ରଜ ବଦଳରେ ଲେଖାଯାଉଛି ରଜୋ: ସୋସିଆଲ ମିଡ଼ିଆ ସହ ବିଭିନ୍ନ ମହଲ ରୁ ଉଠୁଛି ପ୍ରତିବାଦ ର ସ୍ୱର

ରଜ ହେଉଛି ଏକ ସମ୍ପୂର୍ଣ୍ଣ ଓଡ଼ିଆ ପର୍ବ। କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ରେ ରଜ ବଦଳରେ ଲେଖା ଯାଉଚି ରଜୋ(RAJO) ଯାହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ପ୍ରତିବାଦ ଦେଖିବାକୁ ମିଳୁଛି।

କାହିଁକି ନା ଧିରେ ଧିରେ ରଜ ଅପଭ୍ରଂଶ ହେବାରେ ଲାଗିଛି। ଅଭିଯୋଗକାରୀ ମାନଙ୍କ ଅନୁସାରେ ଓଡ଼ିଆ ରେ ରଜ ର ଏଙ୍ଗ୍ରଜି ରେ ( RAJA) ହେବା କଥା କିନ୍ତୁ ଏଂଗ୍ରଜି ରେ ତାହା (RAJO) ଲେଖା ଯାଉଛି।

ଏହାକୁ ସୁଧାରିବା ପାଇଁ କେତେକ ବୁଦ୍ଧିଜୀବି ମାନେ ସ୍ୱର ଉଠାଇଥିଲେ ମଧ୍ୟ ଏହି ଅପଭ୍ରଂଶ ଦିନକୁ ଦିନକୁ ବଢ଼ିବାରେ ଲାଗିଛି।ପ୍ରତିବାଦ ର ସ୍ୱର ସେଠିକି ଦୃଢ଼ ହୋଇପାରିନାହିଁ।

ତେବେ କୌଣସି କାରଣ ନ ଥାଇ ଗୋଟେ ଖାଣ୍ଟି ଓଡ଼ିଆ ଶବ୍ଦ କୁ ଅପଭ୍ରଂଶ ନ କରିବାକୁ ବୁଦ୍ଧିଜୀବି ମାନେ ଅନୁରୋଧ କରିଛନ୍ତି ଏବଂ ଆମ ଓଡ଼ିଶା exclusive ତରଫ ରୁ ମଧ୍ୟ ଏହି ଅନୁରୋଧ ଆମେ ଆପଣଙ୍କୁ କରୁଛୁ।

ତେବେ ବର୍ତ୍ତମାନ ସୁଦ୍ଧା ଶୋ ରୁମ୍ ମାନଙ୍କୁ ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଉଛି। କଳମନ୍ଦିର ଭଳି କେତେକ ବଡ଼ ଦୋକାନ ମାନେ ଏହାକୁ ସଂଶୋଧନ କରି ସାରିଥିଲେ ମଧ୍ୟ ବହୁତ୍ ବଡ଼ ବଡ଼ ମଲ୍ ଏ ପର୍ଯ୍ୟନ୍ତ ଏଥିରେ ପରିବର୍ତ୍ତନ କରିନାହାନ୍ତି।

ପଦ୍ମଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଏହି ରଜ ସମ୍ପର୍କ ରେ ନିଜର ମତ ରଖି କହିଛନ୍ତି ଯେ, କେତେକ ମୂର୍ଖ ଲୋକ ମାନେ ଏମିତି ଶବ୍ଦ କୁ ଅପଭ୍ରଂଶ କରି ବ୍ୟବହାର କରୁଛନ୍ତି।ଯାହା କି ଆଦୌ ଠିକ୍ ନୁହେଁ।

Leave a Reply

Your email address will not be published. Required fields are marked *