ଛାତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ : କମ୍ପ୍ୟୁଟର ଶିକ୍ଷକ ଙ୍କ ନାମ ରେ ଥାନା ରେ ଏତଲା

ଖୋର୍ଦ୍ଧା: ଘଟଣା ଟି ଘଟିଛି ଖୋର୍ଦ୍ଧା ର ଜଙ୍ଗିଆ ଥାନା ଅନ୍ତର୍ଗତ ନରଣଗଡ ଅଞ୍ଚଳରେ। ଜଣେ ଛାତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।

ଏଥି ପାଇଁ ସଂପୃକ୍ତ ଛାତ୍ରୀ ଙ୍କ ଘର ଲୋକ ଏକ କମ୍ପ୍ୟୁଟର ଶିକ୍ଷାନଷ୍ଠାନ ର ଶିକ୍ଷକ ଙ୍କ ନାମ ରେ ଥାନା ରେ ଏତଲା ଦେଇଛନ୍ତି। ତାଙ୍କ ମତ୍ ରେ ସେହି କମ୍ପ୍ୟୁଟର ଶିକ୍ଷକ ହିଁ ଏହି ସବୁ ପଛରେ ଅଛନ୍ତି।

ଅପର ପକ୍ଷରେ ସେହି କମ୍ପ୍ୟୁଟର ଶିକ୍ଷକ ଜଣକ ଫେରାର ଥିବାରୁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ରେ ବାଧା ଉପୁଜିଛି। ପୁଲିସ୍ ତରଫ ରୁ ଶିକ୍ଷକ ଙ୍କ ର ନାମ ଗୋପନ ରଖାଯାଇଛି।

ମିଳିଥିବା ସୂଚନା ଅନୁସାରେ ଏହି ଛାତ୍ରୀ ଜଣକ ସେହି କମ୍ପ୍ୟୁଟର ଶିକ୍ଷାନୁଷ୍ଠନ କୁ କମ୍ପ୍ୟୁଟର କରିବାକୁ ଯାଉଥିଲେ ତେବେ ସେହି ଶିକ୍ଷକ ଜଣକ କୌଶଳ କ୍ରମେ ଛାତ୍ରୀ ଙ୍କୁ ଅନେକ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ଏବଂ ସେହି ମୁହୂର୍ତ୍ତ ର ଭିଡିଓ ମଧ୍ୟ କରିଦେଇଥିଲେ ଯାହାକି ବର୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି।

ଲୋକଲଜ୍ୟା ଓ ମାନସିକ ଯନ୍ତ୍ରଣା ରେ ଛଟପଟ ହୋଇ ଛାତ୍ରୀ ଜଣକ ଆସି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *