୍ଦା କରିଥିଲେ I ସମଗ୍ର ମୟୁରଭଞ୍ଜ ଏବଂ ଛାତ୍ର ନେତା ମାନଙ୍କର ଅରୁଣ ଙ୍କ ପ୍ରତି ବିରୋଧ ର ଆଭାସ ମିଳିଥିଲା I ପରିସ୍ଥିତି ଅଣାୟତ ହେବାକୁ ଯାଉଥିବା ଦେଖି ଏହାକୁ ଟାଳିବା ପାଇଁ ଆଜି ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରେ ଅରୁଣ ସାହୁ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ତୁଷାର ତାଙ୍କ ସାନ ଭାଇ ପରି ସେ ତାଙ୍କୁ ବ୍ୟୟାମ କରିବାକୁ କହିଥିଲେ I

କୌଣସି ଖରାପ ବ୍ୟବହାର କରିନାହାନ୍ତି I କିନ୍ତୁ ସେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଘଟଣା ସେ ବୁଝିପାରୁନାହାନ୍ତି Iଏହା ବିରୋଧୀ ଦଳର ଷଡଯନ୍ତ୍ର ହେଇଥାଇପାରେ ତାଙ୍କୁ ଫସାଇ ବଦନାମ କରିବାକୁ I ସୂଚନା ଥାଉ କି ଗତକାଲି ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ସଭାପତି ତୁଷାର ତୁଷାର , ବିଶ୍ୱବିଦ୍ୟାଳୟ ର ଅସୁବିଧା ସମ୍ପର୍କ ରେ ମୟୁରଭଞ୍ଜ ଜିଲ୍ଲା ର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ଆଇନ ମନ୍ତ୍ରୀ, ନୟାଗଡ ର ବିଧାୟକ ଡା. ଅରୁଣ କୁମାର ସାହୁ ଙ୍କୁ କହିଥିଲେ , ସମସ୍ୟା ବିଷୟରେ ନଶୁଣି ତୁଷାର ଙ୍କୁ ଭର୍ତ୍ସନା କରିବା ଗାଳିଗୁଲଜ ଦେଇ ବସ୍ ଉଠ କରାଇଥିଲେ I

ଏଥିରେ ବ୍ୟଥିତ ହେଇ ତୁଷାର ଦଳ ଛାଡ଼ିବେ ବୋଲି ଅତି କ୍ଷୋଭ ର ସହିତ ଫେସବୁକ ରେ ଉଲ୍ଲେଖ କରିଥିଲେ I

Leave a Reply

Your email address will not be published. Required fields are marked *