କିଏ ନେଲା ରତ୍ନଭଣ୍ଡାର ଚାବି ? ରତ୍ନଭଣ୍ଡାର ଚାବି ହଜିବା କୁ ନେଇ ତେଜୁଛି ଜନଅସନ୍ତୋଷ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏକ ଟିମ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ କିନ୍ତୁ ଗୃହ ଭିତରକୁ ନଯାଇକି ବାହାରୁ ଯାଞ୍ଚ କରି ପଳାଇଆସିଥିଲେ I ପରେ ଏନେଇ ତନାଘନା ହେବା ପରେ ଜଣାପଡିଥିଲା ଯେ ରତ୍ନଭଣ୍ଡାର ର ଚାବି ମିଳୁନି ? ତେବେ ମନ୍ଦିର ଚାବି ଗଲା କୁଆଡେ ? ଏକଥା ଶୁଣିବା ପରେ ପୁରୀ ଜିଲ୍ଲାପାଳ ଏବଂ ଗଜପତି ମହାରାଜା ଚକିତ ହେଇଯାଇଥିଲେ I ଖୋଦ ଶଙ୍କରାଚାର୍ଯ୍ୟ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି I ଚାରିକୋଟି ଓଡ଼ିଆ ଙ୍କର ଆରାଧ୍ୟ ଦେବତା ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ଯଦି ସୁରକ୍ଷିତ ନୁହେଁ ତେବେ ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠାଇଛି ବିଜେପି I ତୁରନ୍ତ ଏନେଇ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି I ସେହିପରି ଚାବି ହଜିବା ଘଟଣାରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I

ତୁରନ୍ତ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ଇସ୍ତଫା ଦେବାକୁ ଜଗନ୍ନାଥ ସେନା ଦାବି କରିଛି I ଅନ୍ୟପକ୍ଷରେ ସେବାୟତ ଏବଂ ପ୍ରଶାସନ ଙ୍କର ମନମୁଖୀ ସାଶନ କୁ ବରଦାସ୍ତ କରାଯିବ ନାହିଁ , ଚାବି ନମିଳିଲେ ଆଗାମୀ ଦିନରେ ପୁରୀ ରେ ଜୋରଦାର ବିକ୍ଷୋଭ କରାଯିବ ବୋଲି ଯୁବ କଂଗ୍ରେସ ପକ୍ଷରୁ ଯୁବ ନେତା ଆଲୋକ କୁମାର ଦାସ ସୂଚନା ଦେଇଛନ୍ତି I

ଏହାକୁ ନେଇ କେବଳ ପୁରୀ ନୁହେଁ ସାରା ଓଡ଼ିଶାରେ ଜନଅସନ୍ତୋଷ ର ନିଆଁ ଜଳିବାକୁ ଲାଗିଲାଣି I ରତ୍ନଭଣ୍ଡାର ଚାବି ହଜିବା ଘଟଣା କୁ ନେଇ ସାଢେ଼ ଚାରିକୋଟି ଓଡ଼ିଆ ଏତେ ସହଜରେ ଗ୍ରହଣ କରିପାରୁନାହାନ୍ତି I ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଚାବି ମିଳୁଛି ନା ଘଟଣାର ନୂଆ ମୋଡ ନେଉଛି

Leave a Reply

Your email address will not be published. Required fields are marked *