ସୋସିଆଲ ମିଡ଼ିଆ ବ୍ୟବହାର ପାଇଁ ଦେବାକୁ ପଡ଼ିବ ଟ୍ୟାକ୍ସ

ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଦିନକୁ ଦିନ ଲୋକ ମାନେ ଯେପରି ଭାବରେ ସୋସିଆଲ ମିଡିଆ ସହିତ ଜଡ଼ିତ ହେଉଛନ୍ତି ସେ ନେଇ ଏବେ ଲାଭ ଉଠେଇବାକୁ ଚେଷ୍ଟା କରୁଛନ୍ତି ଦେଶ ର ସରକାର।

ତେବେ ଏହି ପ୍ରକ୍ରିୟା ରେ ପ୍ରଥମ ପଦକ୍ଷେପ ନେଇଛନ୍ତି ୟୁଗାଣ୍ଡା ର ସରକାର। ସେ ୟୁଗାଣ୍ଡା ର ଦେଶ ବାସୀ ମାନଙ୍କ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ କର ଲଗାଇଛନ୍ତି।

ୟୁଗାଣ୍ଡା ସରକାର ଙ୍କ ନିୟମ ଅନୁସାରେ ୟୁଗାଣ୍ଡା ଅଧିବାସୀ ମାନଙ୍କୁ ଦିନକୁ ଭାରତୀୟ ମୁଦ୍ରା ରେ ପ୍ରାୟ ୩ ଟଙ୍କା ୫୦ ପଇସା ଦେବାକୁ ପଡ଼ିବ କର ହିସାବରେ ସୋସିଆଲ ମିଡିଆ ର ବ୍ୟବହାର ପାଇଁ।

ତେବେ ଆଗକୁ ଅନ୍ୟ ଦେଶ ମାନେ ମଧ୍ୟ ଏହି ନୀତି କୁ ଆପଣେଇ ପାରନ୍ତି। ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *