ଏଥର ଘରେ ପହଞ୍ଚିବ ପାହାଳ ରସଗୋଲା

ପ୍ରସିଦ୍ଧ ପାହାଳ ରସଗୋଲା କୁ ଅଧିକ ପ୍ରଚାର ପ୍ରସାର ଓ ଲୋକ ମାନଙ୍କର ସୁବିଧା ପାଇଁ ଏକ ଅଭିନବ ପଦକ୍ଷେପ ନେଇଛନ୍ତି ପାହାଳ ମିଠା ବ୍ୟବସାୟୀ ସଂଘ।

ଏଣିକି ରସଗୋଲା ଖାଇବାକୁ ଆଉ ଲୋକ ମାନଙ୍କୁ ପାହାଳ ଯିବାକୁ ପଡିବ ନାହିଁ। ଖାଲି ଗୋଟେ କଲ୍ କରି ଅର୍ଡର୍ ଦେବା ପରେ ଘରେ ପହଞ୍ଚିବ ରସଗୋଲା ଭ୍ୟାନ। ରସଗୋଲା ମାଟି ହାଣ୍ଡି ରେ ପ୍ୟକ୍ ହୋଇ ଯାଇ ଘରେ ପହଞ୍ଚିବା। ଏହି ପାଇଁ ଫୋନ୍ ନମ୍ୱର୍ ୮୦୯୩୧୨୨୩୩ ରେ ଫୋନ କରି ଅର୍ଡର୍ ଦେବାକୁ ପଡ଼ିବ। ଅପରି କି ଓ୍ବାତ୍ସପ୍ କିମ୍ବା ମେଲ୍ ମାଧ୍ୟମ ରେ ମଧ୍ୟ ଅର୍ଡର୍ କରିହେବ ବୋଲି ସୂଚନା ଦେଇଛନ୍ତି ବ୍ୟବସାୟୀ ସଂଘ।

ପ୍ରଥମ।ପର୍ଯ୍ୟାୟ ରେ ଏହା କେବଳ କଟକ ଓ ଭୁବନେଶ୍ୱର ପାଇଁ ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *