ପ୍ରେମିକା ଧୋକା ଦେବାରୁ ଜୀବନ ହାରିଲେ ଯୁବକ : ବାହୁନି କାନ୍ଦୁଚି ମା କିଏ ଭରିବ ଶୂନ୍ୟ କୋଳ

ଗଭୀର ଭାବରେ ଭଲପାଉଥିଲେ ନିଜ ପ୍ପ୍ରେମିକା କୁ I ହୃଦୟରୁ ଅଧିକ I ପ୍ରେମିକା କୁ ନେଇ ଦେଖିଥିଲେ ଅସରନ୍ତି ସ୍ବପ୍ନ I ହଠାତ କିନ୍ତୁ ବାଲିଘର ପରି ଭାଙ୍ଗିଗଲା ପ୍ରେମିକ ର ସ୍ବପ୍ନ I ଦୀର୍ଘ ତିନି ବର୍ଷର ପ୍ରେମ କୁ ପାଦରେ ଆଡେଇ ଦେଇ ପ୍ରେମିକା ଜଣଙ୍କ ଆଉ ଜଣଙ୍କୁ ଭଲପାଇବସିଲା I ଖାଲି ଏତିକି ନୁହେଁ ଫୋନ୍ କରି ପୁଅଟିକୁ ଗାଳି ଗୁଲଜ କରିଥିଲା I ଘଟଣାରେ ଭାଙ୍ଗି ପଡିଥିଲା ପ୍ରେମିକ I ପଚାରୁଥିଲା ନିଜକୁ କଣ ଥିଲା ତାର ଦୋଷ ?

ପ୍ରେମରେ ତ ନଥିଲା ତାର ଛଳନା I କାହିଁକି ଖେଳନା ପରି ତା ଭଲପାଇବା ସହିତ ଖେଳି ପାଦରେ ଆଡେଇଦେଲା ପ୍ରେମିକା I ଭାରି କଷ୍ଟ ଦେଲା ପ୍ରେମିକ କୁ ,ନିଜ କଷ୍ଟ କୁ ସାହିପାରିଲା ନାହିଁ I କେମିତି ବା ସହିଥାନ୍ତା ସେ ପରା ତାକୁ ହୃଦୟ ଦେଇ ଭଲ ପାଉଥିଲା I ପ୍ରେମରେ ପ୍ରତାରିତ ହେବାପରେ ଦଉଡି ଦେଇ ନିଜ ଜୀବନକୁ ହାରିଦେଲା ସବୁଦିନ ପାଇଁ I

ଆଉ ସେ ମାଗିବନି ପ୍ରେମର ଭିକ୍ଷା ତା ପ୍ରେମିକା ପାଖରେ ,କହି ପାରିବନି କହାରିକୁ ଯେ ସେ ପ୍ରେମରେ ପ୍ରତାରିତ ହୋଇଛି ବୋଲି । ବାହୁନି ବାହୁନି କାନ୍ଦୁଚି ମା I କିଏ ଶାନ୍ତ କରିବ ?

କିଏ ଭରିବ ତା ଶୂନ୍ୟ କୋଳ କୁ ? ଘଟଣାଟି ହେଉଛି ଜଳେଶ୍ୱର ର, ପିଲାଟି ବିଜୟାଞ୍ଜଳି କଲେଜ ର ଅଧ୍ୟୟନରତ ଛାତ୍ର I ଯୁବକର ଅକାଳ ବିୟୋଗ ରେ ସାରା କଲେଜ ରେ ଶୋକର ଛାୟା ଖେଳିଯାଇଛି I ଘଟଣାଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ସମସ୍ତଙ୍କ ନଜର କୁ ଆସିଛି I

One Comment on “ପ୍ରେମିକା ଧୋକା ଦେବାରୁ ଜୀବନ ହାରିଲେ ଯୁବକ : ବାହୁନି କାନ୍ଦୁଚି ମା କିଏ ଭରିବ ଶୂନ୍ୟ କୋଳ”

Leave a Reply

Your email address will not be published. Required fields are marked *