ଚଣ୍ଡି ମା ଙ୍କ ମହିମା : ପ୍ରତିଦିନ ଜଙ୍ଗଲୀ ଭାଲୁ ମା ଙ୍କ ଏହି ମନ୍ଦିର ରେ ଆଳତି କରନ୍ତି

ପ୍ରକୃତି ରେ ବେଳେବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହା ଆମକୁ ବାଧ୍ୟ କରିଦିଏ ଭଗବାନ ଙ୍କ ସତ୍ତା କୁ ଗ୍ରହଣ କରିବାକୁ I ମଣିଷ ବିଶ୍ୱାସ କରୁ କିମ୍ବା ନକରୁ କିନ୍ତୁ ବେଳେବେଳେ ଭଗବାନ ଙ୍କ ଦୈବୀ ଶକ୍ତି ଦେଖିବାକୁ ମିଳିଥାଏ ଯାହା ଆମ ବିଶ୍ୱାସ କୁ ବଢେଇଥାଏ ଭଗବାନ ଙ୍କ ପ୍ରତି I ମଣିଷ ଯେମିତି ଭଗବାନ ଙ୍କୁ ପୂଜା କରେ ନିଜର ମନସ୍କାମନା ପୂର୍ଣ୍ଣ ଆଶାରେ ସେହିପରି ଭାରତ ରେ ଏମିତି ଏକ ଜାଗା ଅଛି ଯେଉଁଠି ଶହ ଶହ ସଂଖ୍ୟାରେ ଭାଲୁ ସନ୍ଧ୍ୟା ସମୟରେ ମା ଙ୍କ ମନ୍ଦିର ରେ ଆଳତି ହେବା ମାତ୍ରେ ହାଜର ହେଇଯାଆନ୍ତି I

ସବୁଠୁ ଚକିତ କଥା ଯେ ଭାଲୁ ମାନେ ଆଜି ପର୍ଯ୍ୟନ୍ତ କାହାର କିଛି କ୍ଷତି କରିନାହାନ୍ତି କିମ୍ବା କରିବାକୁ ଚେଷ୍ଟା କରିନାହାନ୍ତି I ସନ୍ଧ୍ୟା ସମୟରେ ଆଳତି ହେବା ମାତ୍ରେ ସମସ୍ତ ଭାଲୁ ମନ୍ଦିର ରେ ପହଂଚି ଚୁପ ଚାପ ବସିରହନ୍ତି I ଏବଂ ମା ଙ୍କ ପ୍ରସାଦ ଏବଂ ଭକ୍ତ ମାନେ ଶ୍ରଦ୍ଧାରେ ଯେଉଁ ଭୋଗ ଦିଅନ୍ତି ତାକୁ ଖାଇବା ପରେ ସିଧା ଜଙ୍ଗଲ କୁ ଚାଲିଯାନ୍ତି I

ଏବଂ ଦିନ ସାରା ମନ୍ଦିର ପାଖରେ କେଭେଁବି ଦେଖାଯାଆନ୍ତି ନାହିଁ I ଏହା ଛତିଶଗଡ଼ ର ବାଗବରାହ ନିକଟରେ ଅବସ୍ତିତ I ଏହା ମା ଘୁଞ୍ଚାପାଲୀର ଚଣ୍ଡୀ ମନ୍ଦିର ନାମରେ ପ୍ରସିଦ୍ଧ ।ପାହାଡ ଉପରେ ମା ଙ୍କ ମନ୍ଦିର I

ଜଙ୍ଗଲୀ ଭାଲୁ ଙ୍କର ମା ଙ୍କ ପ୍ରତି ଏପରି ଶ୍ରଦ୍ଧା ଦେଖି ଅସଂଖ୍ୟ ଭକ୍ତ ସନ୍ଧ୍ୟା ସମୟରେ ଏଠାରେ ଗହଳି ଲଗାନ୍ତି ନିଜ ସ୍ଵଚକ୍ଷୁ ରେ ଦର୍ଶନ କରିବା ପାଇଁ I
ଏନେଇ ମନ୍ଦିର ସୁରକ୍ଷା କର୍ମୀ ମୋଣ୍ଟୁ କୁହନ୍ତି ଯେ ଆଠ ବର୍ଷ ତଳେ କିଛି ଭାଲୁ ମା ଙ୍କ ମନ୍ଦିର ପାଖରେ ବୁଲୁଥିବାର ଦେଖି ସେ ଭୟଭୀତ ହେଇଯାଇଥିଲେ I

କିନ୍ତୁ ପ୍ରତିଦିନ ଭାଲୁ ମାନେ ନିର୍ଦ୍ଧିଷ୍ଟ ସନ୍ଧ୍ୟା ରେ ମା ଙ୍କ ଆଳତି ସମୟରେ କେବଳ ଆସନ୍ତି ଏବଂ ଚୁପ ଚାପ ପ୍ରସାଦ ଖାଇ ଚାଲିଯାଉଥିଲେ I କ୍ରମଶଃ ଏହା ତାଙ୍କର ନିତିଦିନିଆ କାମ ହେଇଗଲା ଏବଂ ତାଙ୍କ ହାତରୁ ଜଙ୍ଗଲୀ ଭାଲୁ ମାନେ ଖାଦ୍ୟ ଗ୍ରହଣ କରୁଥିଲେ I ପରେ ଏବେ ଭକ୍ତ ମାନଙ୍କ ଠାରୁ ପ୍ରସାଦ ଗ୍ରହଣ କରନ୍ତି I ଏହା ମା ଙ୍କ ମହିମା ବୋଲି ମୋଣ୍ଟୁ ଏବଂ ଆସୁଥିବା ଭକ୍ତ ମାନେ ଦାବି କରନ୍ତି I

Leave a Reply

Your email address will not be published. Required fields are marked *