ମୋଦିଙ୍କୁ ମୌଲାନାଙ୍କ ଚ୍ୟାଲେଞ୍ଜ:ଚ୍ୟାଲେଞ୍ଜ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ!

ଭୁବନେଶ୍ୱର(ଦେବଦତ୍ତ ରଥ):ଜଣେ ମୌଲନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।ତେବେ ଏଠାରେ ବଡ଼ କଥା ଏହି ଚ୍ୟାଲେଞ୍ଜ ଭିଡିଓଟିକୁ ମୁସଲିମ ନୁହଁ,ହିନ୍ଦୁ ମାନେ ହିଁ ଅଧିକ ଭାଇରାଲ କରୁଛନ୍ତି।ସୋସିଆଲ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ ହେଉଛି।
ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ମୌଲାନା ଅନସର ରଜ୍ଜା।ସାଧାରଣତଃ ଜଣେ ମୌଲାନା ମୋଦିଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ମାନେ ଏହାକୁ ଲୋକମାନେ କିଛି ନିର୍ଦ୍ଦିଷ୍ଟ କଥାକୁ ନେଇ ଅନୁମାନ କରିନେବେ।କିନ୍ତୁ ଏଠି କଥା ସଂପୂର୍ଣ୍ଣ ଭିର୍ଣ୍ଣ।ମୌଲାନାଙ୍କ ଚ୍ୟାଲେଞ୍ଜ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ।
ମୌଲାନା ଅନସର ରଜ୍ଜା ଜଣେ ମୁସଲିମ ବିଦ୍ୱାନ।

ଅନେକ ରାଷ୍ଟ୍ରୀୟ ନିଉଜ ଚ୍ୟାନେଲ ମାନଙ୍କରେ ତାଙ୍କୁ ପକ୍ଷ ରଖିବାର ଦେଖାଯାଏ।ଗତ ନିର୍ବାଚନ ସମୟରେ ସେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସାଙ୍ଗରେ ଥିଲେ।
ମୌଲାନା ଅନସର ରଜ୍ଜା ମୋଦିଙ୍କୁ ତିନୋଟି ଚ୍ୟାଲେଞ୍ଜ ଦେଇଛନ୍ତି।୧ରେ ବର୍ଷକ ଭିତରେ କାଶ୍ମୀର ପଣ୍ଡିତ ମାନଙ୍କୁ କାଶ୍ମୀର ଫେରାଇ ଆଣିବା ସହ ସେମାନଙ୍କର ପୁନର୍ବାସ ବ୍ୟବସ୍ଥା କରାଇବା,୨ରେ ପ୍ରତିଶୃତି ଅନୁଯାୟୀ ଗଙ୍ଗାକୁ ଗଙ୍ଗା ଜଳ ପରି ସଫା କରିବା,୩ରେ ପୂରା ଦେଶରେ ଗୋହତ୍ୟା ନେଇ ଏକ ସମାନ ଆଇନ ଲାଗୁ କରିବା।
ଏହା ସହ ମୌଲାନା କହିଛନ୍ତି ଏଥିରେ ମୁସଲମାନ ମାନଙ୍କର କିଛି ଲାଭ ନାହିଁ।କିନ୍ତୁ ଏହା ଦ୍ୱାରା ଦେଶକୁ ଲାଭ ଅଛି,ହିନ୍ଦୁ ମାନଙ୍କର ଲାଭ ଅଛି।ଯାହାକୁ ନେଇ ମୋଦି ପରିଚିତ ବୋଲି ମୌଲାନା କହିଛନ୍ତି।ଏହା ସହ ସେ କହିଛନ୍ତି ଯେ ମୁଁ ଜାଣିଛି ମୋଦି ଏହା କରି ପାରିବେ।ଯଦି ମୋଦିଙ୍କର ଗୋଟିଏ ପଦରେ ନୋଟବନ୍ଦୀ ହୋଇ ୫୦୦/୧୦୦୦ ଟଙ୍କିଆ ବନ୍ଦ ହୋଇ ପାରିଲା,ତେବେ ଗୋହତ୍ୟା ବନ୍ଦ, ଗଙ୍ଗା ସଫା,କାଶ୍ମୀର ପଣ୍ଡିତଙ୍କ ପୁନର୍ବାସ କାହିଁକି ହେଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରଥମରୁ ମୌଲାନା ବୋଧହୁଏ ବିରାଟ କୋହଲିଙ୍କ “ଫିଟନେସ ଚ୍ୟାଲେଞ୍ଜ”କୁ ମୋଦି ଗ୍ରହଣ କରିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଚ୍ୟାଲେଞ୍ଜ ଗ୍ରହଣ କରନ୍ତି ନେଇ ମୁଁ ଖୁସି ବୋଲି ମୌଲାନା କହିଛନ୍ତି।ତେବେ ମୋ ଚ୍ୟାଲେଞ୍ଜ ଗ୍ରହଣ କରନ୍ତୁ ବୋଲି କହି ସେ ଏହି ୩ଟି କଥା ରଖିଛନ୍ତି।ଏହା ସହ ମୌଲାନା କହିଛନ୍ତି ଯେ ଯଦି ବର୍ଷକ ଭିତରେ ମୋଦି ଏହି ୩ଟି ଚ୍ୟାଲେଞ୍ଜ ପୂରଣ କରିଦେବେ ତେବେ ସେ ଦମ୍ଭର ସହ କହିବେ ପ୍ରଧାନମନ୍ତ୍ରୀ ହେବତ ମୋଦିଙ୍କ ପରି।ଯଦି ଚ୍ୟାଲେଞ୍ଜ ପୂରଣ କରିଦେବେ ତେବେ ୧୯ ନିର୍ବାଚନ ନେଇ ମୋଦି ଆଶା ରଖି ପାରିବେ।କିନ୍ତୁ ଯଦି ମୋଦି ଚ୍ୟାଲେଞ୍ଜ ପୂରଣ କରି ନପାରନ୍ତି,ତେବେ ଦେଶର ହିନ୍ଦୁ ଏବଂ ମୁସଲମାନ ମିଶି ୧୯ ନିର୍ବାଚନରେ ଏକ ବଡ଼ ନିଷ୍ପତି ନେବେ ବୋଲି କହିଛନ୍ତି ମୌଲାନା ଅନସର ରଜ୍ଜା।

Leave a Reply

Your email address will not be published. Required fields are marked *